୫୧ ଇଞ୍ଚର ଏହି ବିଗ୍ରହର ପ୍ରତିଷ୍ଠା ୨୨ ତାରିଖ ଦିନ ହେବ ।
ଏଥିପାଇଁ ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ଯାଏଁ ଶୁଭ ସମୟ ସ୍ଥିର କରାଯାଇଛି ।
ସୁନ୍ଦର କାରୁକାର୍ଯ୍ୟରେ ନିଜକୁ ଚକ୍ମକ୍ କରି ପ୍ରଭୁ ଶ୍ରୀରାମଙ୍କୁ ଅପେକ୍ଷା କାରିଛି ରାମ ମନ୍ଦିର । ସେହି ୨୨ ତାରିଖକୁ । ସେହି ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ । ଯେଉଁ ସମୟରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ରାମ ମନ୍ଦିରରେ ପୂଜା ପାଇବେ ।
କିଏ ସେ ଭାଗ୍ୟବାନ ମୂର୍ତ୍ତିକାର ଯାହାଙ୍କ ମୂର୍ତ୍ତି ଭବ୍ୟ ରାମ ମନ୍ଦିରରେ ପୂଜା ପାଇବ । ଏହାରି ଭିତରେ ପ୍ରଖ୍ୟାତ ସ୍ଥପତି ଅରୁଣ ଯୋଗୀରାଜଙ୍କ ନିର୍ମିତ ମୂର୍ତ୍ତି ଗର୍ଭଗୃହ ଲାଗି ଚୂଡ଼ାନ୍ତ ହୋଇଥିବା ନେଇ କେନ୍ଦ୍ରମନ୍ତ୍ରୀ ପହଲ୍ଲାଦ ଯୋଶୀ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ । ଏହାପରେ ଅରୁଣ ଯୋଗୀରାଜଙ୍କ ନାମ ଚର୍ଚ୍ଚାକୁ ଆସିଛି । ତେବେ କିଏ ସେହି ଅରୁଣ ଯୋଗୀରାଜ ।
କିଏ ଏହି ଅରୁଣ ଯୋଗୀରାଜ । ରାତାରାତି ଷ୍ଟାର ପାଲଟିଥିବା ଏହି ସ୍ଥପତିଜଣକ କିଏ .. ପ୍ରଭୁଙ୍କ ବିଗ୍ରହ ନିର୍ମାଣ କରିଥିବା ସେ ହାତ କାହାର .. ଏପରି ଅନେକ ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ।
ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ ଏବଂ ଜାନୁଆରୀ ୧୭ରୁ ଶ୍ରଦ୍ଧାଳୁଙ୍କ ସମାଗମ ଆରମ୍ଭ ହୋଇଯିବ । ଏହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କୁ ଭୋଗ ଯୋଗାଣ ଲାଗି ଆବଶ୍ୟକ ଚାଉଳ ଛତିଶଗଡ଼ ସରକାରଙ୍କ ପକ୍ଷରୁ ପଠାଯାଇଛି।
ଉତ୍ତର ପ୍ରଦେଶ, ଅଯୋଧ୍ୟାରେ ଜୋରସୋରରେ ଚାଲିଛି ରାମ ମନ୍ଦିର ନିର୍ମାଣ । ଇଏ ହେଉଛି ମନ୍ଦିର ବାହାରର ଏକ ଝଲକ ।