ହିମାଚଳ ପ୍ରଦେଶରେ ଅତି ପ୍ରବଳ ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ଗତକାଲି ରାଜଧାନୀ ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ନାଗା ବେଶଧାରୀ କିଛି ଭଣ୍ଡବାବା ଭଜନ କୀର୍ତ୍ତନ ଆଳ ଦେଖାଇ କଳାକନା ବୁଲାଇ ଚମ୍ପଟ ମାରିଥିଲେ। ଆଉ କାଲିର ଖବର ଗଣମାଧ୍ୟମରେ ଜଣାପଡ଼ିବା ପରେ ଆଜି ଏମାନଙ୍କୁ ସନ୍ଦେହ କରି ଲୋକେ ନିଜଆଡୁ ପୋଲିସକୁ ଖବର ଦେଇଦେଇଛନ୍ତି।
ଆଡ଼ପମଣ୍ଡପରେ ଆସନ୍ତାକାଲି ନବମୀ ତିଥିରେ ଶ୍ରୀଜୀଉଙ୍କ ଶେଷ ଦର୍ଶନ ବା ସାଂଧ୍ୟଦର୍ଶନ। ତେବେ ବାହୁଡ଼ା ନୀତିକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଏଥର ସାଂଧ୍ୟ ଦର୍ଶନକୁ ସଂଧ୍ୟା ପରିବର୍ତ୍ତେ ଅପରାହ୍ନ ୫ଟା ସୁଦ୍ଧା ସାରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଖୋଲୁଛି ଟାଟା ପାୱାର ଲୁଟର ଗୋଟିଏ ପରେ ଗୋଟିଏ ଗୁମର। କିଭଳି ଲୁଟ୍ ର ଶିକାର ହେଉଛନ୍ତି ବିଦ୍ୟୁତ୍ ଉପଭୋକ୍ତା, ରାଜ୍ୟର କୋଣ ଅନୁକୋଣରୁ ଆସୁଛି ପୁଳା ପୁଳା ଅଭିଯୋଗ।
ଆବାସ ବଣ୍ଟାଗଲେ କାଳେ ବିଜେପି ମାଇଲେଜ୍ ନେଇଯିବ ଓ ଯୋଜନାରୁ ବଂଚିତ ହେଉଥିବା ଲୋକଙ୍କ ଭିତରେ ଅସନ୍ତୋଷ ବଢିବ, ସେହି ଆଶଙ୍କାରେ ରାଜ୍ୟ ସରକାର ମୋ ଘର ଯୋଜନା ଆରମ୍ଭ କରିଥିବା କୁହାଯାଉଛି। ତେଣୁ ଏବେ ପିଏମ୍ ଆବାସ ବନାମ୍ ମୋ ଘର ନେଇ ଚାଲିଛି ପ୍ରତିଯୋଗିତା।
କୌଣସି ଅଲୌକିକ କି ଦିବ୍ୟ ଚମତ୍କାର ନୁହେଁ, ଦେଖାଇଛନ୍ତି 'ଚୌର୍ଯ୍ୟ ବୃତ୍ତିରେ ଚମତ୍କାରିତା'। ନାଗା ସାଧୁ ବେଶରେ ଆସି ଲୁଟିନେଲେ ସୁନାଗହଣା।
ହେଲିଓପୋଲିସରେ ପ୍ରଥମ ବିଶ୍ୱଯୁଦ୍ଧରେ ପ୍ରାଣବଳୀ ଦେଇଥିବା ୩ହଜାର ୭୯୯ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି।
ଖାଲି ହେରାପଞ୍ଚମୀ ନୁହେଁ ତା ପୂର୍ବଦିନ ବି ନୀତି ବିଳମ୍ବ କାରଣରୁ ଠାକୁରଙ୍କ ରାତି ପହୁଡ଼ ହୋଇପାରିନି। ଏମିତିକି ଆଜି ଭୋର ୪ଟାରେ ହେବାକୁ ଥିବା ଠାକୁରଙ୍କ ମଙ୍ଗଳ ଆଳତି ସକାଳ ୯ଟା ୨୦ରେ ହୋଇଥିଲା। ଦୀର୍ଘ ୫ଘଣ୍ଟା କାଳ ଭକ୍ତ ଏହାକୁ ଦେଖିବାକୁ ଅପେକ୍ଷା କରି ବିରକ୍ତ ହୋଇଯାଇଥିଲେ।
ଭୁବନେଶ୍ୱର କାନନ ବିହାର ଘରୁ ଯେଉଁ ୫ ପେଟି ଟଙ୍କା ମିଳିଥିଲା, ତାକୁ କୁଆଡ଼େ ନବରଙ୍ଗପୁରରୁ ଇନୋଭା କାରରେ ସିଧା ଏଠାକୁ ଅଣାଯାଇଥିଲା। କିନ୍ତୁ, ତାହାରି ଭିତରେ କ’ଣ ଘଟିଗଲା କେଜାଣି, ହଠାତ୍ ମାଡ଼ିବସିଲା ଭିଜିଲାନ୍ସ।
5T ସଚିବଙ୍କ ପାଇଁ କାହିଁକି ଏତେ ସୁରକ୍ଷା ବ୍ୟବସ୍ଥା? 5T ସଚିବଙ୍କୁ ଘାରିଛି କାହା ଭୟ?
