ଭାରତୀୟ ରାଷ୍ଟ୍ରୀୟ ରାଇଫଲ ସଂଘର (NRAI) ନୂଆ ଅଧ୍ୟକ୍ଷ ହୋଇଛନ୍ତି କଳିକେଶ ନାରାୟଣ ସିଂହଦେଓ । ଶନିବାର ସମ୍ୱିଧାନ କ୍ଳବରେ ଅନୁଷ୍ଠିତ ରାଇଫଲ ସଂଘର ନିର୍ବାଚନରେ ଭିକେ ଧଲଙ୍କୁ ୩୬-୨୧ ଭୋଟରେ ହରାଇଛନ୍ତି କଳିକେଶ। ଏହାପରେ ସେ NRAIର ସମ୍ମାନଜନକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।
ଓଡ଼ିଆ ପୁଅ ତଥା ପୂର୍ବତନ ସାଂସଦ କଳିକେଶ ସିଂହଦେଓ, ଗତ କିଛି ମାସ ଧରି ଭାରତୀୟ ରାଇଫଲ ସଂଘର ସମସ୍ତ ପରିଚାଳନା କାର୍ଯ୍ୟର ଦେଖାଶୁଣା କରୁଥିଲେ। ସରକାରଙ୍କ ଜାତୀୟ ଖେଳ ସଂହିତା (NSC)ଅନୁସାରେ ଗତବର୍ଷ ରନିନ୍ଦର ସିଂହ ଇସ୍ତଫା ଦେଇଥିଲେ । ଏହା ପରେ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା। ଜାତୀୟ କ୍ରୀଡା ମହାସଂଘ(NSF)ର ମୁଖ୍ୟମାନେ ୧୨ ବର୍ଷରୁ ଅଧିକ ସମୟ ପଦରେ ରହିପାରିବେ ନାହିଁ ବୋଲି ଗତବର୍ଷ କ୍ରୀଡା ମନ୍ତ୍ରାଳୟ ନିର୍ଦ୍ଦେଶନାମା ଜାରି କରିଥିଲା।
Also Read
Many congratulations 🎉 to new @OfficialNRAI President Kalikesh Narayan Singh Deo @DeoKalikesh as he overcomes the challenge of Mr. V.K. Dhall 36-21 at the elections held today at the @ccoi_1947 . We wish him all the best!👏#IndianShooting #NRAIPresident pic.twitter.com/MQskIKnwa2
— NRAI (@OfficialNRAI) September 21, 2024
କ୍ରୀଡା ମନ୍ତ୍ରାଳୟ ନିର୍ଦ୍ଦେଶନାମା ଅନୁଯାୟୀ ମାର୍ଚ୍ଚ ୨୦୨୩ରେ ରନିନ୍ଦର ଅଧ୍ୟକ୍ଷ ଭାବେ ୧୨ ବର୍ଷ କାର୍ଯ୍ୟ କରିସାରିଥିଲେ । ୨୯ ଡିସେମ୍ବର ୨୦୧୦ରୁ ୨୯ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷ ପଦରେ ରହିଥିଲେ । ଫଳରେ ନିୟମ ଅନୁସାରେ ସେ ଆଉ ପଦରେ ରହିପାରିବେ ନାହିଁ ।
କ୍ରୀଡା ମନ୍ତ୍ରାଳୟ ନିର୍ଦ୍ଦେଶନାମା ପରେ ଗତବର୍ଷ ଏପ୍ରିଲରେ ରନିନ୍ଦର ଅଧ୍ୟକ୍ଷ ପଦ ଛାଡ଼ିଥିଲେ । ଏହାପରେ ବରିଷ୍ଠ ଉପାଧ୍ୟକ୍ଷ ଥିବା କଳିକେଶ NRAIର ସମସ୍ତ ପରିଚାଳନା ଦାୟିତ୍ୱ ତୁଲାଉଥିଲେ । ରାଇଫଲ ମହାସଂଘର କାମଚଳା ମୁଖିଆ ଭାବେ କଳିକେଶଙ୍କ କାର୍ଯ୍ୟକାଳରେ ଭାରତ ପ୍ୟାରିସ ଅଲିମ୍ପିକ୍ସରେ ୩ଟି ସ୍ୱର୍ଣ୍ଣ ପଦକ ଜିତିପାରିଛି । ୨୦୧୬ ରିଓ ଅଲିମ୍ପିକ୍ସ ଓ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ପଦକ ଶୂନ୍ୟ ରହିଥିଲା ଭାରତ । ୨୦୨୫ ପର୍ଯ୍ୟନ୍ତ କଳିକେଶ ଅଧ୍ୟକ୍ଷ ପଦରେ ରହିବେ ।