/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692460396.jpg)
Army vehicle falls into gorge
ଲଦାଖ: ସେନାର ଗାଡ଼ି ଗଭୀର ଖାଲରେ ଗଳିପଡ଼ି ୯ ଯବାନ ସହିଦ। ୯ ଯବାନଙ୍କ ମଧ୍ୟରେ ୨ ଜଣ JCO ଅଛନ୍ତି। ଲେହର କ୍ୟାରୁ ସହର ନିକଟରେ ଗଳି ପଡ଼ିଲା ଗାଡ଼ି। ସେନାର ଗାଡ଼ିଟି କାରୁ ଗ୍ୟାରିସନରୁ କ୍ୟାରୁ ଯାଉଥିଲା। ଦୁର୍ଘଟଣାରେ ୯ ଜଣ ଯବାନ ସହିଦ୍ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।
ଲଦାଖ: ସେନାର ଗାଡ଼ି ଗଭୀର ଖାଲରେ ଗଳିପଡ଼ି ୯ ଯବାନ ସହିଦ#ArmyVehicle#Ladakh#OTVpic.twitter.com/QHARyMWzgN
— ଓଟିଭି (@otvkhabar) August 19, 2023
ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଲେହ ଠାରୁ ୧୫୦ କିଲୋମିଟର ଦୂର କିୟାରୀ ନିକଟରେ ଏହି ଘଟଣା ଘଟିଛି। ୧୦ ଜଣ ଯବାନଙ୍କୁ ନେଇ ଯାଉଥିବା ସେନାର ଏହି ଟ୍ରକ୍ ରାସ୍ତାରୁ ଖସି ନଦୀରେ ପଡ଼ି ଯାଇଥିଲେ। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।
ସେନାର ମୋଟ ୫ଟି ଗାଡ଼ି ସାଙ୍ଗ ହୋଇ ଯାଉଥିବା ବେଳେ ସେଥିରୁ ଏହି ଟ୍ରକ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେନାର ଏହି ଗାଡ଼ି ଗୁଡ଼ିକ ମୋଟ ୩୪ ଜଣ ଯବାନଙ୍କୁ ନେଇ କାରୁରୁ କିୟାରୀ ଆସୁଥିଲେ। ତେବେ କିୟାରୀ ଠାରୁ ମାତ୍ର ୭ କିଲୋମିଟର ଦୂରରେ ଟ୍ରକ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)