ମହାରାଷ୍ଟ୍ରରେ ଭାଙ୍ଗିଥିଲା ଛତ୍ରପତି ଶିବାଜୀଙ୍କ ୩୫ ଫୁଟ୍ ଉଚ୍ଚର ପ୍ରତିମୂର୍ତ୍ତି । ସିନ୍ଧୁଦୁର୍ଗ ଜିଲ୍ଲା ରାଜକୋଟ୍ ଦୁର୍ଗରେ ଥିଲା ପ୍ରତିମୂର୍ତ୍ତି ।
ପ୍ୟାରିସ ପାରା ଅଲିମ୍ପିକ୍ସର ଆଥଲେଟିକ୍ସ ଇଭେଣ୍ଟରେ ପଦକ ଖାତା ଖୋଲିଲା ଭାରତ । ମହିଳା ୧୦୦ ମିଟର T-୩୫ ଫାଇନାଲରେ ଭାରତୀୟ ଧାବିକା ପ୍ରୀତି ପାଲ ଜିତିଲେ ବ୍ରୋଞ୍ଜ ।
ରୋହିତ ଶର୍ମା ଆଇପିଏଲ ୨୦୨୫ରେ ଫ୍ରାଞ୍ଚାଇଜ ବଦଳାଇ ପାରନ୍ତି ବୋଲି ଚର୍ଚ୍ଚା । ଆଗକୁ ଆଇପିଏଲର ମେଗା ନିଲାମ ଅନୁଷ୍ଠିତ ହେବାକୁ ଥିବାରୁ ରୋହିତ ମୁମ୍ବାଇ କ୍ୟାମ୍ପ୍ ଛାଡ଼ିବା ସମ୍ଭାବନା ।
ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର । ଆରମ୍ଭ ହେବ ଫାଇନାନ୍ ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ ।
ନ୍ୟୁଜ ବ୍ରଡକାଷ୍ଟର୍ସ ଫେଡେରେସନର (NBF) ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଭାରତୀୟ ବ୍ରଡକାଷ୍ଟ ନ୍ୟୁଜ ମିଡିଆ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ବିଭିନ୍ନ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ।
ସେପ୍ଟେମ୍ବର ୩ ପରେ ଯାତ୍ରୀମାନେ ଭିସ୍ତାରାରେ ଟିକେଟ ବୁକିଂ କରିପାରିବେ ନାହିଁ । ଏୟାର ଇଣ୍ଡିଆ ସହିତ ଭିସ୍ତାରା ଏୟାରଲାଇନ୍ସର ବିଲୟ ପ୍ରକ୍ରିୟା ଆରମ୍ଭ ହେବାପରେ କମ୍ପାନୀର ନିଷ୍ପତ୍ତି ।
ସ୍ମାର୍ଟମିଟର ନାଁରେ ଶୋଷଣ ବିରୋଧରେ ହଲ୍ଲାବୋଲ । ବିଜୁଳି ବିଲ୍ ରେ ଟାମ୍ପରିଂ କରି କମ୍ପାନୀ ଲୁଟୁଥିବା ଅଭିଯୋଗ ।
ପ୍ରେମ ପାଇଁ ପ୍ରେମିକାର ଦାଦାକୁ ମାରିଦେଲା ପାଗଳ ପ୍ରେମିକ । ଖଣ୍ଡଗିରି ଥାନା ଅଞ୍ଚଳରେ ସିନେମା ଷ୍ଟାଇଲର ଥ୍ରିଲର ମର୍ଡର କ୍ରାଇମ ।
ବିଧାନସଭାରେ ସାରଦା ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ବିଭୁତି ଜେନାଙ୍କ ଉତ୍ତର । ଶାହା କମିଶନଙ୍କ ତଦନ୍ତ ପରେ ଫାଇନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।
୩/୪ ଦିନର ଲଗାଣ ବର୍ଷାରେ ବେହାଲ୍ ହୋଇଯାଇଛି ଅଧାରୁ ଅଧିକ ଗୁଜରାଟ । ହଜାର ହଜାର ଲୋକ ଜଳବନ୍ଦୀ ।
ରାଜଧାନୀ ଭୁବନେଶ୍ୱରରେ ପୁଣି ଲଭ୍, ସେକ୍ସ ଓ ଧୋକା ଅଭିଯୋଗ । ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ ।
ଇଚ୍ଛା ଥିଲା ଦେଶ ପାଇଁ ଗୌରବ ଆଣିବେ, ମେଡାଲ ପିନ୍ଧି ଛାତି ଚୌଡା ହେବ । ହେଲେ ଛାତିରେ ମେଡାଲ ନୁହେଁ, ରହିଛି ସିକ୍ୟୁରିଟି ଗାର୍ଡର ପୋଷାକ ।
ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ ।
ସୁପରଷ୍ଟାର ସଲମାନ୍ ଖାନ୍ ନିଜ ସିଟରୁ ଉଠି ଛିଡ଼ାହେବାକୁ ସଂଘର୍ଷ କରୁଥିବା ଭିଡିଓ ଭାଇରାଲ୍ । ଆଶୁ ଆରୋଗ୍ୟ କାମନା କରିଛନ୍ତି ଫ୍ୟାନ୍ସ ।
ଭୁବନେଶ୍ୱରର ରବି ଟକିଜ ଟଙ୍କପାଣି ରୋଡ଼ ନିକଟରେ ବନ୍ଦ ଘରୁ ମିଳିଲା ହାଡ଼ । ହାଡ଼ ରଖି ଚାଲିଥିଲା ପୂଜାର୍ଚ୍ଚନା ।
ରେଲୱେରେ ୧ ଲକ୍ଷ ୫୪ ହଜାର ଲୋକଙ୍କୁ ନିକଟରେ ଚାକିରି ମିଳିଛି । ରେଲୱେରେ ନିଯୁକ୍ତି ନେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା
କୋଲକାତା ଆରଜି କର ମେଡିକାଲ କଲେଜରେ ଜୁନିୟର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାକୁ ଉଦବେଗଜନକ ଓ ଭୟାନକ କହିଛନ୍ତି ରାଷ୍ଟ୍ରପତି ।
ମଣିଷ ଶରୀରରେ ଥିବା ଦୁଇଟି ସେକ୍ସ ଗୁଣସୂତ୍ର ମଧ୍ୟରୁ ସରି ସରି ଯାଉଛି Y ଗୁଣସୂତ୍ର । Y ଗୁଣସୂତ୍ରର ସଂପୂର୍ଣ୍ଣ ବିଲୋପ ଅର୍ଥ ପୃଥିବୀ ପୃଷ୍ଠରେ ଆଉ ପୁରୁଷ ଜନ୍ମ ସମ୍ଭବ ହୋଇନପାରେ ।
କିଛି ବିଧାୟକ ଫଟୋ ଉଠାଇବା ସହ ଫୋନରେ କଥା ହେଉଛନ୍ତି । ଏହା ଜାଣିବା ପରେ ବିଧାନସଭା ଗୃହ ଭିତରେ ମୋବାଇଲ ଓ ପାଣି ବୋତଲ କଟକଣା ଲଗାଇଛନ୍ତି ବାଚସ୍ପତି ।
ବର୍ଷକରେ ୨ ହଜାର ୮ଶହ ୪୬ ଦୋକାନୀ ଗ୍ରାହକଙ୍କୁ ଠକିଛନ୍ତି । ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉତ୍ତର ।