Advertisment

Heavy Rain: ଆଜିଠୁ ବଡ଼ ବର୍ଷା, ପ୍ରବଳ ଛେଚିବ!

ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜିଠୁ ବଡ଼ ବର୍ଷା। ଦକ୍ଷିଣ ଓଡ଼ିଶାରେ ମୂଷଳଧାରାରେ ବର୍ଷା ସମ୍ଭାବନା। ଆଜି ମାଲକାନଗିରିକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଗଜପତି, ରାୟଗଡ଼ା, ନବରଙ୍ଗପୁର ଓ କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

author-image
Chinmayee Sahoo
RAIN

RAIN Photograph: (OTV)

ଓଡ଼ିଶାକୁ ଭୀଷଣ ଭାବରେ ଭିଜାଇବ ଡବଲ୍ ଲଘୁଚାପ। ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ବର୍ଷା ହେଉଥିବା ବେଳେ ଆଜି କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର। ଏହାପରେ ପ୍ରଭାବରେ ଆଜିଠୁ ରାଜ୍ୟରେ ବଡ଼ ବର୍ଷା ହେବ। ୩ ଦିନ ଭିଜିବ ସାରା ଓଡ଼ିଶା। କିନ୍ତୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ କାଚିବ। କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ମୂଷଳଧାରାରେ ବର୍ଷା ସମ୍ଭାବନା ରହିଛି। 
ଭୀଷଣ ବର୍ଷା ନେଇ ଆଜି ମାଲକାନଗିରି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ସେହିପରି ପ୍ରବଳ ବର୍ଷା ନେଇ ଗଜପତି, ରାୟଗଡ଼ା, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ସତର୍କତା। ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି। ବାକି ୨୫ ଜିଲ୍ଲାରେ ବିଜୁଳ ଘଡ଼ଘଡ଼ି ସହ ବର୍ଷା ପବନ ହୋଇପାରେ। 
କିଛି ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୩୦-୪୦ ଓ କେତେ ସ୍ଥାନରେ ୪୦-୫୦ କିଲୋମିଟର ରହିପାରେ। ଆସନ୍ତାକାଲି ଅଧିକ ରହିବ ବର୍ଷା ପବନ ପ୍ରଭାବ। କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରାୟଗଡ଼ା ଓ କୋରାପୁଟରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଉତ୍ତର ଓ ଉପକୂଳ ଓଡ଼ିଶାର ୯ ଜିଲ୍ଲାକୁ ୟେଲୋ ସତର୍କତା ଜାରି ହୋଇଛି। 
୨୭ ତାରିଖ ଯାଏ ରାଜ୍ୟରେ ପ୍ରବଳ ଝଡ଼ବର୍ଷା ସମ୍ଭାବନା ରହିଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଆସନ୍ତାକାଲି ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଏହା ୨୭ ସୁଦ୍ଧା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଅତିକ୍ରମ କରିବ। ୨୮ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।

Advertisment

Heavy Rain Alert Heavy Rain IMD Weather Forecast Odisha Weather Weather
Advertisment
Related Articles
Advertisment