ଖୁବଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ । ହେଲେ ଏବେ ବି ଦୁଇ ଲକ୍ଷରୁ ଅଧିକ ଆବେଦନକାରୀ ସେମାନଙ୍କର e-KYC କରିନାହାନ୍ତି ଅବା ଓଟିପି ମାଧ୍ୟମରେ ଇ-କେୱାସି କରିଛନ୍ତି । ଯୋଗ୍ୟ ବିବେଚିତ ହେଲେ ମଧ୍ୟ ସେମାନେ ଅର୍ଥରାଶି ପାଇବାରେ ଅସୁବିଧା ହେବ...
ପୋଖରୀଟି ତାଙ୍କ ଘର ନିକଟରେ ରହିଛି, କିନ୍ତୁ ରାଠୋରଙ୍କ ପରିବାର ଲୋକେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ ବହୁ ପୂର୍ବରୁ ଏହାକୁ ମନ୍ଦିରର ପୂଜାରୀମାନଙ୍କୁ ଦାନ କରିଦେଇଥିଲେ ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପୋଖରୀରୁ କୁମ୍ଭୀରମାନଙ୍କୁ ବାହାର କରିବା ପାଇଁ ସେ ଅନେକ ଥର ବନ...
ଏହି ପୋଷ୍ଟ ଦେଖି, ଅନେକ ଲିଙ୍କଡିନ୍ ବ୍ୟବହାରକାରୀ ପ୍ରିୟାଂଶୀଙ୍କୁ ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, "ମୁଁ ପ୍ରଥମ ଥର ପାଇଁ ଏପରି ପୋଷ୍ଟ ଦେଖୁଛି। ତୁମ ପରି ଝିଅ ପାଇବା ଜଣେ ବାପା ପାଇଁ ସୌଭାଗ୍ୟର କଥା। ଭଗବାନ ତୁମ ଦୁହିଁଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ନିଶ୍ଚିତ...
ପୋଲିସ ତଦନ୍ତରୁ ଜଣାପଡିଛି ଯେ ନାକଡୁ ଯାଦବ ଗାଁର ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିଲା। ଏହା ସତ୍ତ୍ୱେ, ସେ ୧୯୮୯ ମସିହାରେ ଅଷ୍ଟମ ଶ୍ରେଣୀ ପାସ୍ କରିବାର ନକଲି ମାର୍କସିଟ୍ ଦେଖାଇ ହୋମଗାର୍ଡ ଚାକିରି ପାଇଥିଲା। ପୂର୍ବରୁ ସେ ଲୋକାଇ ଯାଦବଙ୍କ ପୁଅ ନାକଡୁ ଯାଦବ...
ଏଣେ ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ନ୍ୟାୟରେ ଆୟକର ବିଭାଗ ଗଲା ୪ଦିନ ହେଲା ବଣ୍ଟି-ବବଲି ଯୋଡ଼ିଙ୍କ ଗୁପ୍ତ ଆର୍ଥିକ ସାମ୍ରାଜ୍ୟ ଭିତରକୁ ଯେତିକି ପଶୁଛି ଅନୀଲ-ହଂସିତାଙ୍କ ସଂପତ୍ତିର ରହସ୍ୟ ସେତିକି ଭେଦୁଛି। ବର୍ତ୍ତମାନ ସୁଦ୍ଧା ଏମାନଙ୍କ ସଂପତ୍ତି ୧୦୦ କୋଟି ପାର୍ କରି ସାରିଥିବାବେଳେ ତାଭିତରେ...
ସମ୍ମେଳନର ଉଦଯାପନୀ ସମାରୋହରେ ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଥିଲେ ଦୁଇ ଦଶନ୍ଧି ଧରି ଦେଶର ବିଭିନ୍ନ ଭାଗରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀ ସେହି ରାଜ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ଦେଇପାରିଛି। ପ୍ରବାସୀଙ୍କ ସହ ସମ୍ପର୍କରେ ଯୋଡ଼ି ହୋଇପାରିଛି। ସେ ଦୃଷ୍ଟିରୁ ଓଡ଼ିଶା ମଧ୍ୟ ଏହାର...
ବ୍ୟକ୍ତି ଜଣକ ପ୍ରକାଶ କରିଛନ୍ତି ଯେ ସେ ଶୋଇଥିବା ସମୟରେ AI ବ୍ୟବହାର କରି ୧୦୦୦ଟି ଚାକିରି ପାଇଁ ଆବେଦନ କରିଥିଲେ। କିନ୍ତୁ AI ତାଙ୍କ କାମକୁ ସହଜ କରିଦେଲା ଏବଂ AI Bot ସମସ୍ତ କଠିନ କାମକୁ ସୁରୁଖୁରୁରେ ସମାପ୍ତ କଲା । ସେ ଶୋଇଥିବା ସମୟରେ...
