ପବିତ୍ର ରଥଯାତ୍ରାରେ ବିଜେଡିର ନୂଆ ଦଳୀୟ କାର୍ଯ୍ୟାଳୟର ଭୂମିପୂଜା । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଦେଇଛନ୍ତି ।
ନୂଆଦିଲ୍ଲୀର ହଜ୍ଖସ୍ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅବସରରେ ପୂଜାର୍ଚ୍ଚନା କରାଯାଇଛି । କରୋନା କଟକଣା ଯୋଗୁଁ ରଥଯାତ୍ରା ହେଉନଥିବାରୁ କେବଳ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି ।
ପୁଣି କଡ଼ ଲେଉଟାଇଲା ଇତିହାସ । ଶ୍ରୀକ୍ଷେତ୍ରରେ ଆଉଥରେ ଭକ୍ତ ବିନା ଗଡ଼ିଲା ରଥ ।
କାଳିଆର ଦିବ୍ୟ ଲୀଳା । କରୋନା କାଳରେ ପୁଣି ବିନା ଭକ୍ତରେ ଭାବର ଠାକୁରଙ୍କ ଘୋଷଯାତ୍ରା । ଏଥର ବି ବିନା ଭକ୍ତରେ ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଘୋଷଯାତ୍ରାରେ ଗଲେ କାଳିଆ ସାଆନ୍ତ ।
ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ପ୍ରକୃତିର କୋପ । ହିମାଚଳରେ ବାଦଲଫଟା ବର୍ଷା ପ୍ରଳୟ ଆଣିଛି । ପ୍ରକୃତିର ଏହି ତାଣ୍ଡବରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଧର୍ମଶାଳା ।
ସେପ୍ଟେମ୍ବର ୧୨ ତାରିଖରେ NEET (UG)- ୨୦୨୧ । କୋଭିଡ୍ କଟକଣା ଭିତରେ ସାରା ଦେଶରେ ହେବ ପରୀକ୍ଷା । କାଲି ଅପରାହ୍ନ ୫ଟାରୁ ଅନଲାଇନ୍ରେ ଆବେଦନ ।
ହିମାଚଳ ପ୍ରଦେଶ, କୁଲୁ ଅନ୍ତର୍ଗତ ବାଜୋରା ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ପରେ ମାଟି ତଳେ ଫସିଛି ଅନେକ ଯାନବହାନ
“ମୁଁ କୁନି ସେବାୟତ, ମାହାପୁରୁ ଭୋଗ ଖାଇଲେ ମୁଁ ମନ୍ତ୍ରପଢ଼େ’ । ବଡ଼ଦାଣ୍ଡରେ ରଥ ଦଉଡ଼ି ଧରି ଟାଣି ନେଉଛନ୍ତି କୁନି ସେବାୟତ । କାନ୍ଧରେ ଖଣ୍ଡୁଆ ପାଟ, କଣ୍ଠରେ ଅନର୍ଗଳ ମନ୍ତ୍ର ।
ଏମାନେ ସେବାୟତ । ସେହି ବଳିଆର ଭୁଜଙ୍କ ସେବା ପାଇଁ ଏମାନଙ୍କର ଏହି ଭୁଜ । ସବୁଥର ରଥ ଉପରେ ବସନ୍ତି, ଏଥର କିନ୍ତୁ ଦଉଡ଼ି ଧରି ରଥ ଟାଣୁଛନ୍ତି। କହିଛନ୍ତି, ଏହା ଆମ ପାଇଁ ଅପୂର୍ବ ସୁଯୋଗ। ତେଣୁ ଛୋଟ ପିଲାଙ୍କୁ ବି ଡାକିଆଣିଛୁ। ଦେଖନ୍ତୁ କେମିତି...
ଶ୍ରୀଗୁଣ୍ଡିଚା ଯାତ୍ରା ପରେ ହେବ ଶ୍ରୀମନ୍ଦିରର ଲେଜର ସ୍କାନିଂ । ଏଏସ୍ଆଇ ବୈଷୟିକ କମିଟି ଦ୍ୱାରା ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଆଦିର ଅନୁଧ୍ୟାନ କରାଯିିବ ଶ୍ରୀଗୁଣ୍ଡିଚା ପରଦିନ ।
କନ୍ଧମାଳ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଗୁରୁତର ଦୁଇ ଯବାନ ସୁସ୍ଥ ଅଛନ୍ତି । ଭୁବନେଶ୍ୱର ଏମ୍ସର ବିଶେଷଜ୍ଞ ଡାକ୍ତର ସେମାନଙ୍କ ଚିକିତ୍ସା କରୁଛନ୍ତି ।
ପୁଣି ଦୁଇ ଆତଙ୍କବାଦୀ ଗିରଫ । ଉତ୍ତର ପ୍ରଦେଶ ଲକ୍ଷ୍ନୌରୁ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଏଟିଏସ୍ । ଆତଙ୍କବାଦୀ ସଂଗଠନ ଅଲ କାଏଦା ଲିଙ୍କରେ ଏହି ଆତଙ୍କବାଦୀ ପରିଚାଳିତ ହେଉଥିବା ସୂଚନା ।
ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ ସାଆନ୍ତ । କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି ।
ଏଣିକି ଅଧିକ ଆମୋଦଦାୟକ ହେବ ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ । କାହିଁକି ନା ରାଜ୍ୟର ପ୍ରମୁଖ ୬ଟି ସମୁଦ୍ରତଟରେ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର
ରାଜ୍ୟରେ ୫ ଜିଲ୍ଲାରେ ସଂକ୍ରମଣ କମୁନି । କଟକ, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, ପୁରୀ ଭଳି ଜିଲ୍ଲାରେ ସଂକ୍ରମଣ କମିବାର ନାଁ ଧରୁନି । ଲାମ୍ବାଡ଼ା ଓ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ୩ୟ ଲହରର କାରଣ ହୋଇପାରେ ।
ଆଫଗାନିସ୍ତାନ କାନ୍ଦାହାର ଦୂତାବାସର ପ୍ରାୟ ୫୦ ଜଣ କର୍ମଚାରୀଙ୍କୁ ଫେରାଇ ଆଣିଛି ଭାରତ । ଏୟାରଫୋର୍ସର ଏକ ସ୍ୱତନ୍ତ୍ର ବିମାନରେ ଗତକାଲି ଏହି କର୍ମଚାରୀଙ୍କୁ ନୂଆଦିଲ୍ଲୀ ଅଣାଯାଇଛି । ତାଲିବାନ ଓ ଆଫଗାନିସ୍ତାନର ସୈନ୍ୟଙ୍କ ମଧ୍ୟରେ କାନ୍ଦାହାର ନିକଟରେ ଘମାଘୋଟ ଯୁଦ୍ଧ ଚାଲିଥିବାରୁ ଏହି ପଦକ୍ଷେପ ନିଆଯାଇଛି ।
ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ପୁରୀ ଗୋପବନ୍ଧୁ ଆୟୁର୍ବେଦ ହସ୍ପିଟାଲ ପରିସରରେ ଏହି ସମୀକ୍ଷା ବୈଠକ ବସିଥିଲା । ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ପୁରୀ ଏସ୍ପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ରଥଯାତ୍ରା...
ନିଜ ପରିଚାଳନାରେ ଥିବା ଦୈନିକ ସମ୍ବାଦପତ୍ର ସମ୍ବାଦରେ ଆଲେଖ୍ୟ ପ୍ରକାଶ କରିବା ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ମତ ରଖିଛନ୍ତି ।