ଖାଲି ସେତିକି ନୁହେଁ ଟିଫିନ୍ ଓ ପାନୀୟ ଜଳ ବି ବଣ୍ଟା ଯାଉଛି। ହେଲ୍ପ ଡେସ୍କରେ ଛାତ୍ରଛାତ୍ରୀ ବି ନିୟୋଜିତ ଅଛନ୍ତି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଯଦି କ୍ୟାମ୍ପସ୍ ଗୁଡିକରେ ଦଳ ହେଲ୍ପ ଡେସ୍କ ଖୋଲୁଛି, ତେବେ ଛାତ୍ର ସଂସଦ ନିର୍ବାଚନକୁ କାହିଁକି ବାତିଲ୍ କରାଯାଇଛି ଓ ଛାତ୍ର ବିଜେଡି ଏନେଇ କାହିଁକି...
ହୀରା ବ୍ୟବସାୟର ପ୍ରମୁଖ କେନ୍ଦ୍ର, ୱାନ୍ ଷ୍ଟପ୍ ଡେଷ୍ଟିନେସନ୍। ବିଲଡିଂର ନାଁ ରଖାଯାଇଛି ଡାଇମଣ୍ଡ ବୋର୍ସ। ପ୍ରାୟ ୩ହଜାର କୋଟି ଟଙ୍କାରେ ନିର୍ମିତ ଏହି କମ୍ପ୍ଲେକ୍ସ ଆସନ୍ତା ନଭେମ୍ବର ୨୧ ତାରିଖରୁ କାର୍ଯ୍ୟକ୍ଷମ ହେବ।
ଜଣେ ମଦ ବ୍ୟବସାୟୀଙ୍କ ଠାରୁ ମାସିକିଆ ବଟି ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ଧରିଛି।
ଖବର ପାଇ ପୋଲିସ ପହଞ୍ଚି ଘର ଭିତରକୁ ପ୍ରବେଶ କରିବା ସହ ୪ଟି ପୋଡ଼ା ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲା।
କରାଚିରେ ଏକ ଦେଢ଼ଶହ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ବୁଲଡୋଜର ଲଗାଇ ଭାଙ୍ଗିଦେଇଛି ପାକିସ୍ତାନ ସରକାର। ଏହି ମାରି ମାତା ମନ୍ଦିର ସୋଲଜର୍ ବଜାରରେ ଥିଲା । ବିଦ୍ୟୁତ ସଂଯୋଗ କାଟି ସ୍ଥାନୀୟ ଅଞ୍ଚଳକୁ ଅନ୍ଧାର କରିବା ପରେ ପୋଲିସ ସୁରକ୍ଷା ବଳୟରେ ମନ୍ଦିର ଭଙ୍ଗାଯାଇଥିବା ସୂଚନା ମିଳିଛି।
ରାଜଧାନୀର ହାର୍ଟ ଅଫ୍ ମାର୍କେଟ୍- ୟୁନିଟ-୨ମାର୍କେଟ୍ ବିଲ୍ଡିଂ। ଯେଉଁଠି ପୁଣି ଥରେ ସାମ୍ନାସାମ୍ନି ହୋଇଛନ୍ତି ବ୍ୟବସାୟୀ ଓ ଉଠାଦୋକାନୀ। ଦୋକାନ ବନ୍ଦ କରି ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣାକୁ ଓହ୍ଲାଇଛି ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏସଏନ୍।
ସେମିତି ଶରୀରକୁ କଷ୍ଟ ଦେଇ ଶିବ ଭକ୍ତିରେ ତଲ୍ଲୀନ ଇଏ ଆଉ ଜଣେ ଅନନ୍ୟ ଭକ୍ତ ଅନନ୍ତ ବୈରାଗୀ। ଏମିତି ଦଣ୍ଡ ପ୍ରଣାମ କରି କରି କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ବାବାଙ୍କୁ ନିଜ ଦୁଃଖ ଜଣାଇବାକୁ ବାହାରିଛନ୍ତି।
ରାଜଧାନୀର ଛାତି ଉପରେ 5T ସ୍କୁଲ୍ ଛାତ୍ରୀଙ୍କ ଗର୍ଜନ। ବିଇଓଙ୍କୁ ଘେରି ସରକାରଙ୍କୁ ଦେଲେ ଚାଲେଞ୍ଜ। ଶ୍ରେଣୀ ବର୍ଜନ ସହ ଫାଟକରେ ତାଲା ପକାଇ ସରକାର ବିରୋଧରେ ସ୍ଲୋଗାନ। ଭୁବନେଶ୍ବର ୟୁନିଟ-୯ ସରକାରୀ ବାଳିକା ବିଦ୍ୟାଳୟକୁ ବାଳକ ବିଦ୍ୟାଳୟରେ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରୀ ଓ ଅଭିଭାବକମାନେ ଆଜି ଦୃଢ ପ୍ରତିବାଦ କରିଛନ୍ତି।
ବର୍ଷା ଛାଡ଼ିଯିବା ପରେ କାଲିର ପାଣି ଆଜିକୁ ନାହିଁ। ହେଲେ କାଲିର ଜୀବନ ଆଜି କି ନାହିଁ। କାହିଁକିନା, କାଲିର ଅଳ୍ପ ସମୟ ବର୍ଷାରେ ରାସ୍ତାକୁ ଉଚ୍ଛୁଳିଥିବା ଏ ମୁକୁଳା ଡ୍ରେନରେ ପଡ଼ି ଯାଇଛି ଜଣେ 21 ବର୍ଷିୀୟ ଯୁବକର ଜୀବନ।
