/odishatv-khabar/media/media_files/2026/01/13/plus-two-result-2026-01-13-15-01-55.jpg)
Plus Two Result Photograph: (OTV)
ଚଳିତ ବର୍ଷରୁ ବଦଳିପାରେ ଯୁକ୍ତ ଦୁଇ ଖାତାଦେଖା ଢ଼ାଞ୍ଚା। ଅନଲାଇନରେ ହୋଇପାରେ ଖାତାଦେଖା। ଯୁକ୍ତ ଦୁଇ କଳା ବିଭାଗ ଖାତା ଦେଖା ଅନଲାଇନରେ ହୋଇପାରେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
କଳା ବିଭାଗ ଖାତାଦେଖା ଅନଲାଇନରେ କରିବାକୁ ପ୍ରସ୍ତୁତି କରାଯାଉଛି। ଚୂଡ଼ାନ୍ତ ପାଇଁ ବଜେଟ୍ ଫାଇନାଲ ହୋଇନାହିଁ। ବଜେଟ୍ ଆପ୍ରୁଭାଲ୍ ହେଲେ ନିଷ୍ପତ୍ତି ନିଆଯାଇପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଅନଲାଇନ୍ ବ୍ୟବସ୍ଥାରେ ପରୀକ୍ଷା ଉତ୍ତର ଖାତା ମୂଲ୍ୟାୟନ କରାଯିବ ବୋଲି ମନ୍ତ୍ରୀ ସଙ୍କେତ ଦେଇଛନ୍ତି।
ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଅର୍ଥ ପ୍ରଦାନ କରାଯିବ। ଟାଇମ୍ ପିରିୟଡ ଭିତରେ ଖାତା ଦେଖା ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ଏ ନେଇ ବିଭାଗ ଯୋଜନା କରୁଛି, ପ୍ରସ୍ତାବ ମଧ୍ୟ ଦିଆଯାଇଛି। ଆପ୍ରୁଭାଲ୍ ମିଳିଲେ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ସେପଟେ AI କ୍ୟାମେରା ପରୀକ୍ଷା ପ୍ରଶ୍ନପତ୍ର ଜଗିବ। ଗତଥର ଏଚଏସଇ ପରୀକ୍ଷାରେ AI କ୍ୟାମେରା ଲାଗିଥିଲା। କୌଣସି ପ୍ରଶ୍ନପତ୍ର ଲିକ୍ ହୋଇନାହିଁ। AI କ୍ୟାମେରା ଲାଗିବା ଦ୍ବାରା ସ୍ବଚ୍ଛତାର ସହ ପରିକ୍ଷା ପରିଚାଳନା ହୋଇପାରିବ। ପ୍ରଶ୍ନପତ୍ର ଲିକ୍ ହେବ ନାହିଁ ବୋଲି ଏହି ବ୍ୟବସ୍ଥା କରାଯାଉଥିବା ଗଣଶିକ୍ଷା ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ଯୁକ୍ତ ୨ କଳା ଖାତା ଦେଖା ଅନଲାଇନରେ ହୋଇପାରେ
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା
କଳା ବିଭାଗ ଖାତାଦେଖା ଅନଲାଇନରେ କରିବାକୁ ପ୍ରସ୍ତୁତି
ଚୂଡ଼ାନ୍ତ ପାଇଁ ବଜେଟ୍ ଫାଇନାଲ ହୋଇନାହିଁ
ବଜେଟ୍ ଆପ୍ରୁଭାଲ୍ ହେଲେ ନିଷ୍ପତ୍ତି ନିଆଯାଇପାରେ: ମନ୍ତ୍ରୀ
'ଯେଭଳି ପରୀକ୍ଷାରେ ସ୍ବଚ୍ଛତା ଆସିବ ସେଥିପାଇଁ ଧ୍ୟାନ ଦିଆଯାଉଛି'
Ganja Smuggled: ଚାଲାଣର ନୂଆ ଷ୍ଟାଇଲ, ପାଣି ବୋତଲ ତଳେ ପୁଳା ପୁଳା ଗଞ୍ଜେଇ

Subhadra Money: ଆକାଉଣ୍ଟକୁ ଆସିବ ଏକାଥରେ ୧୦ ହଜାର

Dog Bite Tragedy: ଶିଶୁ କିମ୍ବା ବୃଦ୍ଧଙ୍କର କୁକୁର କାମୁଡ଼ାରେ ମୃତ୍ୟୁ ହେଲେ, ରାଜ୍ୟ ସରକାର ଦେବେ ବିପୁଳ କ୍ଷତିପୂରଣ

Teacher Writes Letter in Blood: ରାଷ୍ଟ୍ରପତିଙ୍କୁ ରକ୍ତରେ ଚିଠି ଲେଖିଲେ ଶିକ୍ଷୟିତ୍ରୀ, ପ୍ରତ୍ୟେକ ବୁନ୍ଦାରେ ନିର୍ଯାତନାର କାହାଣୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)