Advertisment

Silver Crosses ₹3 Lakh Per Kg: ୩ ଲକ୍ଷ ଟପିଲା ରୁପା ଦର, ସୁନା ଦେଢ ଲକ୍ଷ ମୁହାଁ

ରୁପା ଦର କିଲୋଗ୍ରାମ ପିଛା ୩ ଲକ୍ଷ ଟଙ୍କା ଟପିଯାଇଛି, ଆଉ ୨୪ କ୍ୟାରେଟ୍ ସୁନାର ଦର ଦେଢ଼ ଲକ୍ଷ ମୁହାଁ ହେଲାଣି। ନୂଆ ରେକର୍ଡ ସୃଷ୍ଟି କରୁଛି ଉଭୟ ମୂଲ୍ୟବାନ ଧାତୁର ଦର।

author-image
Chinmayee Sahoo
Silver Rate

Silver Rate Photograph: (OTV)

ବୋଲ ମାନୁନି ସୁନା ଓ ରୁପା ଦର। ରୁପା ଦର କିଲୋଗ୍ରାମ ପିଛା ୩ ଲକ୍ଷ ଟଙ୍କା ଟପିଯାଇଛି, ଆଉ ୨୪ କ୍ୟାରେଟ୍ ସୁନାର ଦର ଦେଢ଼ ଲକ୍ଷ ମୁହାଁ ହେଲାଣି। ନୂଆ ରେକର୍ଡ ସୃଷ୍ଟି କରୁଛି ଉଭୟ ମୂଲ୍ୟବାନ ଧାତୁର ଦର। 

Advertisment

ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପାର ମୂଲ୍ୟରେ ଅହେତୁକ ବୃଦ୍ଧି ଜାରି ରହିଛି। ସୋମବାର ବଜାର ଖୋଲିବା ମାତ୍ରେ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଦର ଆକାଶଛୁଆଁ ହୋଇଯାଇଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଦର ପ୍ରାୟ ୪,୬୦୦ ଡଲାର ପ୍ରତି ଆଉନ୍ସ ନିକଟରେ ରହିଛି, ଯାହା ଘରୋଇ ବଜାରରେ ୨୪ କ୍ୟାରେଟ୍ ସୁନା ଦର ପ୍ରତି ୧୦ ଗ୍ରାମରେ ପ୍ରାୟ ୧,୪୩,୦୦୦ରୁ ୧,୪୫,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି।

ଇତିହାସରେ ପ୍ରଥମ ଥର ପାଇଁ ରୁପା ଦର କିଲୋଗ୍ରାମ ପିଛା ୩ ଲକ୍ଷ ଟଙ୍କା ଅତିକ୍ରମ କରିଛି ଏବଂ ସୁନା ୧.୫ ଲକ୍ଷର ନିକଟତର। ୨୦୨୫ ଡିସେମ୍ବର ୩୧ ତାରିଖ ସୁଦ୍ଧା ୧ କିଲୋଗ୍ରାମ ରୁପା ଦର ୨,୩୫,୭୦୧ ଟଙ୍କା ଥିଲା, ଯାହା ଏବେ ପ୍ରାୟ ୩,୦୧,୦୦୦ ଟଙ୍କାରେ ପହଞ୍ଚିଛି। 

Advertisment

ବିଶ୍ୱବ୍ୟାପୀ ଉତ୍ତେଜନା ଏବଂ ଅନିଶ୍ଚିତତା ଯୋଗୁଁ ଏହି ଦର ବୃଦ୍ଧି ହେଉଛି। ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଇଉରୋପୀୟ ଦେଶମାନଙ୍କ ଉପରେ ନୂଆ ଟାରିଫ୍ ଲଗାଇବାର ଧମକ ଦେବା ପରେ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପାକୁ ସୁରକ୍ଷିତ ନିବେଶ ଭାବେ ଚାହିଦା ବଢିଛି। 

ବିଶ୍ୱସ୍ତରରେ ସୁନାର ଦର ପ୍ରାୟ $୪,୬୦୦ ପ୍ରତି ଆଉନ୍ସ ଏବଂ ରୁପା $୯୦ରୁ ଅଧିକ ହୋଇଛି। ପୁଣି ସୁନା ଓ ରୁପାର ଦର ହ୍ରାସ ପାଇବା ଆଶା ସମ୍ଭବତଃ କମ୍।

ଆଜି ଭୁବନେଶ୍ବରରେ ରୁପା ଦର ୧ କିଲୋଗ୍ରାମ୍ ପିଛା ୩,୧୮,୦୦୦ ଟଙ୍କା ରହିଛି। ସେହିଭଳି ୨୪ କ୍ୟାରେଟ ସୁନା ଦର ୧,୪୫, ୬୯୦ ଟଙ୍କା ରହିଛି। ୨୨ କ୍ୟାରେଟ ସୁନା ଦର ୧,୩୩,୫୫୦ ଟଙ୍କା ରହିଛି। ୧୮ କ୍ୟାରେଟ୍ ସୁନା ଦର ୧,୦୯,୨୭୦ ଟଙ୍କା ରହିଛି।

Gold Prices Silver Prices Gold Silver Price Today Gold & Silver Price Updates Silver Price Increase
Advertisment
Related Articles
Advertisment