HMPV ମୁଖ୍ୟତଃ ବୟସ୍କ ଏବଂ ଶିଶୁମାନଙ୍କୁ ପ୍ରଭାବିତ କରେ। ବୟସ୍କ ଲୋକଙ୍କଠାରେ ଲକ୍ଷଣଗୁଡ଼ିକ ସାମାନ୍ୟରୁ ଗୁରୁତର ପର୍ଯ୍ୟନ୍ତ ହୋଇଥାଏ ଏବଂ ସଂକ୍ରମିତ ବ୍ୟକ୍ତିମାନେ ସାଧାରଣତଃ କାଶ, ନାକ ବନ୍ଦ, ନାକରୁ ପାଣି ବୋହିବା, ଗଳା ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି। ଜ୍ୱର ଏବଂ ଥକ୍କାପଣ...
ଗଭର୍ଣ୍ଣର ଗେଭିନ୍ ନ୍ୟୁସମ୍ ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଛନ୍ତି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଏବେ ବି ଜାରି ରହିଛି। ଅଗ୍ନିକାଣ୍ଡ ଯୋଗୁଁ ଲସ୍ ଆଞ୍ଜେଲସ୍ ୟୁନିଫାଏଡ୍ର ସମସ୍ତ ସ୍କୁଲ ଏବଂ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି। ପ୍ରବଳ ପବନ ଯୋଗୁଁ ଏବେ ବି ନିଆଁ ବ୍ୟାପିବାର...
ବାବା ବୁଲେଟ୍ ବି ଚଲାନ୍ତି। ବୁଲେଟରେ ମାତ୍ର ୪୫ ମିନିଟ୍ରେ ପ୍ରତାପଗଡ଼ରୁ ପ୍ରୟାଗରାଜ ପହଞ୍ଚିଛନ୍ତି। କେହି ତାଙ୍କୁ କୌଣସି ପ୍ରଶ୍ନ କଲେ ସେ ଲିଖିତ ଆକାରରେ ଉତ୍ତର ଦିଅନ୍ତି। ଗତ ୪୧ ବର୍ଷ ଧରି ବାବାଙ୍କ ପାଟିରୁ ଗୋଟିଏ ବି ଶବ୍ଦ ବାହାରିନି। କିନ୍ତୁ ତାଙ୍କ ପଢା...
ଟାଟା କମ୍ପାନୀରେ ନିଯୁକ୍ତି ପ୍ରଦାନ କରିବା ନାଁରେ ଠକେଇ ଅଭିଯୋଗ ଘଟଣାର ଆଜି ବ୍ରହ୍ମପୁର JMFC ରୁରାଲ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଗତକାଲି ପ୍ରଦୀପଙ୍କ ସହ ଅଭିଯୁକ୍ତ ଥିବା ପୂର୍ବତନ IFS ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ନିର୍ଦ୍ଦୋଷରେ ଖଲାସ...
ଦୁଲୁକୁଛି ଭୁବନେଶ୍ୱର ଜନତା ମଇଦାନ। ଯୁବ ସମାବେଶରୁ ଆରମ୍ଭ ହୋଇଛି ସମ୍ମେଳନ । ୩ ଦିନ ଧରି କାର୍ଯ୍ୟକ୍ରମ ଚାଲିବ। ଆସନ୍ତାକାଲି ଏହାକୁ କାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସକାଳୁ ସକାଳୁ ଯୁବକଙ୍କ ମୁଣ୍ଡ କାଟି ରାସ୍ତାରେ ଫିଙ୍ଗିଦେଲେ। ରାଜଧାନୀ ଭୁବନେଶ୍ୱରରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। କିଏ ଓ କାହିଁକି ଏଭଳି ବୀଭତ୍ସ ହତ୍ୟା କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ମୃତ ଯୁବକଙ୍କ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି।
