ଜଗନ୍ନାଥ ସତରେ ଜଣେ ଆଶ୍ଚର୍ଯ୍ୟ । ସତେ ଯେମିତି ତାଙ୍କ ରକ୍ତରେ କର୍କଟ ନୁହେଁ, ଫୁର୍ତ୍ତି ଧାଉଁଛି । ଶିମିଳିପାଳ ଅଭୟାରଣ୍ୟର ଚ୍ୟାଲେଞ୍ଜପୂର୍ଣ୍ଣ ଡ୍ୟୁଟି ଭିତରେ ବି କ୍ୟାନସର ଡରକୁ ହରାଇଛନ୍ତି ପୋଡ଼ାଡିହା ରେଞ୍ଜର ଜଗନ୍ନାଥ ପରିଡ଼ା ।
ଦୀର୍ଘ ଦିନ ଧରି ଜେଲ୍ରେ ସଢୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥାର ଦେଶର ସବୁଠୁ ଲୋକପ୍ରିୟ ନେତା ଇମ୍ରାନ ଖାନ୍ । ତାଙ୍କ ଦଳ ତେହରିକ-ଏ- ପାକିସ୍ତାନକୁ ନିର୍ବାଚନ ଲଢିବାରୁ ବ୍ୟାନ୍ କରାଯାଇଥିବା ବେଳେ ଦଳର ଚିହ୍ନ, କ୍ରିକେଟ ବ୍ୟାଟକୁ ବି ବାତିଲ କରିଦେଇଛନ୍ତି ସେଠିକାର ନିର୍ବାଚନ କମିଶନ ।
୨୦୧୯ ମସିହାର କଥା। ସଂପୃକ୍ତ ମହିଳା ସବ ଇନିସପେକ୍ଟରଙ୍କ ଅଭିଯୋଗ ଥିଲା, ଥାନାବାବୁ ରମେଶ ପ୍ରଧାନ ନିଜ ସରକାରୀ କ୍ବାର୍ଟର୍ସରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଏ ସଂପର୍କରେ ୨୦୧୯ ନଭେମ୍ବର ୯ ତାରିଖରେ ଗଞ୍ଜାମ ପାଟପୁର ଥାନାରେ ଏକ ଅଭିଯୋଗ କରିଥିଲେ ।
ଖୁବ୍ଶୀଘ୍ର ଦ୍ୱିତୀୟ ସନ୍ତାନର ବାପା-ମା’ ହେବେ ବିରାଟ-ଅନୁଷ୍କା । ଏନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ସବୁଠାରୁ ବଡ଼ କଥା ହେଉଛି ଏହି ଖବର ନିଜେ ଅନୁଷ୍କା କିମ୍ବା ବିରାଟ ପ୍ରକାଶ କରିନାହାନ୍ତି ।
ଓଡ଼ିଶାର ବିକାଶ ଯାତ୍ରା ପାଇଁ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ୭୦ ହଜାର କୋଟିର ପ୍ରକଳ୍ପ ପାଇଁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା । ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ମହତ୍ତ୍ବପୂର୍ଣ୍ଣ ସ୍ଥାନକୁ ନେବାକୁ ପ୍ରୟାସ ଚଳାଇଛୁ ।
ପାଖେଇ ଆସିଲାଣି ଛାତ୍ର ଜୀବନର ଗୁରୁତ୍ୱପୂର୍ଣ୍ଣ ସୋପାନ୍ କୁହାଯାଉଥିବା ମାଟ୍ରିକ ପରୀକ୍ଷା । ମଝିରେ ରହିଲା ଆଉ ମାତ୍ର ୨ ସପ୍ତାହ । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ପରୀକ୍ଷା ।
ବନୱରିଲାଲ ପୁରୋହିତ ଇସ୍ତଫା ଦେବା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହି ଇସ୍ତଫା ରାଜ୍ୟପାଳ ବନୱରିଲାଲ ଓ ମୁଖ୍ୟମନ୍ତ୍ରୀ ଭଗବନ୍ତଙ୍କ ମଧ୍ୟରେ ଚାଲିଥିବା ତିକ୍ତତା କାରଣରୁ ହୋଇଥିବା କୁହାଯାଉଛି ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗରିବଙ୍କ କଥା ଉଠାଇଛନ୍ତି । ସେ କହିଛନ୍ତି, ବିଜେପି ସରକାର, ଗରିବଙ୍କ କଲ୍ୟାଣକାରୀ ସରକାର । ଓଡ଼ିଶାର ସାଢ଼େ ୩ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି ।
ନିଜର ଅଭିଭାଷଣରେ ମୋଦି ସମ୍ବଲପୁରୀ ଭାଷାରେ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାର ୪ ଜଣ ପଦ୍ମ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ମୋଦି କହିଛନ୍ତି ଯେ, ଭାରତର ସବୁ ରାଜ୍ୟ ବିକଶିତ ହେଲେ ଦେଶ ବିକଶିତ ହୋଇପାରିବ । ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଅଧିକରୁ ଅଧିକ ସହଯୋଗ ଦେଇଆସୁଛୁ ।
