/odishatv-khabar/media/media_files/2025/11/23/human-sagar-2025-11-23-15-14-52.jpg)
HUMAN-SAGAR Photograph: (OTV)
ହ୍ୟୁମାନଙ୍କ ସାଗରଙ୍କ ମୃତ୍ୟୁକୁ ୭ ଦିନ ବିତିଲାଣି। ତଥାପି ବିବାଦ ଥମିବାର ନାଁ ଧରୁନି । ହ୍ୟୁମାନ ସାଗରଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସଞ୍ଜୀବ କର ଏକ ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି ମୁଁ ତାଙ୍କୁ କାମ କମ୍ କରି ବିଶ୍ରାମ ନେବା ପାଇଁ କହିଥିଲି । ୨୦୨୪ ସେପ୍ଟେମ୍ବରରେ ପ୍ରଥମେ ସେ ମୋ ପାଖକୁ ଆସିଥିଲେ । ଆଲକହଲ୍ ସେବନ ପାଇଁ ଲିଭର ସିରୋସିସ୍ରେ ପୀଡ଼ିତ ଥିଲେ । ପ୍ରତି ଦୁଇ ତିନି ମାସରେ ଆସି ଦେଖା କରି ଚିକିତ୍ସିତ ହୁଅନ୍ତି । ତାଙ୍କ ସପୋର୍ଟ ଷ୍ଟାଫ୍ ଆଣି ତାଙ୍କୁ ଚିକିତ୍ସା କରାଇ ନିଅନ୍ତି । ଅନିୟମିତ ଖାଦ୍ୟ ଓ କ୍ରମାଗତ ରାତି ଅନିଦ୍ରା ପାଇଁ ସମସ୍ୟା ହୋଇଥିଲା । ଥରେ ଲିଭର ସିରୋସିସ୍ ହେଲେ ଭଲ ହୁଏନି, ଚିକିତ୍ସା ଭିତରେ ରହିବାକୁ ହୁଏ । ଭଲ ଖାଦ୍ୟ ଖାଇବା, ରାତି ଅନିଦ୍ରା ନ ହେବା, ପୂରା ବିଶ୍ରାମ ଜରୁରୀ । ଚାପ ଭିତରେ ଥିବା ବି ବାରି ହୋଇ ପଡ଼ୁଥିଲା । ୧୨ ତାରିଖରେ ଆଣିଲା ବେଳକୁ ଜ୍ବର ହୋଇଥିଲ, ଯାହା ବହୁତ ଖରାପ । ଧଇଁସଇଁ ଲାଗିବା, ଗୋଡ଼ ଫୁଲିଲେ ବି ସିରୋସିସ୍ ଆକ୍ରାନ୍ତଙ୍କ ପାଇଁ ବିପଦ । ସେ ଯାହା ବି ହେଉ ହ୍ୟୁମାନଙ୍କ ମୃତ୍ୟୁ ପାଇଁ ବହୁତ ଦୁଃଖିତ ।
ହ୍ୟୁମାନଙ୍କ ବିଦାୟ ଦିନ ଯେତିକି ଗଡ଼ୁଛି, ବିବାଦ ସେତିକି ସେତିକି ବଢୁଛି। ଟିମ୍ ହ୍ୟୁମାନଙ୍କୁ ନେଇ ସବୁଠି ପ୍ରଶ୍ନ, ସବୁଆଡ଼େ ଆକ୍ରୋଶ। ଟାର୍ଗେଟରେ ମ୍ୟାନେଜର ପପୁ ଆଉ ପ୍ରଶାନ୍ତ। ଏହାରି ଭିତରେ ଗୁରୁତର ଅଭିଯୋଗ ଆଣିଛନ୍ତି ମାଆ ଶେଫାଳୀ। କହିଛନ୍ତି, ହ୍ୟୁମାନଙ୍କ ସ୍ବାସ୍ଥ୍ୟ ବେଳକୁ ବେଳ ଖରାପ ହେଉଥିଲେ ବି ସ୍ପଷ୍ଟ ଭାବେ କୌଣସି ସୂଚନା ଦେଉନଥିଲେ ମ୍ୟାନେଜର୍ ଆଣ୍ଡ କୋ। ଏପରିକି ଅତି ଗୁରୁତର ଅବସ୍ଥାରେ ଥାଇ ବି ହ୍ୟୁମାନ ବାଧ୍ୟ ହୋଇ ପ୍ରୋଗ୍ରାମକୁ ଯାଉଥିଲେ। ଶୋ' ପାଇଁ ଡେଟ୍ ଫିକ୍ସ କରିବାଠୁ, ଟଙ୍କା ପଇସା କଥା ସବୁ ବୁଝୁଥିଲେ ମ୍ୟାନେଜର ଦୀନେଶ ଓରଫ୍ ପପୁ।
ଏଠି ପ୍ରଶ୍ନ- ଗୁରୁତର ହ୍ୟୁମାନଙ୍କୁ ପ୍ରୋଗ୍ରାମ କରିବାକୁ କିଏ ପକାଉଥିଲା ଚାପ ? ଅସୁସ୍ଥ ଥାଇ ବି କାହିଁକି ରଖାଯାଉଥିଲା ଶୋ' ? ହ୍ୟୁମାନ ଭଲରେ ଚାଲିପାରୁନଥିଲେ, ତଥାପି କାହିଁକି ଗୋଟିଏ ପରେ ଗୋଟିଏ ପ୍ରୋଗ୍ରାମ ପାଇଁ ନିଆଯାଉଥିଲା ଆଡଭାନ୍ସ ? ଯଦି ଆଗୁଆ ଡେଟ୍ ଫିକ୍ସ ହୋଇଥିଲା, ତାହେଲେ କ୍ୟାନସଲ୍ କାହିଁକି କରାଯାଉନଥିଲା ? ଅସୁସ୍ଥତା ବିଷୟରେ ଜାଣି ବି କାହିଁକି ଶୋ' ରଖୁଥିଲେ ମ୍ୟାନେଜର ? ହ୍ୟୁମାନଙ୍କ ଜୀବନ ଆଗ ନା ପ୍ରୋଗ୍ରାମ ଆଗ ? ପର୍ସେଣ୍ଟେଜ୍ ପାଇଁ ହ୍ୟୁମାନଙ୍କୁ ମରଣ ମୁହଁକୁ ଠେଲି ଦେଉନଥିଲା ତ ଟିମ୍