୧୯୮୪ରେ ସେ ଇସ୍ରୋରେ ସାମିଲ ହୋଇଥିଲେ ଭି ନାରାୟଣନ । ବର୍ତ୍ତମାନ ସେ ଲିକ୍ୱିଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟର (LPSC)ର ନିର୍ଦ୍ଦେଶକ ଅଛନ୍ତି। ପ୍ରାୟ ୪ ଦଶନ୍ଧିର କ୍ୟାରିଅରରେ ସେ ଇସ୍ରୋରେ ଅନେକ ପ୍ରମୁଖ ପଦ ପଦବୀରେ ରହିଆସିଛନ୍ତି।
ପ୍ରବାସୀଙ୍କ ଆତିଥ୍ୟ ପାଇଁ ପୂରା ପ୍ରସ୍ତୁତ ରାଜ୍ୟ ସରକାର। ଏକାମ୍ର ପାର୍କରେ ଆୟୋଜନ ହୋଇଛି ୫ଦିନିଆ ପୁଷ୍ପ ପ୍ରଦର୍ଶନୀ। ଭଳିକି ଭଳି ଫୁଲର ସମ୍ଭାର ସହ ପ୍ରବାସୀଙ୍କୁ ଆକର୍ଷଣ କରିବ କାକଟସ ହାଉସ। ଯାହାକୁ ଗତକାଲି ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଏହି ମାମଲାରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହରିଦ୍ୱାର ଏସଏସପି ପ୍ରଶଂସା ସିଂ ଡୋଭାଲ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ଜଷ୍ଟିସ୍ କୋଡ୍ (ବିଏନ୍ଏସ୍) ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭାଇରାଲ ଭିଡିଓକୁ ଆଧାର କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚାଲିଛି।
ବାହ୍ୟ ଜଗତ ସହିତ ଯୋଗାଯୋଗ ବିଚ୍ଛିନ୍ନ କରାଯାଇ ପ୍ରାୟ ୪୦ ଘଣ୍ଟା ଧରି ଲଗାତାର ଭିଡିଓ କଲରେ ରଖାଯାଇଥିଲା। ଠକମାନେ ଟଙ୍କା ଟ୍ରାନ୍ସଫର କରିବାକୁ ବ୍ୟାଙ୍କକୁ ପଠାଇଥିଲେ, କିନ୍ତୁ ବ୍ୟାଙ୍କ ବନ୍ଦ ଥିବାରୁ ଟଙ୍କା ଟ୍ରାନ୍ସଫର ହୋଇପାରି ନଥିଲା। ଏହା ପରେ ତାଙ୍କୁ ଏକ ହୋଟେଲରେ ରହିବାକୁ କୁହାଯାଇଥିଲା।...
ରାଜ୍ୟ ବିଜେପିର ୧ହଜାର ୫୨ଟି ମଣ୍ଡଳ ରହିଛି। ପ୍ରାୟ ୫୦ ପ୍ରତିଶତ ମଣ୍ଡଳରେ ସଭାପତି ଚୂଡାନ୍ତ ହୋଇ ସାରିଲାଣି। ଜାନୁଆରୀ ୧୫ ସୁଦ୍ଧା ଜିଲ୍ଲା ସଭାପତି ମଧ୍ୟ ଚୂଡାନ୍ତ ହୋଇଯିବେ। ତାପରେ ରାଜ୍ୟ ସଭାପତି ଚୟନ ହେବ। ରାଜ୍ୟର ନୂଆ ମଙ୍ଗୁଆଳ କିଏ ହେଉଛନ୍ତି ତାଉପରେ ରହିଛି ନଜର।
ଘର ଭିତରେ ଚିଡ଼ିଆଖାନା। ଭଳିକି ଭଳି ଚଢ଼େଇଙ୍କ କିଚିରିମିଚିରି ଶବ୍ଦରେ କମ୍ପି ଉଠୁଛି ପୂରା ପରିବେଶ। ଏହାର ଉଦ୍ୟୋକ୍ତା ହେଉଛନ୍ତି କେନ୍ଦ୍ରାପଡ଼ା ଗୋପ ଗାଁର ରଶ୍ମୀ ରଞ୍ଜନ ସେନାପତି। ନିଜର ଅଜବ ସଉକ ପାଇଁ ରଶ୍ମି ଏବେ ଚର୍ଚ୍ଚାରେ।
ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ତୁର୍ବାଟ ସହରର ବେହମାନ୍ ଅଞ୍ଚଳରେ ଘଟିଛି ଏହି ବିସ୍ଫୋରଣ । କରାଚି ଅଭିମୁଖେ ଯାଉଥିବା ପାକିସ୍ତାନ ସେନାର ୧୩ଟି ଗାଡ଼ିକୁ ଟାର୍ଗେଟ କରାଯାଇଥିଲା। ଯେଉଁଥିରେ ରହିଥିଲା ୫ଟି ବସ୍ ଓ ୭ଟି ମିଲିଟାରୀ ବସ୍।