/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634451659.jpg)
Navratan Pulao
ଘରକୁ କୁଣିଆ ଆସିଲେ ଖାଇବା କଣ ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ କି ? ତାହେଲେ ଆଜିର ରେସିପିକୁ ଘରେ ବନେଇ ଅତିଥି ଚର୍ଚ୍ଚା କରିପାରିବେ । ଆଜି ଆମେ ଆପଣଙ୍କ ପାଇଁ ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ନବରତ୍ନ ପଲାଉ’ । ଏହି ରେସିପଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରିବା ।
ନବରତ୍ନ ପଲାଉ ବନେଇବା ପାଇଁ ସାମଗ୍ରୀ
ବାସୁମତୀ ଅରୁଆ ଚାଉଳ, ପନିର୍, ପରିବା-ଆଳୁ, ଫୁଲକୋବି, ଗାଜର୍, ବିନ୍ସ୍, ମଟର ଛୁଇଁ ଦାନା, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ଜିରା, ଡାଲଚିନି, ଗୁଜୁରାତି, ଅଳେଇଚ, ତେଜପତ୍ର, ଗୋଟା ଗୋଲମରିଚ, ହଳଦୀଗୁଣ୍ଡ, ଘିଅ, ଚିନି ଓ ସ୍ୱାଦନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ପଲାଉ ପାଇଁ ପରିବା ଗୁଡିକୁ ପତଳା ଓ ଲମ୍ବା କରି କାଟିବା ଏହାପରେ ପରିବାକୁ ଭଲଭାବେ ଧୋଇ ଦିଅନ୍ତୁ । ଏହାପରେ ଚାଉଳକୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ।ଏବେ ପିଆଜକୁ ବଡ଼ ବଡ଼ ଖଣ୍ଡ କରି କାଟି ରଖନ୍ତୁ,ଏହାପରେ ପନିରକୁ ଛୋଟ ଛୋଟ କରି କାଟି ରଖନ୍ତୁ। ଏହାପରେ ଚୁଲିରେ କଡ଼େଇ ବସାଇ ତେଲ ଗରମ କରନ୍ତୁ ।
ତେଲ ଗରମ ହେଲାପରେ ସେଥିରେ ପନିର ଓ ପରିବାଗୁଡିକୁ ଭାଜି ରଖନ୍ତୁ । ଏବେ ଆଉ ଏକ କଡେଇରେ ଘିଅ ଗରମ କରି ସେଥିରେ ତେଜପତ୍ର, ଗୋଲମରିଚ ଓ ଜିରା ପକାନ୍ତୁ।ଏହାପରେ ଡାଲଚିନି, ଗୁଜୁରାତି ଓ ଅଳେଇଚକୁ ଛେଚି ପକାନ୍ତୁ । ଏହାପରେ କଟା ପିଆଜ ପକାନ୍ତୁ, ପିଆଜ ଅଳ୍ପ ଭାଜି ହୋଇଗଲେ ଅଦା, ରସୁଣ ଓ କଞ୍ଚାଲଙ୍କାକୁ ଛେଚି ସେଥିରେ ପକାନ୍ତୁ ।
ଏହାକୁ ଅଳ୍ପ ସମୟ ଭାଜିବା ପରେ ସେଥିରେ ଚାଉଳ ଓ ଅଳ୍ପ ହଳଦୀ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହା ପରେ ପନିର ଭଜାଗୁଡ଼ିକୁ ଏଥିରେ ପକାଇ ଦିଅନ୍ତୁ । ପରେ ଚାଉଳର ପରିମାଣ ଅନୁସାରେ ଦୁଇଗୁଣା ପାଣି ଦେଇ ଅଳ୍ପ ଲୁଣ ଓ ଚିନି ପକାଇ ଘୋଡେଇ ଦିଅନ୍ତୁ । ଏହାପରେ ଚୁଲିକୁ ମଧ୍ୟମ ଆଞ୍ଚରେ ରଖି ସିଝିବାକୁ ଛାଡ଼ି ଦିଅନ୍ତୁ । ପଲାଉ ଭଲ ଭାବେ ହୋଇଗଲେ ଚୁଲିରୁ ଓହ୍ଲାଇ ଏହା ଉପରେ ଏକ ଚାମଚ ଘିଅ ଓ ୨ ଚାମଚ ଲେମ୍ବୁରସ ପକନ୍ତୁ ।
Low Pressure System: ସୃଷ୍ଟି ହେଲା ଲଘୁଚାପ, ବାତ୍ୟାରେ ପରିଣତ ହେବ!

Police encounter in Rourkela: ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର, ଆଉ ୫ ଗିରଫ

Violent Clash: ଗୋଷ୍ଠୀ ସଂଘର୍ଷ; ମାରଣାସ୍ତ୍ରରେ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଏକାଧିକ ଆହତ

Cyclonic Storm: ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ, ବଢିଲା ବାତ୍ୟା ସମ୍ଭାବନା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)