/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756279988.jpg)
Mizoram Capital
ଭାରତର ମୂଳ ଭୂଖଣ୍ଡ ସହ ଯୋଡ଼ି ହେବ ଉତ୍ତର ପୂର୍ବ ରାଜ୍ୟ ମିଜୋରାମର ଆଇଜଲ । ଛୁକ ଛୁକ୍ କରି ଟ୍ରେନ୍ ଗଡ଼ିବ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହେବ। ମିଜୋରାମର ପର୍ବତମାଳାର ଛାତି ଚିରି ଆଗକୁ ଦୌଡ଼ିବ ଭାରତୀୟ ରେଳ । ସ୍ବାଧୀନତରେ ଏତେ ବର୍ଷ ପରେ ପ୍ରଥମ ଥର ପାଇଁ, ଏହି ପାହାଡିଆ ରାଜ୍ୟର ରାଜଧାନୀ ଆଇଜଲ ଦେଶର ବ୍ରଡଗେଜ୍ ରେଳ ନେଟୱାର୍କ ସହିତ ସଂଯୁକ୍ତ ହୋଇଛି ।
ବୈରାବୀ-ସାଇରାଙ୍ଗ ବ୍ରଡଗେଜ୍ ରେଳ ପ୍ରକଳ୍ପ ସମାପ୍ତ ହେବା ଦ୍ୱାରା ଏହି ଐତିହାସିକ ସଫଳତା ସମ୍ଭବ ହୋଇପାରିଛି। ୫ହଜାର ୨୧ ଦଶମିକ ଚାରି ପାଞ୍ଚ କୋଟିଖର୍ଚ୍ଚରେ ନିର୍ମିତ ଏହି ଗଗନଚୁମ୍ବି ରେଳପଥ ଜାତୀୟ ରେଳ ନେଟୱର୍କ ସହ ଯୋଡ଼ି ହେଇଛି । ଅର୍ଥାତ, ତ୍ରିପୁରାରୁ ଗୌହାଟି ଦେଇ ଅରୁଣାଚଳ ପ୍ରଦେଶକୁ ଲମ୍ବିଥିବା ରେଳ ରୁଟକୁ ଏହି ରେଳ ଲାଇନ ବୈରାଗୀଠାରେ ଛୁଇଁଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୯ ନଭେମ୍ବର ୨୦୧୪ରେ ବୈରାବୀ-ସାଇରାଙ୍ଗ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହା ପରେ ୨୦୧୫-୧୬ରେ ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ ହୋଇଥିଲା ଏବଂ ୨୦୧୫-୧୬ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପ ଅଧୀନରେ ୫୧.୩୮ କିଲୋମିଟର ଲମ୍ବା ଏକ ବ୍ରଡଗେଜ୍ ରେଳ ଲାଇନ ନିର୍ମାଣ କରାଯାଇଛି, ଯାହା ଉପରେ ଟ୍ରେନ୍ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଚାଲିପାରିବ ।
ରେଳ ଲାଇନରେ ୮୭ ଟି ଛୋଟ ଓ ୫୫ ବଡ଼ ବ୍ରିଜ ରହିଛି । ରାସ୍ତା ଉପରେ ୫ଟି, ରାସ୍ତା ତଳେ ୬ଟି ବ୍ରିଜ୍ ନିର୍ମାଣ ହେଇଛି । ବ୍ରିଜ୍ ନମ୍ବର - ୧୯୬ର ବିଶେଷ ମହତ୍ତ୍ୱ ହେଉଛି, ଏହାର କୁତବ ମିନାରଠୁ ବି ଉଚ୍ଚ । ୧୧୪ ମିଟର ଉଚ୍ଚ ଏହି ବ୍ରିଜ କୁତବ ମିନାରଠୁ ୪୨ ମିଟର ଉଚ୍ଚରେ ନିର୍ମାଣ ହେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)