ନିଜ ପ୍ରଦର୍ଶନ ପାଇଁ ଲୋକପ୍ରିୟ ହୋଇଥିବା ଯଶସ୍ୱୀ ଦିନେ କ୍ରିକେଟ କୋଚିଂ ପାଇଁ ଗୁପଚୁପ ବିକୁଥିଲେ । ଖୋଦ୍ ନିଜେହିଁ ଏକଥା ସେ ଗଣମାଧ୍ୟମରେ କହିଛନ୍ତି।
ପ୍ରଶାସନ ଯେଉଁ ସ୍ଥାନରୁ ବହୁ ସଂଖ୍ୟାରେ ଗଛ କାଟି ପାହାଡ଼କୁ ଲଣ୍ଡା କରିଛି, ସେଠି ନୂଆ ଗଛ ପୋତି ଆନ୍ଦୋଳନକୁ ଆହୁରି ଜୋରଦାର କରିଛି ମା ଶିଖରଚଣ୍ଡି ଆଞ୍ଚଳିକ ସୁରକ୍ଷା ସମିତି।
ଶବ ବୁହା ଗାଡ଼ି ଏବେ ଶବ ପାଲଟିଯାଇଛି। ସରକାରଙ୍କ ମହାପ୍ରୟାଣ ଯୋଜନା ଅନ୍ତର୍ଗତ ଗାଡ଼ି ଦୀର୍ଘଦିନ ହେଲାଣି ପଡ଼ି ରହି ଖତ ଖାଉଛି ।
ବର୍ତ୍ତମାନ ସଂଘର୍ଷ ନିଶ୍ଚିତ। ଗୃହଯୁଦ୍ଧର ଆରମ୍ଭ ପୁଟିନଙ୍କ ପକ୍ଷରୁ କରାଯାଇଥିଲା। ବର୍ତ୍ତମାନ ଯାହା ବି କରାଯାଉଛି ତାହା ଋଷ ନାଗରିକଙ୍କ ପାଇଁ। ଏହି ମେସେଜ୍ ସହ ଋଷରେ ଆରମ୍ଭ ହୋଇଯାଇଛି ସଂଘର୍ଷ।
ଉଭୟ ପକ୍ଷରୁ ଯୁକ୍ତିତର୍କ ହେବା ସହିତ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ପ୍ରାୟ ୨ ଘଣ୍ଟା ଧରି ସ୍ଥାନୀୟ ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିଲା।
ଉଭୟ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିବାରୁ ସୁଧାର କେନ୍ଦ୍ର ପରିଚାଳକ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
ଯେଉଁମାନେ ବିନା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇ ଗାଡ଼ି ଚଳାଉଥିଲେ ସେମାନଙ୍କ ଉପରେ କଷିଥିଲେ ମୋଟା ଅଙ୍କର ଫାଇନ୍। ଆଜି ପ୍ରଥମ ଦିନରେ ପ୍ରଥମ ଥର ପାଇଁ ନିୟମ ଉଲ୍ଲଂଘନକାରୀଙ୍କୁ ୫ ହଜାର ଓ ଦ୍ବିତୀୟ ଥର ପାଇଁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡ଼ିଛି।
ପାଟନାରେ ବିରୋଧି ଦଳଙ୍କ ମହା ବୈଠକରେ ସାମିଲ ହୋଇଥିବା ନେତାଙ୍କ ସହମତି, ଏକଜୁଟ ଲଢିବେ ନିର୍ବାଚନ। ଆସନ୍ତା ଜୁଲାଇ ୧୨ରେ ହେବ ଶିମଲାରେ ଚୂଡାନ୍ତ ବୈଠକ।
ବିଦ୍ୟୁତ ଉପଭୋକ୍ତାଙ୍କୁ ଠକିବାର ନୂଆ ତରିକା ! ଆଖିରେ ଆଙ୍ଗୁଠି ଗେଞ୍ଜି ଶୋଷଣ କରୁଛି ଟାଟା ପାୱାର ! ଟାଟା କ୍ୟାଲେଣ୍ଡରରେ ମାସକୁ ୪୦ ଦିନ ! ଏକଥା ଆମେ କହୁନୁ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମାସକ ନାଁରେ ୪୦ ଦିନିଆ ଇଲେକ୍ଟ୍ରି ବିଲ୍ ପାଇଥିବା ଉପଭୋକ୍ତା।
କଣ ସେବକମାନେ ଖାମଖିଆଲି ଭାବେ ପହଣ୍ଡି କରାଉଥିଲେ କି ? ମହାପ୍ରଭୁଙ୍କୁ ବନ୍ଧା ଯାଇଥିବା ପାଟଡୋରକୁ ଖୋଲା ଛାଡ଼ି ଦେଇଥିଲେ କି ?