ଅବହେଳିତ ଅବସ୍ଥାରେ କଟକ ବାରବାଟୀ ଦୁର୍ଗର ଗଡଖାଇ । ପୁନରୁଦ୍ଧାର ନେଇ ହେଉଛି ଯୋଜନା, ସ୍ଥିତି କିନ୍ତୁ ଯଥା ପୂର୍ବଂ ତଥା ପରଂ। ମେୟର କହିଲେ, ASI ନେଇଛି ଦାୟିତ୍ୱ, ବର୍ଷା ପରେ ହେବ କାମ ।
ଅକ୍ଟୋବର ୨୭ ତାରିଖରେ ହେବ ଓଏଏସ୍ ପ୍ରିଲିମ୍ ପରୀକ୍ଷା । ଓପିଏସସି ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।
୧୮ରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିବେ ଛାତ୍ରଛାତ୍ରୀ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ହସ୍ପିଟାଲ ଭିତରେ ପୁଣି ଲଜ୍ଜା । ପୁଣି ଜଣେ ମହିଳା ଜୁନିଅର ଡାକ୍ତରଙ୍କୁ ଅସଦାଚରଣ ଅଭିଯୋଗ ।
ବରିଷ୍ଠ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ।
ଝିଅ ଉପରେ ନଜର ରଖିବାକୁ ଜଣେ ବାପାର ଅଜବ ଯୋଜନା । କୁଆଡ଼େ ଯାଉଛନ୍ତି, କଣ କରୁଛନ୍ତି ଟ୍ରାକ୍ କରିବାକୁ ମୁଣ୍ଡରେ ଲଗାଇଦେଲେ CCTV କ୍ୟାମେରା ।
ନର୍ଥ କୋରିଆର ଏକଛତ୍ରବାଦୀ ନେତା କିମ୍ ଇଲ୍ ସୁଙ୍ଗ । ୩୪ ଘଣ୍ଟା ବିଳମ୍ବରେ ହୋଇଥିଲା ମୃତ୍ୟୁର ଘୋଷଣା । ୧୦ ଦିନ ବାଧ୍ୟତାମୂଳକ ଥିଲା କାନ୍ଦିବା । ସତରେ କାନ୍ଦୁଛନ୍ତି କି ନାହିଁ ନଜର ରଖିବାକୁ ନିଯୁକ୍ତ ହୋଇଥିଲେ ଜାସୁସ ।
OLD AGE PENSION ମହାଘୋଟାଲାର ଖୋଲିଲା ଗୁମର । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଜାଲିଆତିର ଗୁମର ଖୋଲିଲା ଭୋଟର୍ ଲିଷ୍ଟ । ବୟସ ଜାଲିଆତିର ସାଂଘାତିକ ତଥ୍ୟ ଆଣି ତଦନ୍ତ ଦାବି କଲା ବିଜେପି । ଜିଲ୍ଲାପାଳ କହିଲେ ‘ଇନକ୍ବାରୀ ପରେ ଆକ୍ସନ ହେବ’।
ରାଜଧାନୀର ପ୍ରିମିୟର ସରକାରୀ ଡାକ୍ତରଖାନା ଭିଆଇପିଙ୍କ ସେବାରେ । ସବୁ ଇମ୍ପୋର୍ଟାଣ୍ଟ ପର୍ସନଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରୁ ହିଁ ଯାଉଛନ୍ତି ଡାକ୍ତର । ସାଧାରଣ ଲୋକଙ୍କ ଚିକିତ୍ସା ଥିବା ଡାକ୍ତର ଭିଆଇପି ଡ୍ୟୁଟିରେ ନିୟୋଜିତ ।
ଘର ଦେବା ନାଁରେ ଠକି ନେଉଛନ୍ତି ଟଙ୍କା । ଅନଲାଇନ ହେଉ କି ଅଫଲାଇନ୍ ସବୁଠି ଦଲାଲ ସକ୍ରିୟ । ଘର ଖୋଜି ଖୋଜି ଠକଙ୍କ ହାବୁଡ଼ରେ ପଡୁଛନ୍ତି ।
ପୁରୀ ବେଳାଭୂମିରେ ଖୋଲାରେ ଛୋଟ ଦୋକାନ କରି ମଦ ବିକ୍ରି ହେବ । ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସି ମାଧ୍ୟମରେ ମଦ କୁଟୀର ବସାଇବାକୁ ଯୋଜନା କରିଛନ୍ତି ସରକାର । ମହୋଦଧୀ ତଟରେ ମଦର ବନ୍ୟାକୁ ବୁଦ୍ଧିଜୀବୀ, ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ନିନ୍ଦା ।