ATMରେ ଟଙ୍କା ଉଠାଇବା ବେଳେ ଆପଣ ଠାକାମୀର ଶିକାର ହୋଇପାରନ୍ତି । ଆପଣଙ୍କ ଟିକିଏ ଅସାବଧାନତା କାରଣରୁ ବ୍ୟାଙ୍କରୁ କଟିଯାଇପାରେ ଟଙ୍କା ।
ବିଜେପି ଶିବିରରେ ବି ଉତ୍ସାହ ଭରି ଡବଲ୍ ଇଞ୍ଜିନ୍ ସରକାରର ମାହୋଲ ବନାଇବେ । ଏଥିପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା ରାଜନୀତି । କାରଣ ନିର୍ବାଚନକୁ ଆଉ ମାତ୍ର ଦୁଇମାସ ବାକି ଥିଲା ବେଳେ ବଜେଟ୍ ପରେ ପ୍ରଥମ ଜନସମାବେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ।
ଗେଷ୍ଟ ଫାକଲ୍ଟି ଓ ଅବସରପ୍ରାପ୍ତ ଅଧ୍ୟାପକଙ୍କ ପୁନଃ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ ଅଧ୍ୟାପକ ସଂଘ । ଏହାଦ୍ୱାରା ପାଠପଢା ନିୟମିତ ଓ ଠିକରେ ହୋଇପାରିବ କି ବୋଲି ସଂଘ ପ୍ରଶ୍ନ କରିଛି ।
ପୂର୍ବତନ ଡିଜିପି ତଥା ଷ୍ଟାଫ୍ ସିଲେକ୍ସନ କମିଶନର ଚେୟାରମ୍ୟାନ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର ପକ୍ଷରୁ ପ୍ରକାଶ ପାଇଥିବା ବିଭିନ୍ନ ପଦବୀ ପାଇଁ ସମସ୍ତ ପରୀକ୍ଷା ଚଳିତ ଫେବ୍ରୁଆରୀରେ କରାଯିବ ।
ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଅର୍ପଣ ରଥ ଗାଁ ଗାଁ ବୁଲି ପ୍ରାୟ ୧୨ ହଜାର କୁଇଣ୍ଟାଲ ଚାଉଳ ସଂଗ୍ରହ କରିଛି ।
ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅପରାହ୍ନ ଗୋଟାଏ ୧୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟଟର ଯୋଗେ ଅପରାହ୍ଣ ୧ଟା ୪୫ରେ ଆଇଆଇଏମ୍ ସମ୍ବଲପୁରର ନିଜସ୍ୱ କ୍ୟାମ୍ପସରେ ପହଞ୍ଚିବେ । ସେଠାରୁ କାର୍ଯ୍ୟକ୍ରମ ସାରି ୩ଟାରେ ହେଲିକପ୍ଟର ଯୋଗେ ରେମେଡ ସଭାସ୍ଥଳ...
କେନ୍ଦ୍ରୀୟ ହାରରେ ଦରମା ସହ ଅନ୍ୟ ରାଜ୍ୟରେ ମିଳୁଥିବା ସୁବିଧା ଦାବି କରାଯାଇଛି । ମାମଲାରେ ମୁଖ୍ୟ ଶାସନ ସଚିବ, ମିଶନ ଶକ୍ତି ସଚିବ, ନୟାଗଡ଼ ଜିଲ୍ଲାପାଳଙ୍କ ସହ ସିଡିପିଓଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି ।
ସାଧୁ ମେହେରଙ୍କ ପରଲୋକ ନେଇ ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ସୂଚନା ଦେଇଛନ୍ତି । ସେ ଅନେକ ହିନ୍ଦୀ ଓ ଓଡ଼ିଆ ସିନେମାରେ ଅଭିନୟ କରିଥିଲେ ।
ସମ୍ବଲପୁର ରେଳ ଷ୍ଟେସନର ନବୀକରଣର ଶୁଭ ଦିଆଯିବ । NTPCର ଦୁଇଟି ପ୍ରକଳ୍ପର ଲୋକାର୍ପଣ କରାଯିବ ।
ଜୟପୁର-ମାଲକାନଗିରି ରେଳ ଲାଇନ୍ ପାଇଁ ୨୩୦ କୋଟି । ଜୟପୁର-ନବରଙ୍ଗପୁର ରେଳ ଲାଇନ୍ ପାଇଁ ୨୩୫ କୋଟି । ଜନଜାତୀୟ ଗୌରବ କରିଡ଼ର ପାଇଁ ୩୦୦ କୋଟି ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର ।