ଉତ୍ତରପ୍ରଦେଶ ସମ୍ଭଲ ଜାମା ମସଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି। ଜାମା ମସଜିଦ ସର୍ଭେ କାର୍ଯ୍ୟ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ମସଜିଦର ଶାହି ଇଦଗାହ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ନ ହେବା ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ବନ୍ଦ ରଖିବାକୁ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଦିଲ୍ଲୀରେ ଚିନ୍ତା ବଢାଇଛି ବାୟୁ ପ୍ରଦୂଷଣ। AQI ୪୦୦ ପାର୍ କରିଥିବା ବେଳେ ପ୍ରଦୂଷିତ ବାୟୁକୁ ପ୍ରଶ୍ୱାସରେ ନେବା ଫଳରେ ନାନା ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି। ହେଲେ ଦିଲ୍ଲୀର ଏକ ଘରକୁ ପ୍ରଦୂଷଣ ଛୁଇଁ ପାରିନି। ବାହାରେ ବାୟୁ ଗୁଣବତ୍ତା କମ୍ ଥିବା ବେଳେ ଏହି ଘର...
ଚଢାଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଧିକାରୀଙ୍କ ଉପରେ ଆକ୍ରମଣ। ଦିଲ୍ଲୀର ବିଜୱାସାନ ଅଞ୍ଚଳରେ ଚଢାଉ ବେଳେ ହମଲା କରାଯାଇଛି।
ଲୋକସଭା ସାଂସଦ ଭାବେ ଶପଥ ନେଲେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା। ବାଚସ୍ପତି ଓମ୍ ବିର୍ଲା ପ୍ରିୟଙ୍କାକୁ ଶପଥ ପାଠ କରାଇଛନ୍ତି। ହାତରେ ସମ୍ବିଧାନର କପି ଧରି ହିନ୍ଦୀରେ ଶପଥ ନେଇଛନ୍ତି ପ୍ରିୟଙ୍କା ।
ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ଟ୍ରମ୍ପ 2.0 ସରକାର ବିଶ୍ୱରେ ଚାଲିଥିବା ଯୁଦ୍ଧ ବନ୍ଦ, ଭୂ-ରାଜନୈତିକ ଅସ୍ଥିରତା ହ୍ରାସ ଓ ଅଶୋଧିତ ତୈଳ ଦରରେ ସ୍ଥିରତା ଆଣିବା ଦିଗରେ କାର୍ଯ୍ୟ କରିବେ। ଏନେଇ ଷ୍ଟକବ୍ରୋକିଂ ଫାର୍ମ ପ୍ରଭୁଦାସ ଲିଲାଧର ଏକ ରିପୋର୍ଟରେ ସୂଚନା...
ନିଜ କଲେଜରେ ସେଣ୍ଟର କରିବା ପାଇଁ ବଡ଼ ଘୋଟାଲା। ଝିଅଙ୍କ ବଦଳରେ ପରୀକ୍ଷା ଦେଉଥିଲେ ପୁଅ। ଜଣେ କି ଦୁଇ ଜଣ ନୁହଁନ୍ତି, ଏକାଥରକେ ୨ହଜାର ଛାତ୍ର ଛାତ୍ରୀଙ୍କ ନାଁରେ ରେଜିଷ୍ଟ୍ରେସନ କରିଥିଲେ।
ଝାଡ଼ଖଣ୍ଡରେ ଆଜିଠୁ ହେମନ୍ତ ସରକାର। ୧୪ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ହେମନ୍ତ ସୋରେନ୍। ରାଞ୍ଚିର ମୋହରାବାଡି ଗ୍ରାଉଣ୍ଡରେ ସିଏମ୍ ଭାବରେ ଶପଥ ଗ୍ରହଣ କରିବେ ହେମନ୍ତ।
ଏକ ଅଦ୍ଭୁତ ଚୋରର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯିଏ ମନ୍ଦିର ଦାନ ବାକ୍ସ ଚୋରି ପୂର୍ବରୁ ଭଗବାନଙ୍କୁ ହୋତ ଯୋଡ଼ି କ୍ଷମା ମାଗିଲା। ପରେ ହୁଣ୍ଡି ଭାଙ୍ଗି ଟଙ୍କା ନେଇ ଛୁ ମାରିଲା।
କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ । ୬ ମାସ ଛୁଟିରୁ ଫେରିବା ପରେ ଆଜି ଚାକିରିରେ ଯୋଗ ଦେଇଛନ୍ତି। ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଯୋଗ ଦେଇଛନ୍ତି ସୁଜାତା।
ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ଟ୍ରକ୍କୁ ପିଟିଲା କାର୍।
ବଜରଙ୍ଗ ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ଡ କଲା ଜାତୀୟ ଡୋପିଂ ନିରୋଧକ ଏଜେନ୍ସି- NADA । ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି ପୁନିଆ ଉପରେ ଚାରି ବର୍ଷର ପ୍ରତିବନ୍ଧକ ଲଗାଇଛି।
ଦୁନିଆର ସବୁଠୁ ବଡ ଡବଲ-ଡେକର ବାଣିଜ୍ୟିକ ବିମାନ ରାତି ପ୍ରାୟ ୮ଟା ସମୟରେ ସିଙ୍ଗାପୁରରୁ ଆସି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା।ବିମାନର ପାର୍କିଂ ବ୍ରେକ୍ ଲଗାଇବାକୁ ଭୁଲିଯାଇଥିଲେ ପାଇଲଟ୍।
ଦୀର୍ଘ ଦିନର ଆଲୋଚନା ପରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଆମେରିକା ସମର୍ଥିତ ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲର କ୍ୟାବିନେଟ୍ ଅନୁମୋଦନ କରିଛି।
ତିନ ଦଶନ୍ଧି ପରେ ଇରାକ୍ରେ ହେଲା ଜନଗଣନା। ବର୍ଷ ବର୍ଷର ବିବାଦ, ରାଜନୈତିକ ବିଭାଜନ ଓ ଅନେକ ସମସ୍ୟାକୁ ବାଦ୍ ଦେଇ ଶେଷରେ ଜନଗଣନା କରାଯାଇଛି।
ଆଜିର ଆଧୁନିକ ଜୀବନଶୈଳୀ ଅଧିକାଂଶ ଲୋକଙ୍କୁ ଡିପ୍ରେସନ ଆଡ଼କୁ ଟାଣି ନେଉଛି। ଆମ ଅଜାଣତରେ ଏହି ଭୟଙ୍କର ରୋଗ କେତେବେଳେ ଆମ ଭିତରେ ସୃଷ୍ଟି ହୋଇ ସାରିଥାଏ ଆମେ ଜାଣିପାରନ୍ତି ନାହିଁ। ଏହି ପ୍ରବନ୍ଧଟି ପଢ଼ି ସାରିଲା ପରେ ଥରଟିଏ ନିଜକୁ ବିଶ୍ଳେଷଣ କରି ଦେଖନ୍ତୁ, ହୁଏତ ଆପଣଙ୍କୁ...
କୋଲକାତାର ଐତିହାସିକ ହଳଦିଆ ଟ୍ୟାକ୍ସି ଦଶନ୍ଧି ଦଶନ୍ଧି ଧରି ସହରର ହଲମାର୍କ ହୋଇ ରହିଥିଲା। ତେବେ ୬୪ ପ୍ରତିଶତ ଟାକ୍ସି ବର୍ଷକ ମଧ୍ୟରେ ୧୫ ବର୍ଷର ସେବା ସୀମା ଅତିକ୍ରମ କରିଥିବାରୁ ଏହା ପର୍ଯ୍ୟାୟକ୍ରମେ ବନ୍ଦ ହୋଇଯିବ।
୨୬/୧୧ ମୁମ୍ୱାଇ ଆକ୍ରମଣକୁ ପୂରିଲା ୧୬ ବର୍ଷ। ସୁରକ୍ଷା ବାହିନୀଙ୍କ ହାତରେ ଧରାପଡ଼ିଥିବା ଆତଙ୍କୀ କସାବ ଫାଶୀ ଖୁଣ୍ଟରେ ଝୁଲିଛି । ତେବେ ପୂରା ଘଟଣାର ମାଷ୍ଟର ମାଇଣ୍ଡ ଏଯାଏଁ ଖୁଲମଖୁଲ୍ଲା ବୁଲୁଛନ୍ତି ।
ନକଲି ମନି ଲଣ୍ଡରିଂ ମାମଲାରେ ଗିରଫ ହେବାର ଭୟ ଦେଖାଇ ମହିଳାଙ୍କଠାରୁ ଠକିନେଲେ ୩.୮କୋଟି ଟଙ୍କା। ମାସେରୁ ଅଧିକ ସମୟ ଧରି ଧରି ଠକ କରୁଥିଲା ବ୍ଲାକମେଲ୍।
ଆଜିଠୁ ବିଧାନସଭାର ଶୀତ ଅଧିବେଶନ। ଏଥିପାଇଁ ୩ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍। ସରକାରଙ୍କୁ ଘେରିବାକୁ ପ୍ରସଙ୍ଗ ବାଛି ସାରିଲେଣି ବିରୋଧୀ ।
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ...