/odishatv-khabar/media/media_files/2026/01/13/road-2026-01-13-14-44-29.jpg)
ROAD Photograph: (OTV)
NHରେ ଆପଣଙ୍କ ଗାଡ଼ିର ବେଗ ରହିବ କେତେ ? ଘଣ୍ଟା ପ୍ରତି ୫୦ ନା ୬୦, ୭୦ରୁ ନା ୮୦ ? ରାସ୍ତାକଡ଼ ଫଳକ ଦେଖିଲେ ଆପଣ ଜାଣିଯିବେ। ଯଦି ଧାର୍ଯ୍ୟ ବେଗଠୁ ଅଧିକ ସ୍ପିଡରେ ଯାଆନ୍ତି, ତା’ହେଲେ ଆପଣଙ୍କୁ ଗଣିବାକୁ ପଡ଼ିବ ଜରିମାନା। କିନ୍ତୁ ରାଜ୍ୟ ଦେଇ ଯାଇଥିବା ବିଭିନ୍ନ ଜାତୀୟ ରାଜପଥରେ ଡିଫରେଣ୍ଟ ଫଣ୍ଡା।
NHରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଧାର୍ଯ୍ୟ କରିଛନ୍ତି ଗୋଟିଏ ସ୍ପିଡ୍, ଜିଲ୍ଲା ପ୍ରଶାସନ ଧାର୍ଯ୍ୟ କରିଛି ଆଉ ଏକ ସ୍ପିଡ୍। ପିପିଲି ଟୋଲଗେଟ୍ ପାରି ହେବା ପରେ ପୁରୀ ଜିଲ୍ଲାପାଳଙ୍କ ସାଇନବୋର୍ଡରେ ବାଇକ୍ ଓ ଭାରୀଯାନ ତଥା ଟ୍ରକ୍ ପାଇଁ ଘଣ୍ଟାକୁ ୫୦ କିଲୋମିଟର, କାର୍ ପାଇଁ ୭୦ କିଲୋମିଟର ବେଗ ଧାର୍ଯ୍ୟ କରିଛନ୍ତି।
ଏହାର କିଛି ବାଟ ଗଲା ପରେ ନିଜ ସାଇନବୋର୍ଡରେ NHAI ଦର୍ଶାଇଛନ୍ତି ବାଇକ୍ ଏବଂ ଟ୍ରକ୍ ସ୍ପିଡ୍ ଘଣ୍ଟାକୁ ୬୦ କିଲୋମିଟର ଏବଂ କାର୍ ପାଇଁ ୮୦ କିଲୋମିଟର ବେଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ସାଇନବୋର୍ଡ ଦେଖି ସାଧାରଣ ଗାଡ଼ି ଚାଳକ ଅକଳରେ ପଡୁଛନ୍ତି।
ଅମାନ୍ୟ କଲେ ମଝିରେ ଲାଗିଥିବା କ୍ୟାମେରା ଧରିଦେଉଛି ଓ ସଂପୃକ୍ତ ଗାଡ଼ି ବିରୋଧରେ ଚାଲାଣ କଟୁଛି। NHAI କର୍ତ୍ତୃପକ୍ଷ କହିଛନ୍ତି ଜାତୀୟ ରାଜପଥରେ NHAI ଛଡ଼ା କେହି ଗାଡ଼ିର ବେଗ ସଂପର୍କିତ ସାଇନବୋର୍ଡ ଲଗାଇ ପାରିବେ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)