ଅଯୋଗ୍ୟଙ୍କୁ ମିଳୁଛି ଭତ୍ତା, ଯୋଗ୍ୟ ପଡ଼ିଛନ୍ତି ବାଦ୍ । କେନ୍ଦ୍ରାପଡ଼ା ଆଳି ବ୍ଲକ ଅର୍ଗଳ ପଞ୍ଚାୟତରୁ ଆସିଛି ବାର୍ଦ୍ଧକ୍ୟ ଭତ୍ତାରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ।
ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନାଗିରି ଜିଲ୍ଲାର ଶହ ଶହ ଗାଁ ପ୍ରଭାବିତ ହେବ । ଅଞ୍ଚଳରେ ଜୀବନ ଜୀବିକା ଉଜୁଡିଯିବ କହିଛି ବିଜେଡି । ଆରମ୍ଭରୁ ବିଜେଡି ବିରୋଧ କରିବାର ଥିଲା କହିଲା ବିଜେପି । ଗୋଟିଏ ପଞ୍ଚାୟତ ପ୍ରଭାବିତ ହେବ କହିଲେ ବିଜେପି ବିଧାୟକ ।
ଲଗାଣ ବର୍ଷାରେ ଅଧିକ ପ୍ରଭାବିତ ହୋଇଛି ମାଲକାନଗିରିର କାଳିମେଳା ବ୍ଳକ। ବଣ୍ଡାଘାଟିରେ ଭାଙ୍ଗିଛି ଅନେକ ଘରର କାନ୍ଥ । ପାଣି ଖସୁଥିଲେ ବି ସ୍ଥିତି ଉଦବେଗଜନକ ରହିଛି।
ଦେଶ ପାଇଁ ମଧୁବାବୁଙ୍କ ଅବଦାନ ଅତୁଳନୀୟ। ସଂସଦ ଭବନ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ ଦାବି। ରାଷ୍ଟ୍ରପତିଙ୍କୁ ଭେଟି ଦାବି କଲେ ଉତ୍କଳ ସମ୍ମିଳନୀ ସଭାପତି।
କୁସ୍ତିରୁ ସନ୍ୟାସ ଘୋଷଣା କରିବା ପରେ ରାଜନୀତି ମୈଦାନକୁ ଏଣ୍ଟ୍ରି କରିଛନ୍ତି କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ସେ ଆଗାମୀ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ଝୁଲାନା ଆସନରୁ ଲଢ଼ୁଛନ୍ତି ।
ଦୀଘା ମୁହାଣରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିଶି ମାଛ । ବଙ୍ଗୋପସାଗରରେ ଇଲିଶି ମିଆଁମାର ଓ ବାଂଲାଦେଶ ଗଭୀର ସମୁଦ୍ରରୁ ଭାରତ ଉପକୂଳ ମୁହାଁ ହୋଇଛନ୍ତି l
୨୦୦୦ରୁ ୨୦୨୩ ମଧ୍ୟରେ ୪୮୨ଟି ପ୍ରକଳ୍ପ ପାଇଁ କଟା ଯାଇଛି ଗଛ । ୨୩ ବର୍ଷରେ ୨୬ ଲକ୍ଷ ୭୫ ହଜାର ୧୯୧ଟି ଗଛ କଟା ଯାଇଛି । ସବୁଠୁ ଅଧିକ ବିଦ୍ୟୁତ୍ ଓ ଖଣି ପାଇଁ ଗଛ ବଳି ପଡ଼ିଛି । ଗୃହରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ...
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇନଫୋ ଭ୍ୟାଲିର ଇଏମସି ପାର୍କରେ ‘ଆର୍ ଆଇଆର୍ ପାୱାର ଇଲେକ୍ଟ୍ରୋ ନିକ୍ସ ଲିମିଟେଡ୍’ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଯାହାକି ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍ ଉତ୍ପାଦନ କାରଖାନା ହେବ ।
ଓଡ଼ିଶାରେ ୧୩୬ IPS ପଦବି, ସେଥିରୁ ୭ଟି ଖାଲି । ତଳ ପୋଷ୍ଟରେ କାମ କରୁଛନ୍ତି ଉପର ପାହ୍ୟା ଅଧିକାରୀ । କାହିଁକି ଟିମ୍ ଗଢ଼ିବାରେ ବିଳମ୍ବ କରୁଛନ୍ତି ନୂଆ ଡିଜିପି ?