ସୁଜିତଙ୍କ ବିସ୍ଫୋରକ ବୟାନ ପରେ କଳାହାଣ୍ଡି ରାଜନୀତିରେ ହଲଚଲ । ସୁଜିତ ଆଣିଥିବା ଅଭିଯୋଗର ତଦନ୍ତ ଦାବି କଲା ବିଜେପି । ବିଜେଡିର ଜବାବ, ପ୍ରମାଣ ଦିଅନ୍ତୁ ସୁଜିତ୍ ।
ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଚାଲିଛି ମାଟି ପରୀକ୍ଷଣ। ୪୦ ମିଟର ଗଭୀରରୁ ମାଟି ଆଣି କରାଯାଉଛି ପରୀକ୍ଷା।
ପରମେଶ୍ୱର ଖେମୁଣ୍ଡି ଓ ସୁକାନ୍ତି ଦାସଙ୍କ ତିନି ମାସର ପୁଅ ଗତ ୩ ତାରିଖରେ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା। ପୋଲିସର ତଦନ୍ତ ପରେ ଯାହା ଜଣାପଡ଼ିଲା ତାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି ।
ବିଜେଡିର ବହୁ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି । ବିଜେଡିର ଅଧିକାଂଶ ନେତା ଓ କର୍ମୀ ଦଳର ଏକଛତ୍ରବାଦ ଶାସନରେ ଅସନ୍ତୁଷ୍ଟ । ବିଜେଡି ନେତାମାନେ ଦଳ ଛାଡିବା ପ୍ରସଙ୍ଗରେ ଏଭଳି କହିଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ ।
ପାରା ଅଲିମ୍ପିକ୍ସରେ ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ। ୬ଟି ସ୍ୱର୍ଣ୍ଣ,୯ଟି ରୌପ୍ୟ ଓ ୧୨ଟି କାଂସ୍ୟ ସହିତ ମୋଟ ୨୭ ପଦକ ଜିତିସାରିଲେଣି ଭାରତୀୟ ଆଥଲେଟ୍ସ ।
ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତରେ ବ୍ୟାପକ କୁକୁଡ଼ା ମରିଲେ । ଅନେକ କୁକୁଡା ଫାର୍ମରେ ପଡ଼ି ରହିଛି ଶହ ଶହ ମଲା କୁକୁଡ଼ା ।
ରାଜଧାନୀରୁ କ୍ୟାବ୍ ଡ୍ରାଇଭରଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାସ । ଅନଲାଇନ୍ ଆପରେ କାର୍ ବୁକିଂ କରି ଡ୍ରାଇଭରଙ୍କୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ ।
ଯେଉଁମାନେ ଦଳର ଆଗଧାଡ଼ିରେ ଥିଲେ, କାହିଁକି ସେମାନେ ଦଳ ଛାଡୁଛନ୍ତି । ତାର ଆତ୍ମନିରୀକ୍ଷଣ ହେବା ଦରକାର । ଅନ୍ୟ ଉପରେ ଦାୟିତ୍ୱ ଦେଇ ଖସିଗଲେ ହେବନି । ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ ରଖିଛନ୍ତି ଏଭଳି ବଡ ବୟାନ ।
ରାଜ୍ୟବ୍ୟାପୀ ଗାଁରୁ ସହର ସବୁଠି ବୁଲିବ ସୁଭଦ୍ରା ସଚେତନତା ରଥ । ଭୁବନେଶ୍ୱର ଗାନ୍ଧି ମାର୍ଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ବିଜେଡି ଛାଡ଼ି ବିଜେପିରେ ମିଶିଲେ ସୁଜିତ କୁମାର । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ।
ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର । ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ।
୪ଟି ପରିବାରର ୮ବଖରା ଚାଳ ଛପର ଘର ଜଳିପୋଡ଼ି ପାଉଁଶ । କେବଳ ବିପନ୍ନମାନେ ପିନ୍ଧିଥିବା ବସ୍ତ୍ରକୁ ଛାଡିଦେଲେ ସବୁ ଜଳିଯାଇଛି ।
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ଶୁକ୍ରବାର, ଚନ୍ଦ୍ର- କନ୍ୟା ରାତ୍ରି ୧୧.୦୦ ଗତେ ତୁଳା । ତିଥି- ୩ୟା ଦିବା ୦୩.୦୧ ଗତେ ୪ର୍ଥୀ । ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୧୧.୦୦ ପର୍ଯ୍ୟନ୍ତ ।
ପାର୍ବଣ ୠତୁ ପାଇଁ ଚଳଚଞ୍ଚଳ ହୋଇପଡିଛି କଟକ ସହର । ରିହରସାଲରେ ବ୍ୟସ୍ତ ମେଲୋଡି କଳାକାର ।
କାହା ପାଇଁ ପାଉଣା ତୁଚ୍ଛ, କାହା ଆଗରେ ହାରିଯାଇଛି ବୟସ । ଭାସ୍କର, ଡୋମିନିକ୍ ଓ କଳେବର ସାରଙ୍କ ତ୍ୟାଗ ଓ ଉତ୍ସର୍ଗର କାହାଣୀ ।
ଏକ ନିଶ୍ଚିତ ଟ୍ରେନ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ । ରେଲ୍ ବ୍ରିଜ୍ ଉପରେ ରହି ବନ୍ୟା ସ୍ଥିତିର ସମୀକ୍ଷା ବେଳେ ମାଡ଼ିଆସିଲା ଯାତ୍ରୀବାହୀ ଟ୍ରେନ୍।
ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁରୁଦିବସ ଅବସରରେ ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ପୋଲିସ ସହାୟତା ଲୋଡ଼ିଲେ ରେଭେନ୍ସା କର୍ତ୍ତୃପକ୍ଷ । ବିତର୍କ କମ୍, ବଢିଲା ଗୋଳିଆପାଣିରୁ ଫାଇଦା ନେବା ପ୍ରତିଯୋଗିତା ।
ଝାରପଡା ଜେଲ କଏଦୀ ଆକ୍ରମଣ ଘଟଣାରେ ତଦନ୍ତ ରିପୋର୍ଟ ହୋଇଛି ଦାଖଲ। ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି ଡିଆଇଜି ଅନୁସୂୟା ଜେନା।
ଆନ୍ଧ୍ର ଓ ତେଲେଙ୍ଗାନାରେ ବନ୍ୟାଞ୍ଚଳରେ ରିଲିଫ କାର୍ଯ୍ୟରେ ସାମିଲ ଥିଲା ହେଲିକପ୍ଟର । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ ।