Advertisment

Weather Update: ବଢ଼ିବ ତାପମାତ୍ରା, ଜାଡ଼ମାଡ଼ରୁ ମିଳିବ ଆଶ୍ବସ୍ତି

ଆଗକୁ ରାତିର ସର୍ବନିମ୍ନ ତାପମାତ୍ରା ଆହୁରି ବଢ଼ିବା ସମ୍ଭାବନା ଥିବାରୁ ଥଣ୍ଡାର ପ୍ରଭାବ କମିବା ସମ୍ଭାବନା ରହିଛି। ଆସନ୍ତା ୪ ଦିନରେ ସର୍ବନିମ୍ନ ତାପମାତ୍ରା ୨-୪ ଡିଗ୍ରୀ ଯାଏଁ ଖସିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

author-image
Madhupriya Mistry
WINTER

WINTER Photograph: (OTV)

ଉପରମୁହାଁ ପାରଦ, ବଢ଼ିଲା ରାତି ତାପମାତ୍ରା। ଜାଡ଼ମାଡ଼ରୁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି। ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢିଛି। ଫଳରେ ପୂର୍ବ ଅପେକ୍ଷା ଟିକେ ହ୍ରାସ ପାଇଛି ଶୀତର ପ୍ରକୋପ।

Advertisment

ଆଗକୁ ରାତିର ସର୍ବନିମ୍ନ ତାପମାତ୍ରା ଆହୁରି ବଢ଼ିବା ସମ୍ଭାବନା ଥିବାରୁ ଥଣ୍ଡାର ପ୍ରଭାବ କମିବା ସମ୍ଭାବନା ରହିଛି। ଆସନ୍ତା ୪ ଦିନରେ ସର୍ବନିମ୍ନ ତାପମାତ୍ରା ୨-୪ ଡିଗ୍ରୀ ଯାଏଁ ବଢ଼ିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଶୀତ କମିବାର କାରଣ ହେଉଛି ପଶ୍ଚିମାଝଡ଼ର ପ୍ରଭାବ। ରାଜ୍ୟ ଉପରେ ୨ଟି ପଶ୍ଚିମାଝଡ଼ର ପ୍ରଭାବ ରହୁଛି। ଫଳରେ ଓଡ଼ିଶାକୁ ପ୍ରଚୁର ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେବ। ଫଳରେ ରାତିର ପାରଦ ବଢ଼ିବା ସହ କମିବ ଶୀତ ଲହରି। 

Advertisment

ତେବେ ରାଜ୍ୟରେ ଜାରି ରହିବ କୁହୁଡ଼ିର ପ୍ରଭାବ। ଆଜି ଓ ଆସନ୍ତାକାଲି ପାଇଁ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଳାହାଣ୍ଡିକୁ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Weather IMD Bhubaneswar Foggy Weather
Advertisment
Related Articles
Advertisment