ହ୍ୟୁମାନଙ୍କୁ ଇମୋସନାଲ୍ ଟ୍ରାପ୍ କିଏ କରୁଥିଲା ?
ସେପଟେ ହ୍ୟୁମାନଙ୍କ ସ୍ବାସ୍ଥ୍ୟ ବିଗିଡ଼ିବା ପଛରେ କିଏ, ତାହାର ତଦନ୍ତ କରିବାକୁ ଦାବି କରିଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ। କହିଛନ୍ତି, ପ୍ରୋଗ୍ରାମ ବନ୍ଦ କଲେ କାଳେ ସୋସିଆଲ ମିଡିଆରେ ଟ୍ରୋଲ୍ ହେବେ ସେଥିପାଇଁ ଡରୁଥିଲେ ହ୍ୟୁମାନ। ହ୍ୟୁମାନଙ୍କୁ କିଏ ଇମୋସନାଲ ଟ୍ରାପ୍ କରୁଥିଲା, ତାକୁ ନେଇ ଉଠାଇଛନ୍ତି ବଡ଼ ପ୍ରଶ୍ନ । ଝିଅ ଓ ସ୍ତ୍ରୀଙ୍କୁ ଦେଖା କରିବାକୁ ହ୍ୟୁମାନ ଚାହୁଁଥିଲେ ଏବଂ ସ୍ତ୍ରୀ ଓ ଝିଅ ଅପେକ୍ଷା ବି କରୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ହ୍ୟୁମାନ ଆଉ ଆସୁନଥିଲେ। ହ୍ୟୁମାନଙ୍କୁ ସ୍ତ୍ରୀ ଓ ଝିଅ ପାଖରୁ କିଏ ଦୂରେଇ ଦେଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ ସଂଗୀତ ନିର୍ଦ୍ଦେଶକ ଦିଲ୍ଲୀପ ଜେନା କହିଛନ୍ତି, ହ୍ୟୁମାନଙ୍କୁ ବଞ୍ଚାଇ ରଖିନପାରିବା ଆମ ସମସ୍ତଙ୍କର ଦୁର୍ଭାଗ୍ୟ।...
ଏସବୁ ଭିତରେ ଆହୁରି ବଢିଛି ହ୍ୟୁମାନଙ୍କ ଦୁଇ ମ୍ୟାନେଜରଙ୍କ ଅଡ଼ୁଆ। ବଲାଙ୍ଗିର ଟାଉନ ଥାନା ପରେ ସଇଁନ୍ତଳା ଓ ଯାଜପୁର ରୋଡ୍ ପୋଲିସର ଦ୍ବାରସ୍ଥ ହୋଇ ହ୍ୟୁମାନଙ୍କ ଅସୁସ୍ଥତା ଓ ମୃତ୍ୟୁ ଘଟଣାର ତଦନ୍ତ ଦାବି କରିଛନ୍ତି ପ୍ରଶଂସକମାନେ।
ହ୍ୟୁମାନଙ୍କ ଭଳି ହୀରାକୁ ହରେଇଦେଇ ଭାଙ୍ଗିପଡ଼ିଛି କଳାଜଗତ। ପ୍ରଶଂସକଙ୍କ ମଧ୍ୟରେ ଉଙ୍କିମାରୁଛି ଅନେକ ପ୍ରଶ୍ନ। ବିଧିବଦ୍ଧ ତଦନ୍ତ ହେଲେ ଏସବୁ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି।.....
Violent Clash: ଗୋଷ୍ଠୀ ସଂଘର୍ଷ; ମାରଣାସ୍ତ୍ରରେ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଏକାଧିକ ଆହତ

Cyclonic Storm: ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ, ବଢିଲା ବାତ୍ୟା ସମ୍ଭାବନା

Artificial Floating Island: ବିଶ୍ବର ପ୍ରଥମ କୃତ୍ରିମ ଭାସମାନ ଦ୍ବୀପ, ପରମାଣୁ ବିସ୍ଫୋରଣ ବିଗାଡି ପାରିବନି କି ବାତ୍ୟାରେ ବି କ୍ଷତି ହେବନି

Youth Arrested for Kidnapping College Girl: ଲିଫ୍ଟ ଦେବାକୁ କହି କଲେଜ ଛାତ୍ରୀଙ୍କୁ ଅପହରଣ, ଗିରଫ କଲା ମହିଳା ଥାନା ପୋଲିସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)