ଗତକାଲି ଏମିତି ଜଣେ ଦିବ୍ୟାଙ୍ଗ ଭକ୍ତ ଜଗାର ଦର୍ଶନ ପାଇଁ ଆସିଥିଲେ । କିନ୍ତୁ ଦର୍ଶନ ନପାଇ ମନ ଦୁଃଖରେ ଫେରିଯାଇଥିଲେ । ଆଉ ଜଣେ ଦିବ୍ୟାଙ୍ଗ ଭିତରକୁ ଯାଇନପାରି ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରିବାକୁ ବାଧ୍ୟ ହୋଇଥିଲେ ।
ବୟସ ଶହେ ଟପିଥିଲେ ବି ଏବେ ବି ଯୁବ ସୁଲଭ ପରି ଲୁହାକୁ ଗରମ କରି ବିଭିନ୍ନ ସାମଗ୍ରୀ କରୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ରାମନଗର ର ଅନିଲ କର୍ମକର l
ହଷ୍ଟେଲରେ ଘଟିଥିବା ଏ ଘଟଣାକୁ ନେଇ ଛାତ୍ରୀ ଜଣକ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ପାଇ ନଥିବାରୁ ପରିବାର ସହ ଏନେଇ ଭରତପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ବିଶେଷ କରି କୋରାପୁଟ, ମୟୂରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା, ବୌଦ୍ଧ, ଗଞ୍ଜାମ, କନ୍ଧମାଳ ଓ ପୁରୀରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।
ଦିନିକିଆ ଗସ୍ତରେ ଆସି ରାଜନାଥ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଜନାଥଙ୍କର ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ କାର୍ଯ୍ୟକ୍ରମ ରହିଛି ।
ବିଶାଳ ଆନାକୋଣ୍ଡାର ଓଜନ ୨ କ୍ୱିଣ୍ଟାଲ୍ ରହିଛି । ଯାହା ଭାବିଲେ ମଧ୍ୟ ଆପଣଙ୍କୁ ଭୟ ଲଗିବ । କାରଣ ୨୬ ଫୁଟ୍ ଲମ୍ବ ସହ ୨ କ୍ୱିଣ୍ଟାଲ୍ ଓଜନର ଆନାକୋଣ୍ଡା କେତେ ଯେ ବଡ଼ ଆପଣ ଅନୁମାନ କରିପାରୁଥିବେ ।
ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ରାଜ୍ୟର ପ୍ରାୟ ଶହେଟି ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୭ରୁ ୮ଟି AI ସର୍ଭେଲାନ୍ସ କ୍ୟାମେରା ଲାଗିଥିବା ବେଳେ, ଶହେରୁ ଅଧିକ ସମ୍ବେଦନଶୀଳ...
ପାଣିପାଗ ବିଶେଷଜ୍ଞଙ୍କ ମତ, ଫେବ୍ରୁଆରୀରେ ଏଭଳି ତାତି ରାଜ୍ୟରେ ନୂଆ ନୁହେଁ । ଏହାପୂର୍ବରୁ ୨୦୧୬ରେ ଭୁବନେଶ୍ୱରରେ ଫେବ୍ରୁଆରୀ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା ।
ଛଅ ମୋହଲା କୋଠାରୁ ଡେଇଁ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣକ ବିଏସସି ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଥିବାବେଳେ ଗତ ଶନିବାର ସେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ।
ଛାତ୍ର ଜଣକ ଏଥିପାଇଁ ମାସିକ ପ୍ରାୟ ୧୨୦୦ ଡଲାର୍ ଖର୍ଚ୍ଚ କରିଥା’ନ୍ତି । ଯାହା କି ଭାରତୀୟ ଟଙ୍କାରେ ୯୯ ହଜାର ୬୩୧ ଟଙ୍କା । ହେଲେ ସେଠାରେ ସେ ଏକ ଆପାର୍ଟମେଣ୍ଟ ଘରଭଡ଼ା ନେବାକୁ ହେଲେ ତାଙ୍କୁ ପ୍ରାୟ ୨୧ଶହ ଡଲାର ଖର୍ଚ୍ଚ କରିବାକୁ ହେବ ।...
ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବିଧାନସଭା ନିର୍ବାଚନମଣ୍ଡଳୀ । ଉପାନ୍ତ, ସୀମାନ୍ତ ଆଉ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଲେ ବି ଏଠି ରାଜନୀତିର ଗୋଟି ଚାଳନା କିନ୍ତ ତୀର୍ଯକ । ୨୦୦୯ରୁ ଏ ନିର୍ବାଚନମଣ୍ଡଳୀ ଗଠନ ହେବା ପରଠୁ ଏଠାରେ କ୍ରମାଗତ ଭାବେ ଜିତି ଆସୁଛି ବିଜେଡି ।
୩ଟି ଯାକ ନିର୍ବାଚନରେ ବିଜେପି ଏଠି ତୃତୀୟ ସ୍ଥାନରେ ହିଁ ରହୁଛି । ତେବେ ୨୦୨୪ ନିର୍ବାଚନରେ ଝରିଗାଁ ବିଜେଡି ରାଜନୀତିରେ ଦେଖିବାକୁ ମିଳିପାରେ ରୋଚକ ସ୍ଥିତି ।
ଏଥର କୁଆଡ଼େ ଯିବ ମାହାଙ୍ଗାବାସୀଙ୍କ ମୁଡ୍ ? କେଉଁ ନେତାଙ୍କୁ ଗାଦିରେ ବସାଇବେ ମାହାଙ୍ଗା ଜନତା ? କାହାକୁ ନିଜର କରିବେ, ଆଉ କିଏ ହେବ ପର ? କଟକ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ବିଧାନସଭା ନିର୍ବାଚନମଣ୍ଡଳୀ ମାହାଙ୍ଗା ।
୨୦୦୦ ମସିହାରୁ ବିଜେଡି ଏଠି ଶାସନରେ । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କର ଚାଲିଛି ତୃତୀୟ ଟର୍ମ । ଏଠି ଶରତ କର ଏବଂ ବିକ୍ରମ କେଶରୀ ବର୍ମାଙ୍କ ପରେ ବିଜେଡି ଶାସନକୁ ଅକ୍ଷୁଣ୍ଣ ରଖିଛନ୍ତି ପ୍ରତାପ ।
କଥାଟା ଆପଣଙ୍କୁ ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ଏପରି ଏକ ଅବିଶ୍ୱସନୀୟ କଥା ନିକଟରେ ସାମ୍ନାକୁ ଆସିଛି । ଅଫ୍ ଗ୍ରୀଡ୍ ଦ୍ୱୀପପୁଞ୍ଜରେ ଏହି ଘଟଣା ଘଟିଛି ।
‘ବମିକା’ ଅର୍ଥାତ ପ୍ରଥମ ଶିଶୁକନ୍ୟାକୁ ତା ଭାଇ ‘ଅକାୟ’ ମିଳିଛି । ଗତ ୧୫ ତାରିଖ ଦିନ ଏହି ଖୁସିଖବର ଘରକୁ ଆସିଥିବା ସେମାନେ ଜଣାଇଛନ୍ତି । ଏନେଇ ସମସ୍ତଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ଏହି ଷ୍ଟାର କପଲ୍ ବିରାଟ ଓ ଅନୁଷ୍କା ।
ବିଜେଡିକୁ ଓଭରଲୋଡ ଟେନସନ । ଭୋଟ୍ ପୂର୍ବରୁ ବିଜେଡିରେ ବାଜିଲାଣି ଟିକେଟ୍ ଆଶାୟୀଙ୍କ ବିଦ୍ରୋହର ବିଗୁଲ୍ ନିର୍ବାଚନ ମଣ୍ଡଳୀରେ ବି ଆରମ୍ଭ ହେଲାଣି ଆଶୀୟୀଙ୍କ ଶକ୍ତି ପ୍ରଦର୍ଶନ। ସମସ୍ତେ ଛାତି ପିଟି କହୁଛନ୍ତି ଟିକେଟ୍ ପାଇଁ ମୁଁ ଦାବିଦାର।
ଭୋଟ୍ ପାଇଁ ଭଣ୍ଡାର ମେଲା କରିଦେଲେ ସରକାର। ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ବାଣ୍ଟିଲେ ହଜାରେ ଲେଖାଏଁ ଟଙ୍କା। ଅନେକ ସ୍ଥାନରେ ହିତାଧିକାରୀଙ୍କୁ ଟଙ୍କା ଦେଇଛନ୍ତି ବିଜେଡି ନେତା। ରାଜ୍ୟରେ ପ୍ରାୟ ୯୫ ଲକ୍ଷ ପରିବାରକୁ ସହାୟତା ଦେବେ ସରକାର।
ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, କେନ୍ଦ୍ରର ବି ତାଗିଦ୍ । ତା’ ସତ୍ତ୍ୱେ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ନିୟମକୁ ଓଡ଼ିଶା ସହ ୭ ରାଜ୍ୟ କରିଛନ୍ତି ଫୁ । କାହିଁକି ହେଉଛି ରାଜ୍ୟ ପୋଲିସ ମୁଖିଆ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମଚଳା ନିଯୁକ୍ତି ?
ବରଗଡ଼ ବିଜେପୁରର ଇଏ ସେହି ବହୁ ପ୍ରତୀକ୍ଷିତ ୧୬ଶହ ୭୭ କୋଟି ୪୨ ଲକ୍ଷ ଟଙ୍କାର ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ । ୨୫ ହଜାର ୬୦୦ ହେକ୍ଟର ଜମିକୁ ଜଳସେଚନର ସ୍ୱପ୍ନ ଦେଖାଇ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।