/odishatv-khabar/media/media_files/2026/01/19/bird-2026-01-19-11-58-21.jpg)
Bird Photograph: (OTV)
ଏଥର ଚିଲିକାକୁ ଆସିଛନ୍ତି ୧୧ ଲକ୍ଷ ପକ୍ଷୀ । ସାରା ଚିଲିକାରେ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ଟି ପକ୍ଷୀଙ୍କ ସମାଗମ ହୋଇଛି। ଯାହାକି ଗତବର୍ଷଠାରୁ ୪ ହଜାର ୯୮୨ ଅଧିକ ।
Advertisment
କେବଳ ନଳବଣରେ ୧୦୬ ପ୍ରଜାତିର ୩ ଲକ୍ଷ ୯୭ ହଜାର ୫୮୭ଟି ପକ୍ଷୀ ଥିବା ଗଣନାରୁ ଜଣାପଡିଛି। ଚିଲିକାରେ ଏଥର ୧୦୬ ପ୍ରଜାତିର ୧୧ ଲକ୍ଷ ୧୦ ହଜାର ୨୫୭ଟି ବିଦେଶୀ ପକ୍ଷୀ ଥିବା ବେଳେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ୨୧ ହଜାର ୯୪୩ ।
ସବୁଠାରୁ ସୁନ୍ଦର ଓ ଆକର୍ଷଣୀୟ ପକ୍ଷୀ ଫ୍ଲେମିଙ୍ଗଙ୍କ ସଂଖ୍ୟା ୧୮ ଶହ ଥିବା ଜଣାପଡ଼ିଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ବାଲୁଗାଁ ବନ୍ୟପ୍ରାଣୀ ବିଭାଗର ମିଳିତ ଉଦ୍ୟମରେ ଚିଲିକା ଏବଂ ପକ୍ଷୀ ଅଭୟାରଣ୍ୟ ନଳବଣରେ ସକାଳୁ ସକାଳୁ ପକ୍ଷୀ ଗଣନା କରାଯାଇଥିଲା ।
Advertisment
ବାଲୁଗାଁ ବନ୍ୟପ୍ରାଣୀ ଅଧିନସ୍ଥ ୫ଟି ରେଞ୍ଜ ଚିଲିକା, ବାଲୁଗାଁ, ଟାଙ୍ଗି, ସାତପଡ଼ା ଓ ରମ୍ଭା ରେଞ୍ଜର ଅଞ୍ଚଳକୁ ୨୨ଟି ଜୋନରେ ବିଭକ୍ତ କରାଯାଇ ପକ୍ଷୀ ଗଣନା କରାଯାଇଥିଲା। ଏଥିରେ ୧୩୦ଜଣ ଗଣନାକାରୀ ନିୟୋଜିତ ହୋଇଥିଲେ ।
Advertisment



Related Articles
Tusker Terror: ନିଦ ହଜେଇଛି ହାତୀ; ଭାଙ୍ଗୁଛି ଘର, ନଷ୍ଟ କରୁଛି ଧନସମ୍ପତ୍ତି
POSTED

Odisha Sports Journalists Association: ଓଡ଼ିଶା ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ୍ ଆସୋସିଏସନର ନବମ ବାର୍ଷିକ ଉତ୍ସବ, କ୍ରୀଡ଼ା କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନ ପ୍ରଦାନ
POSTED

Missing Businessman Case: କୁଆଡ଼େ ଗଲେ ପ୍ରେମିକ: ସତ ଓଗାଳିବେ ପ୍ରେମିକା?
POSTED

Major Crackdown on Cow Smugglers: ଗୋ-ମାଫିଆଙ୍କ ଉପରେ ବଡ଼ ଆକ୍ସନ୍; ୧୦୦ କୋଟିର ସମ୍ପତ୍ତି ଜବତ, ଟଙ୍କା ଦେଖି ଛାନିଆ ପୋଲିସ୍
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)