ବିଜେଡିର ମିଶନ୍ ପଶ୍ଚିମ ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି। ହେଲେ ବାଧକ ସାଜିଛି ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। ପଶ୍ଚିମରେ ଭୋଟ୍ ଟାଣିବାକୁ ପ୍ୟାକେଜ୍ ପରେ ପ୍ୟାକେଜ୍ ଘୋଷଣା। ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପିକୁ ମିଳିଥିଲା ଆଶାତିତ ସଫଳତା।
ADR ବିଶ୍ଳେଷଣ କରିଥିବା ଶାସକ ବିଜେଡିର ୧୧୩ ଜଣ ବିଧାୟକଙ୍କ ମଧ୍ୟରୁ ୪୫ ଜଣଙ୍କ ନାମରେ ଅପରାଧିକ ମାମଲା ଥିବା ବେଳେ ୩୨ ଜଣଙ୍କ ନାଁରେ ଅଛି ଗୁରୁତର ଅପରାଧ ମାମଲା।
ତଥ୍ୟ କହୁଛି ଚାଉଳ ଦର ୧୧ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେମିତି ୧୦୦ରୁ ୧୧୦ ଟଙ୍କାରେ ମିଳୁଥିବା ହରଡ଼ ଡାଲି ଏବେ ଦେଢ଼ ଶହ ପାର୍। ମୁଗ, ବୁଟ ଓ ବିରି ଡାଲି, ଏସବୁ ଯେମିତି ହରଡ଼ ଡାଲି ପିଛା ଧରିଛନ୍ତି।
ଅର୍ବିଟ ରେଜିଂ ମାନୁଭର୍ ପରେ ସର୍ବନିମ୍ନ ଦୂରତା ୧୭୨ କିଲୋମିଟର ଏବଂ ସର୍ବାଧିକ ଦୂରତା ୪୧ ହଜାର ୭୬୨ କିଲୋମିଟରକୁ ବୃଦ୍ଧି ପାଇଛି ।
ଛାତ୍ରଛାତ୍ରୀମାନଙ୍କୁ ସାପମାନଙ୍କର ପ୍ରକାର ଭେଦ, ବିଷଧର ସାପଙ୍କୁ କିପରି ଚିହ୍ନିବ, ସାପକାମୁଡାର ପ୍ରାଥମିକ ଚିକିତ୍ସା, ସାପକାମୁଡାର ଲକ୍ଷଣ, ପରିବେଶରେ ସାପର ଗୁରୁତ୍ୱପୂର୍ଣ୍ଣ ଭୂମିକା ଇତ୍ୟାଦି ବିଷୟରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ବୁଝାଇଥିଲେ ।
ନଦୀର ଭ୍ରମ ସୃଷ୍ଟି କରୁଛି ରାଜଧାନୀର ରାଜରାସ୍ତା। ଦିଲ୍ଲୀରୁ ଯଥାଶୀଘ୍ର ଜଳନିଷ୍କାସନ ଲାଗି କସରତ ଚଳାଇଛନ୍ତି ଆର୍ମି ଓ ନେଭି।
ପଦାରେ ପଡ଼ିଲା ଏକ ନମ୍ବର ସ୍ମାର୍ଟସିଟିର ଅସଲ ଚେହେରା। ବର୍ଷର ପ୍ରଥମ ଲଗାଣ ବର୍ଷାରେ ହିଁ ବେହାଲ ଭୁବନେଶ୍ୱର।
ବଡ଼ ପ୍ରଶ୍ନ ହେଲା, ନବଙ୍କ ପୁଅ ଓ ପତ୍ନୀ କରୁଥିବା ଏହି ପ୍ରି-ପ୍ଳାନ କିଏ ଓ କେବେ କରିଥିଲା? ବ୍ରଜରାଜନଗରରେ ନବଙ୍କର ବିରୋଧୀ କିଏ ଥିଲେ? ସେମାନଙ୍କୁ ପଚରାଉଚୁରା କରିଛି କି କ୍ରାଇମବ୍ରାଂଚ?
ଆସନ୍ତା ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୧୧ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ ।
ସୌର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର। ଚନ୍ଦ୍ର – ବୃଷ ଅହୋରାତ୍ର; ତିଥି – ୧୨ଶୀ ସନ୍ଧ୍ୟା ୦୭.୧୭ ଗତେ ୧୩ଶୀ, ଘାତ ଚନ୍ଦ୍ର– ବିଛା ଅହୋରାତ୍ର, ଘାତ ବାର– ବିଛା, ଧନୁ ଓ ମୀନ
ଓଡ଼ିଶା ସରକାରଙ୍କୁ ପକ୍ଷରୁ ଏଠିକାର ଲୋକଙ୍କୁ ୫ ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ବେଳେ ଆନ୍ଧ୍ର ଏହି ରାଶିକୁ ବଢାଇ ୨୫ ଶହ ଟଙ୍କା ପର୍ଯ୍ୟନ୍ତ ଦେଇଥିବା କୁହାଯାଉଛି।