/odishatv-khabar/media/post_attachments/uploadimage/library/16_9/16_9_0/PM_Modi_1714924822.jpg)
PM Modi
ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ସୋ। ରାମଲାଲାଙ୍କ ଦର୍ଶନ କରିବା ପରେ ରୋଡ୍ ସୋ କରୁଛନ୍ତି ମୋଦି। ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରୋଡ୍ ସୋରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକ ଏକାଠି ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗାଡି ଉପରେ ଫୁଲ ପକାଇ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି ଅଯୋଧ୍ୟା ବାସୀ।
ଏହାପୂର୍ବରୁ ଆଜି ଅଯୋଧ୍ୟା ପହଁଚି ରାମଲାଲାଙ୍କୁ ଦର୍ଶନ କରିବା ସହ ମନ୍ଦିରରେ ଆଳତୀ କରିଥିଲେ ପ୍ରଧାନମନ୍ତ୍ରୀ। ରାମଲାଲାଙ୍କୁ ଦଣ୍ଡବତ ପ୍ରଣାମ ଜଣାଇଥିଲେ। ଗତ ଜାନୁଆରୀ ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମୋଦିଙ୍କ ଏହା ପ୍ରଥମ ଅଯୋଧ୍ୟା ଗସ୍ତ।
ଆଜି ରାତିରେ ଭୁବନେଶ୍ବର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ତାଙ୍କର କ୍ୟାମ୍ପେନିଂ ରହିଛି। ତାଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ହୋଇଛି। ଏସପିଜି ସହିତ ସିଆଇଏସଏଫ୍ ମଧ୍ୟ ସିକ୍ୟୁରିଟି ଦାୟିତ୍ୱରେ ରହିବେ। ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ହୋଇଥିବା ବେଳେ କିଛି ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି।
ମୋଦିଙ୍କ ଗସ୍ତ ପାଇଁ ୩ ଡିସିପି, ୧୦ ଏସିପି, ୧୭ ଆଇଆଇସି, ୯୦ ଏସଆଇ ଓ ଏଏସଆଇଙ୍କ ସହିତ ୨୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ। ରାସ୍ତାରେ ବ୍ୟାରିକେଡ୍ କରାଯିବା ସହିତ ନିଜେ ପୋଲିସ କମିଶନର୍ ତଦାରଖ କରିବେ। ସେପଟେ ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ SPG ସହ ୩୦ ପ୍ଲାଟୁନ୍ ଫୋର୍ସ, ବମ୍ ସ୍କ୍ୱାଡ୍, ସନ୍ଧାନୀ କୁକୁର ମୁତୟନ ରହିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)