/odishatv-khabar/media/media_files/2026/01/13/hindu-murder-in-bangladesh-2026-01-13-15-00-30.jpg)
Hindu Murder In Bangladesh Photograph: (OTV)
ବାଂଲାଦେଶରେ ଥମିବାର ନାଁ ଧରୁନି ହିନ୍ଦୁ ନରସଂହାର । ବାଛି ବାଛି ପ୍ଲାନ୍ କରି ମାରୁଛନ୍ତି ହିନ୍ଦୁଙ୍କୁ । ଏବେ ଆଉ ଜଣେ ୨୮ ବର୍ଷୀୟ ହିନ୍ଦୁ ଯୁବକଙ୍କୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାଁ ସମୀର ଦାସ, ସେ ଜଣେ ଅଟୋ ଡ୍ରାଇଭର ।
ଗତ ରବିବାର ରାତିରେ ଚଟ୍ଟଗ୍ରାମର ଡାଗନଭୁୟାନରେ ଘଟିଛି ଏହି ନିର୍ମମ ହତ୍ୟାକାଣ୍ଡ । ଆକ୍ରମଣକାରୀମାନେ ସମୀରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ପିଟି ପିଟି ମାରିଦେଇଥିଲେ । ହତ୍ୟା ପରେ ସମୀରଙ୍କ ମୃତଦେହକୁ ଫିଙ୍ଗି, ତାଙ୍କର ଅଟୋରିକ୍ସା ନେଇ ଫେରାର ହୋଇଯାଇଥିଲେ । ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଜଣାପଡିଛି । କିନ୍ତୁ ଏ ଯାଏଁ ହତ୍ୟାକାରୀଙ୍କୁ ଗିରଫ କରାଯାଇନି । ସମୀରଙ୍କୁ ମିଶାଇ ଗତ ୪୨ ଦିନରେ ୧୨ ଜଣ ହିନ୍ଦୁଙ୍କ ହତ୍ୟା ହୋଇଛି ବାଂଲାଦେଶରେ ।
ରବିବାର ରାତିରେ ସମୀରଙ୍କ ହତ୍ୟା ସହ ଆଉ ଜଣେ ହିନ୍ଦୁ ରାଜନେତା ତଥା ସିଙ୍ଗରଙ୍କ ବି ମୃତ୍ୟୁ ହୋଇଛି । ମୃତକ ହେଲେ ପ୍ରଳୟ ଚାକି । ସେ ଜେଲ୍ରେ ଥିବାବେଳେ ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଛି । ଏନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କର ପୁଅ । ବିନା କୌଣସି କେସ୍ରେ ମୋ ବାପାଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଡାଇବେଟିସ୍ ଓ ହୃଦରୋଗ ଥିବାରୁ ଜେଲ୍ରେ ଅବସ୍ଥା ବିଗିଡି ଯାଇଥିଲା । ପରେ ତାଙ୍କୁ ହସ୍ପିଟାଲେ ନିଆଯାଇଥିଲେ ବି ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ବାପାଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି ।
ୟୁନୁସ୍ ସରକାରରେ ଯେମିତି ନର୍କ ପାଲଟିଯାଇଛି ସଂଖ୍ୟାଲଘୁ ହିନ୍ଦୁଙ୍କ ଜୀବନ । ଦୀପୁ ଚନ୍ଦ୍ର, ଅମୃତ ମଣ୍ଡଳ, ବଜେନ୍ଦ୍ର ବିଶ୍ୱାସ, ଖୋକନ ଦାସ, ରାଣା ପ୍ରତାପ, ମଣି ଚକ୍ରବର୍ତ୍ତୀ, ମିଥୁନ୍ ସରକାର... ଏମିତି ଜଣକ ପରେ ଜଣେ ହିନ୍ଦୁଙ୍କୁ ମାରି ରକ୍ତର ହୋଲି ଖେଳୁଛନ୍ତି ହିଂସାକାରୀ । ପୁଣି କେତେବେଳେ ଘରେ ପଶି ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ କରୁଛନ୍ତି ତ ଆଉ କେତେବେଳେ ରାତି ଅଧିଆ ଘରେ ନିଆଁ ଲଗାଇ ଜୀଅଁନ୍ତା ଜାଳିଦେବାକୁ ଚେଷ୍ଟା କରୁଛନ୍ତି ।
+2 Answer Script Evaluation: ଏ ବର୍ଷ ବଦଳିଯିବ ଯୁକ୍ତ ଦୁଇ ଖାତାଦେଖା ଢ଼ାଞ୍ଚା!

Safety First: ଏବେ ୧୦ ମିନିଟରେ ଡେଲିଭରି ହେବା ବନ୍ଦ, ସୁରକ୍ଷା ଦୃଷ୍ଟିରୁ ସମୟ ସୀମା ହଟାଇଲେ ସରକାର

From MP to Delivery Boy: ଘର ଘର ବୁଲି ଅର୍ଡର ଡେଲିଭରୀ କଲେ ସାଂସଦ

Speed Limits on NH: ଛିଡୁନି ଦ୍ବନ୍ଦ୍ବ, NHରେ କେତେ ସ୍ପିଡରେ ଚଲାଇବେ ଗାଡ଼ି?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)