Advertisment

Daughter Beaten: ମାଆ ନେଇଥିଲେ ଋଣ, ଝିଅକୁ ପଡ଼ିଲା ମହଙ୍ଗା...ଥାନାରେ ମାମଲା

ଭଦ୍ରକ ଗ୍ରାମାଂଚଳ ଥାନାରେ ଅଭିଯୋଗ ଅନୁଯାୟୀ ମନୋରମା ମହାପାତ୍ର ଗ୍ରାମରେ ଏକ ସ୍ବୟଂ ସହାୟକ ଗୋଷ୍ଠୀରେ କରିଥିଲେ। ସେ ୭୦ ହଜାର ଟଙ୍କା ଋଣ ଆଣିଥିଲେ। କିନ୍ତୁ ପକ୍ଷାଘାତରେ ଜୁଲାଇ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା ।

author-image
Manas Ranjan Mohanty
Daughter Beaten

Daughter Beaten Photograph: (OTV)

ସ୍ବୟଂ ସହାୟକ ଗୋଷ୍ଠୀରୁ ମାଆ ଆଣିଥିଲେ ଋଣ। ମୃତ୍ୟୁ ପରେ ଝିଅ ପରିଶୋଧ କରୁଥିଲେ କିସ୍ତି। ମୃତ୍ୟୁ ପ୍ରମାଣପତ୍ର ପାଇବା ପରେ ଇନ୍ସ୍ୟୁରାନ୍ସ ପାଇଁ ଆବେଦନ କରିଥିଲେ, କିନ୍ତୁ ବକେୟା କିସ୍ତି ନ ଦେବାରୁ ମୃତକଙ୍କ ଝିଅକୁ ଗାଁ ଦାଣ୍ଡରେ ମାଡ ମାରିଛନ୍ତି ଗ୍ରୁପର ଅନ୍ୟ ସଦସ୍ୟ। ଏମିତି ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଗଣିଜାଙ୍ଗ ପଞ୍ଚାୟତ ଅରଞ୍ଜି ଗାଁର ମୋନାଲିସା ମହାପାତ୍ର।

Advertisment

ଭଦ୍ରକ ଗ୍ରାମାଂଚଳ ଥାନାରେ ଅଭିଯୋଗ ଅନୁଯାୟୀ ମନୋରମା ମହାପାତ୍ର ଗ୍ରାମରେ ଏକ ସ୍ବୟଂ ସହାୟକ ଗୋଷ୍ଠୀରେ କରିଥିଲେ। ସେ ୭୦ ହଜାର ଟଙ୍କା ଋଣ ଆଣିଥିଲେ। କିନ୍ତୁ ପକ୍ଷାଘାତରେ ଜୁଲାଇ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସେହି କିସ୍ତି ଶୁଝୁଥିଲେ ତାଙ୍କ ଝିଅ । ମାଙ୍କ ମୃତ୍ୟୁ ପ୍ରମାଣ ପତ୍ର ଗ୍ରୁପ ଲୋନ ଦେଇଥିବା ସଂସ୍ଥାରେ ଜମା କରିବା ପରେ ମଧ୍ୟ ଗ୍ରୁପର ସଦସ୍ୟ ମାନେ ବାରମ୍ବାର କିସ୍ତି ମାଗିଥିଲେ । ଝିଅ ମନା କରିବା ଯୋଗୁଁ ଘର ସମ୍ମୁଖରେ ଗ୍ରୁପ ସଦସ୍ୟ ଓ ସେମାନଙ୍କ ପରିବାର ଲୋକେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି।

ଝିଅ ମୋନାଲିସା ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏନେଇ ଅପରପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Advertisment

ମାଆଙ୍କ ମୃତ୍ୟୁ ପରେ ଗ୍ରୁପ୍ କିସ୍ତି ପାଇଁ ଝିଅକୁ ନିସ୍ତୁକ ମାଡ଼ 
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅରଞ୍ଜି ଗାଁରୁ ଆସିଛି ଅଭିଯୋଗ 
ସ୍ବୟଂ ସହାୟକ ଗୋଷ୍ଠୀରୁ ୭୦ ହଜାର ଟଙ୍କା ଋଣ ଆଣିଥିଲେ ମାଆ 
ମାଆଙ୍କ ମୃତ୍ୟୁ ପରେ କିସ୍ତି ଶୁଝୁଥିଲେ ତାଙ୍କ ଝିଅ 

Advertisment
Related Articles
Advertisment