ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୨୫ ରୁ ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ଆମ ସମସ୍ତଙ୍କ ଭିତରେ ଜଣେ ଜଣେ କନହେଇ ଥାଏ। କିନ୍ତୁ ଆମେ କେତେଜଣ ତାଙ୍କୁ ଭୋଗୁ?...
ଆଉ କେତେ ବା ଧୈର୍ଯ୍ୟ ଧରିବେ ରାଉରକେଲାବାସୀ...ଆଉ କେତେ ବା ଦାୟିତ୍ୱହୀନ ସରକାରୀ ବ୍ୟବସ୍ଥାକୁ ବରଦାସ୍ତ କରିବେ... ଶେଷରେ ମୁହଁ ଖୋଲିଛନ୍ତି ସହରବାସୀ।
ରାତି ପାହିଲେ ଏହି ପୋଲ ଉପର ଦେଇ ଏମିତି କୁନି କୁନି ପାଦ ସବୁ ଦଉଡ଼େ ସ୍କୁଲ ଅଭିମୁଖେ। ସ୍କୁଲ ଛୁଟି ହେବା ପରେ ପୁଣି ଭରସାର ଭଙ୍ଗାଦଦରା ପୋଲ ଦେଇ ବିପଦପୂର୍ଣ୍ଣ ଭାବେ ଫେରିବାକୁ ପଡ଼େ ଘରକୁ।
ଚିନ୍ତା ବଢ଼ାଇଲାଣି ସାପ କାମୁଡ଼ା ମୃତ୍ୟୁ। କେନ୍ଦୁଝର ବାରିଆ ଥାନା ନିଶ୍ଚିନ୍ତପୁରର ଏକ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲରେ ଶୋଇଥିବା ବେଳେ ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ଏଭଳି ଘଟଣା କେତେଦିନ ଧରି ଓ ଆଉ କେଉଁ ଦୁଆରରେ ଚାଲିଛି ? ରାକେଟ୍ ପଛରେ ଆଉ କିଏ ?
ଏମିତିକି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଲାଗି ଥିବା ପ୍ରତିବନ୍ଧକ ଦୂର ପାଇଁ ୨୨ଟି ଭାରତୀୟ ଭାଷାରେ ପୁସ୍ତକ ପ୍ରସ୍ତୁତ କରିବାକୁ ଶିକ୍ଷା ମନ୍ତ୍ରଣାଳୟ NCERTକୁ ନିର୍ଦ୍ଦେଶ ଦେଇଛି। ଆସନ୍ତା ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ ଭାଷାରେ ପୁସ୍ତକ ବି ଉପଲବ୍ଧ ହେବ।
ଆଗରେ ଥିବା ପୱନ ଚାମଲିଙ୍ଗଙ୍କ ରେକର୍ଡ ଭାଙ୍ଗିବାକୁ ଆଉ ଦରକାର ମାତ୍ର ୧୩ ମାସର ସମୟ। ହେଲେ ଆଗକୁ 24 ନିର୍ବାଚନ। କିନ୍ତୁ ବିଜେଡିର ଆଶା, ଷଷ୍ଠ ଥର ପାଇଁ ବି ନବୀନଙ୍କ ନେତୃତ୍ୱରେ ବିଜେଡି କ୍ଷମତାକୁ ଆସିବ। ଆଉ ଚାମଲିଙ୍ଗଙ୍କ ରେକର୍ଡ ଭାଙ୍ଗି ସର୍ବକାଳୀନ ନବୀନ ରେକର୍ଡ କରିବେ ନବୀନ।
ଗତ ଏପ୍ରିଲ ୧୩ରେ ପ୍ରଥମ ଥର ପାଇଁ ମହିଳା ଥାନାକୁ ଯାଇ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଫେରାଦ ହୋଇଥିଲେ ସଂଯୁକ୍ତା। ତାଙ୍କର ମେଡିକାଲ ଟେଷ୍ଟ କରାଯାଇଥିଲେ ବି ସେତେବେଳେ ମାମଲା ରୁଜୁ ହୋଇନଥିଲା। ଏମିତି କି ଏପ୍ରିଲ ୨୩ରେ ଶଂଖ ଭବନ ଉଦଘାଟନ ଦିନ ବି ସଂଯୁକ୍ତାଙ୍କୁ ଦେଖିବାକୁ ମିଳିଥିଲା।
ଏକ ଚୋରି ଅଭିଯୋଗରେ ବବଲୁକୁ ଥାନାକୁ ଆଣିଥିବା କ୍ୟାଣ୍ଟନମେଣ୍ଟ ପୋଲିସର ଭୂମିକା ଏବେ ସନ୍ଦେହ ଘେରରେ। ବବଲୁ ମହାନଦୀକୁ ଚାଲିଯାଇଥିବା ଭାଇରାଲ୍ ଭିଡିଓରୁ ସ୍ପଷ୍ଟ ହେଉଥିବା ବେଳେ, ତା ପରିବାର ଲୋକ ଥାନାକୁ ଆସି ପଚାରିବାରୁ ସେ ମେଡିକାଲ ଯାଇଛି ବୋଲି କହିଥିଲା ପୋଲିସ।
ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସାମାନ୍ୟ ବଚସା ଚାଲିଥିବା ବେଳେ ଆଜି ତାହା ଉଗ୍ରରୂପ ନେଇଥିଲା
ଆଜି ସନ୍ଧ୍ୟାରେ ବସିଥିବା PCC ଶୃଙ୍ଖଳା କମିଟି ବୈଠକ ବସିଥିଲା।
ମଣିପୁର ବର୍ବର କାଣ୍ଡକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି। ମଣିପୁର ପେଚୀ ଅଂଚଳରେ ସୀମା ଡେଇଁଛି ଲୋକଙ୍କ ପୁଂଜିଭୁତ ଅସନ୍ତୋଷ। ଚରମ ରାଗରେ ଥିବା ଉତ୍ତ୍ୟକ୍ତ ଲୋକେ ଭାଙ୍ଗି ଦେଇଛନ୍ତି ମୁଖ୍ୟ ଅଭିଯୁକ୍ତର ଘର।
ଅବଶ୍ୟ ପରେ ସଂପୃକ୍ତ ବ୍ୟବସାୟୀ ନିଜେ ଅଳିଆ ସଫାକରିବା ସହ ୨୦ ହଜାର ଟଙ୍କା ଫାଇନ ବି ଗଣିଛନ୍ତି। ତେବେ ବିଏମସିର ଫାଇନ୍ କରିବା, ଦୋକାନ ସିଲ୍ କରିବା କ୍ଷମତା ଥାଇ ବି ଏଭଳି ଆଚରଣ ଓ କାର୍ଯ୍ୟାନୁଷ୍ଠାନକୁ କିନ୍ତୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ରାଜଧାନୀବାସୀ।
ବାଲେଶ୍ୱରରେ ଫକୀର ମୋହନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଦୃଶ୍ୟ। ପ୍ରତିଷ୍ଠାନକୁ ୬ ବର୍ଷ ଚାଲିଲାଣି। ହେଲେ ମେଡିକାଲର ଅବ୍ୟବସ୍ଥା ଆଉ ଅଭିଯୋଗର ଏମିତି ଲମ୍ବିଚାଲୁଛି ତାଲିକା।
ପ୍ରଶ୍ନ ଉଠୁଛି କ୍ଷୁର୍ଣ୍ଣ ହେଉନି ତ ବାଚସ୍ପତିଙ୍କ ପଦ ମର୍ଯ୍ୟାଦା ? ପଦ ପୂରଣରେ ଜାଣି ଶୁଣି ଶାସକ ବିଜେଡି ସମୟ ଗଡ଼େଇ ଚାଲିଛି ନା ଅଛି କିଛି ଦଳୀୟ କେଁ ? ଏବେ ବିନା ବାଚସ୍ପତିରେ ଚାଲିଛି ବିଧାନସଭାର ବିଭିନ୍ନ କାର୍ଯ୍ୟ।
ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
କୋଡ୍ ୱାଡ୍ ବାବାରେ ଚାଲୁଥିଲା ବେଧଡକ୍ ନିଶା ସିଗାରେଟ୍ ବେପାର। ରାସ୍ତା କଡ଼ରେ ଦୋକାନ ଖୋଲି ବିକୁଥିଲେ ବି ଧରାପଡୁନଥିଲେ। ଆଉ ଆଜି ଅବକାରୀ ବିଭାଗ ପଞ୍ଝାରେ ପଡ଼ିବା ପରେ ଖୋଲାଖୋଲି କହୁଛନ୍ତି ତାଙ୍କ ବସ୍ତି ସାରା ଅନେକ ଏଇ ବେପାରରେ ମାତିଛନ୍ତି।
ଓଡ଼ିଶାରେ ଜନ୍ମ, ସାରା ବିଶ୍ୱରେ ଚର୍ଚ୍ଚା। ଖାଲି ଓଡ଼ିଆ, ହିନ୍ଦୀ, ବେଙ୍ଗଲୀ କି ଦକ୍ଷିଣ ଭାରତୀୟ ଗଣମାଧ୍ୟମ ନୁହେଁ; ଆମେରିକା, ବ୍ରିଟେନ୍, ଗ୍ରୀସ, ବାଂଲାଦେଶଠୁ ନେଇ ପାକିସ୍ତାନ ପର୍ଯ୍ୟନ୍ତ ଜାତୀୟ-ଅନ୍ତର୍ଜାତୀୟ ସ୍ତରରେ ଖବରର ଶିରୋନାମା ପାଲଟିଛି ଓଟିଭିର AI ନ୍ୟୁଜ ଆଙ୍କର 'ଲିସା'। ସୋସିଆଲ ମିଡିଆକୁ ବି ଘାରିଛି 'ଲିସା' କ୍ରେଜ୍।
ଉବୁଟୁବୁ ଉପାନ୍ତ ମାଲକାନଗିରି। ତିନି ଦିନ ହେଲାଣି ନନଷ୍ଟପ ବର୍ଷା କାଚୁଛି। ଗତ ୨୪ ଘଣ୍ଟାରେ ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ କୋରୁକୁଣ୍ଡାରେ ୧୮୫ ଓ ମାଲକାନଗିରିରେ ୧୮୩ ମିମି ବର୍ଷା ହୋଇଛି।