Advertisment

Balaram Sahani Missing Mystery: ସାତ ବର୍ଷ ତଳର ସତ ଖୋଜା, ଗାର୍ଲଫ୍ରେଣ୍ଡକୁ ମାରାଥନ ଜେରା

୨୦୧୯ ବଳରାମ ସାହାଣୀ ନିଖୋଜ ମାମଲାରେ ଗାର୍ଲଫ୍ରେଣ୍ଡ ରଶ୍ମିତା ସ୍ବାଇଁଙ୍କୁ ରିମାଣ୍ଡରେ ନେଇ ଖୋଳତାଡ଼ କରୁଛି ପୋଲିସ। ଝାରପଡ଼ା ଜେଲରୁ ନେଇ ଦ୍ୱିତୀୟ ଦିନରେ ଗାର୍ଲଫ୍ରେଣ୍ଡଙ୍କୁ ମାରାଥନ ଜେରା କରୁଛି।

author-image
Madhupriya Mistry
LOVER ARREST

LOVER ARREST Photograph: (OTV)

ଖୋଲିଲା ଫାଇଲ୍। ୭ ବର୍ଷ ପରେ ସତ ଖୋଜୁଛି ପୋଲିସ୍। ୨୦୧୯ ବଳରାମ ସାହାଣୀ ନିଖୋଜ ମାମଲାରେ ଗାର୍ଲଫ୍ରେଣ୍ଡ ରଶ୍ମିତା ସ୍ବାଇଁଙ୍କୁ ରିମାଣ୍ଡରେ ନେଇ ଖୋଳତାଡ଼ କରୁଛି ପୋଲିସ। ଝାରପଡ଼ା ଜେଲରୁ ନେଇ ଦ୍ୱିତୀୟ ଦିନରେ ଗାର୍ଲଫ୍ରେଣ୍ଡଙ୍କୁ ମାରାଥନ ଜେରା କରୁଛି।

Advertisment

ନିଖୋଜ ବଳରାମ ସହାଣୀଙ୍କୁ ନେଇ ପୋଲିସ ହାତରେ ଏବେ ଲାଗିଛି ବଡ଼ ସୁରାଗ। ନିଶା କାରବାରକୁ ନେଇ କିଛି ଅଘଟଣ ଘଟିଥିବା ସୁରାଗ ପାଇଛି ପୋଲିସ୍। ବଳରାମଙ୍କୁ ଅପହରଣ କରାଯାଇଥିଲା, ଏଥିରେ ପ୍ରେମିକାଙ୍କ ସଂପୃକ୍ତି ଥିବା ଜଣାପଡ଼ିଛି।

ଉଭୟ ଗଞ୍ଜେଇ କାରବାରରେ ସଂପୃକ୍ତ ଥିଲେ ହେଲେ ଏମିତି କଣ ହେଲା ଯେ ଯାହା ପରେ ବଳରାମଙ୍କ ସମ୍ପର୍କରେ ମିଳୁନି ପତ୍ତା ତାକୁ ନେଇ ସନ୍ଦେହ ବଢ଼ିଛି।

Advertisment

ଏବେ ସବୁଠୁ ବଡ଼ ପ୍ରଶ୍ନ ବଳରାମଙ୍କୁ ଯଦି ଅପହରଣ କରାଯାଇଥିଲା ତାହେଲେ କଣ ଘଟିଥିଲା, କୁଆଡ଼େ ଗଲେ ବଳରାମ, ତାଙ୍କ ସହ କଣ ଅଘଟଣ ଘଟିଛି ସେ ସବୁର ତଦନ୍ତ ଚାଲିଛି।

୨୦୧୯ ମସିହାରେ ବଳରାମ ସାହାଣୀ କୁଆଡ଼େ ଅଚାନକ ନିଖୋଜ ହୋଇଥିଲେ। ସେବେଠୁ ତାଙ୍କ ସମ୍ପର୍କରେ କୌଣସି ପତ୍ତା ମିଳୁନି। ତାଙ୍କ ଗାର୍ଲଫ୍ରେଣ୍ଡ ରଶ୍ମିତା ସ୍ବାଇଁଙ୍କୁ ୧୫ ଦିନ ତଳେ ଗଞ୍ଜାମରୁ ଗିରଫ କରି ତଦନ୍ତ କରୁଛି ପୋଲିସ୍।  

Crime Odisha Girlfriend Missing Case Lover
Advertisment
Related Articles
Advertisment