Advertisment

ପିଆଜ ରପ୍ତାନୀରେ ରୋକ୍ ଲଗାଇବାକୁ ବ୍ୟବସ୍ଥା କଲେ ସରକାର

ବଜାରରେ ଏବେ ପିଆଜ କିଲୋ ପ୍ରତି ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ସେପ୍ଟେମ୍ବରରେ ତାହା ଦୁଇ ଗୁଣା ଅର୍ଥାତ୍ ୫୫ରୁ ୬୦ ଟଙ୍କାରେ ବିକ୍ରି ହେବା ଆଶଙ୍କା ରହିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Govt imposes 40% export duty on onion to devlop local supplies

Govt imposes 40% export duty on onion to devlop local supplies

ପିଆଜ ରପ୍ତାନୀରେ ରୋକ୍ ଲଗାଇବାକୁ ବ୍ୟବସ୍ଥା କଲେ ସରକାର। ଦେଶବାସୀଙ୍କୁ ପର୍ଯ୍ୟାପ୍ତ ପିଆଜ ଯୋଗାଇବାକୁ ରପ୍ତାନୀ ଟିକସ ବୃଦ୍ଧି କରାଯାଇଛି। ପିଆଜ ଉପରେ ରପ୍ତାନୀ ଟିକସ ୪୦ ପ୍ରତିଶତକୁ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଟିକସ ବଢ଼ିଲେ ରପ୍ତାନୀ ହ୍ରାସ ହେବ ଏବଂ ଦେଶବାସୀଙ୍କୁ ପର୍ଯ୍ୟାପ୍ତ ପିଆଜ ମିଳିବ।

Advertisment

ବର୍ଦ୍ଧିତ ରପ୍ତାନୀ ଟିକସ ଡିସେମ୍ବର ୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ବଜାରରେ ଏବେ ପିଆଜ କିଲୋ ପ୍ରତି ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ସେପଟେମ୍ବରରେ ତାହା ଦୁଇ ଗୁଣା ଅର୍ଥାତ୍ ୫୫ରୁ ୬୦ ଟଙ୍କାରେ ବିକ୍ରି ହେବା ଆଶଙ୍କା ରହିଛି।

ଦେଶରେ ଏବେ ପର୍ଯ୍ୟାପ୍ତ ପରିମାଣର ପିଆଜ ଗଛିତ ରହିଛି। ଏହାସତ୍ତ୍ବେ ରପ୍ତାନୀ ଯୋଗୁଁ ଦର ବଢିବା ଆଶଙ୍କା ଥିବାରୁ ରପ୍ତାନୀ ଟିକସକୁ ୪୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି ସରକାର।

Advertisment

ସରକାରୀ ତଥ୍ୟ ଅନୁଯାୟୀ, ପିଆଜ ଦରରେ ବୃଦ୍ଧି ଆରମ୍ଭ ହୋଇଗଲାଣି। ଅଗଷ୍ଟ ୧୦ ତାରିଖ ସୁଦ୍ଧା ସାରା ଦେଶରେ ଏହାର ଖୁଚୁରା ମୂଲ୍ୟ କେଜି ପ୍ରତି ୨୭ ଟଙ୍କା ୯୦ ପଇସା ରହିଥିଲା। ଏହି ଅବଧି ମଧ୍ୟରେ ଗତ ବର୍ଷ ପିଆଜର ଖୁଚୁରା ମୂଲ୍ୟ ସାରା ଦେଶରେ ୨୫ ଟଙ୍କା ୯୦ ପଇସା ଥିଲା। ଅର୍ଥାତ୍ ଗତ ବର୍ଷ ତୁଳନାରେ ୨ ଟଙ୍କା ବଢ଼ି ସାରିଛି।

ପିଆଜ ଯୋଗାଣ ହ୍ରାସ ହେଲେ ଉପୁଜିବାକୁ ଥିବା ସ୍ଥିତିକୁ ସମ୍ଭାଳିବା ପାଇଁ ସରକାର ୩ ଲକ୍ଷ ଟନ୍ ପିଆଜ ଜମା କରି ରଖିଛନ୍ତି।

Onion Price
Advertisment
Advertisment