Advertisment

Daily Horoscope 6th March 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ଦେହ ଦୁର୍ବଳତା ପାଇଁ କର୍ମକ୍ଷେତ୍ରରେ ଠିକ୍ ସେ କାର୍ଯ୍ୟ କରିପାରିବେ ନାହିଁ । ଦ୍ୱନ୍ଦ୍ୱରେ ପଡ଼ି ବନ୍ଧୁଙ୍କ କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି । ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ ମନ ବଳାଇ କର୍ମମୁଖର ହେବେ।

author-image
Deepak Acharya
Horoscope

Horoscope Photograph: (OTV)

ମେଷ-
ଅଶ୍ୱନୀ- ଦେହ ଦୁର୍ବଳତା ପାଇଁ କର୍ମକ୍ଷେତ୍ରରେ ଠିକ୍ ସେ କାର୍ଯ୍ୟ କରିପାରିବେ ନାହିଁ । ଦ୍ୱନ୍ଦ୍ୱରେ ପଡ଼ି ବନ୍ଧୁଙ୍କ କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି । ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ ମନ ବଳାଇ କର୍ମମୁଖର ହେବେ। 
ଦ୍ୱିଜା- ବ୍ୟବସାୟ, ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇ କାମ ସ୍ଥଗିତ ରହିଯାଇପାରେ। ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବ । ସାମାଜିକ ସ୍ତରରୁ ଅର୍ଥଲାଭ ଓ ବନ୍ଧୁମିଳନ ଅବଶ୍ୟ ଘଟିବ।
କୃତିକା- ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ପ୍ରଶଂସିତ ହୋଇପାରନ୍ତି । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ବିଦ୍ୟାର୍ଥୀମାନେ ଶିକ୍ଷାରେ ସଫଳତା ଲାଭ କରିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - କିଛି ମିଠା ଖାଇ ଘରୁ ବାହାରନ୍ତୁ

Advertisment

ବୃଷ-
କୃତିକା- ଜୀବନ ସାଥିଙ୍କ ସହିତ ମଧୁର ସମ୍ବନ୍ଧ ରହିବ । ପାରିବାରିକ ଜୀବନରେ ଉତ୍ସାହ ଓ ପ୍ରେରଣା ମିଳିବ । ବନ୍ଧୁ ମାନଙ୍କର ଅପପ୍ରଚାରରୁ  ମାନସିକ ଅଶାନ୍ତି ଦେଖାଦେଇ ପାରେ । ଗୋପନୀୟ କାର୍ଯ୍ୟ ନିର୍ବାହ କରି ଉଦ୍ୱିଘ୍ନ ହେବେ ।
ରୋହିଣୀ- ବ୍ୟବସାୟରେ କ୍ଷତି ଘଟିବା ଯୋଗୁ କ୍ରମେ କାରବାର ସଙ୍କୁଚିତ ହେବ । ଛାତ୍ରଛାତ୍ରୀ ମାନେ ପଢାପଢିରେ ଉନ୍ନତି କରିବେ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ ।
ମୃଗଶିରା- ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ । ଜମିଜମା କାରବାରରେ ଉପକୃତ ହେବେ । ସଭାସମିତିରେ ଉନ୍ନତ ମାନର ଆଲୋଚନା କରିବେ । ମହିଳା ମାନେ କୌଣସି ଧର୍ମାନୁଷ୍ଠାନରେ କିଛି ଅଗ୍ରଣି ଦାୟିତ୍ୱ ନେଇ ପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ନାଲି ରଙ୍ଗର ଗାଇକୁ ଖାଇବାକୁ ଦିଅନ୍ତୁ 

ମିଥୁନ-
ମୃଗଶିରା- ସ୍ବାସ୍ଥ୍ୟରେ ଅବନତି ହୋଇପାରେ । ବାରମ୍ବାର ଚେଷ୍ଟା କରିବା କାରଣରୁ ବନ୍ଧୁଙ୍କ ନିକଟରୁ କିଛି ଅର୍ଥ ସାହାଯ୍ୟ ପାଇବେ । କ୍ରୀଡ଼ା, ସାହିତ୍ୟ ଚର୍ଚ୍ଚା, ଚଳଚ୍ଚିତ୍ର, ସଙ୍ଗୀତ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। 
ଆଦ୍ରା- ଆଜି ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ । ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।
ପୁନର୍ବସୁ- ରୋଜଗାର ନୂତନ ସୁଯୋଗ ସୃଷ୍ଟି ହେବ । ଲାଗି ରହିଥିବା ସବୁ କଷ୍ଟର ନିବାରଣ ହେବ । କାମରେ ଆପଣଙ୍କ ଲାଭ ହେବ । ସାମାଜିକ ଓ ପ୍ରଭାବଶାଳୀ କାର୍ଯ୍ୟରେ ମନ ବଳାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

Advertisment

କର୍କଟ-
ପୁନର୍ବସୁ- ଶାରୀରିକ କ୍ଲାନ୍ତି ଦୂର ହେବ । ଚାକିରୀ ପାଇଁ ପ୍ରୟୋଗ ଜାରି ରଖିବେ । ଅତ୍ୟଧିକ ପରିଶ୍ରମ କରି କର୍ମକ୍ଷେତ୍ରକୁ ସାମାନ୍ୟ କରିବେ । ଘରର ଦାୟିତ୍ୱ ନେଇ ପରିବାର ଲୋକଙ୍କ ସହ କଥା ହେବେ । 
ପୁଷ୍ୟା- କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ସାମାଜିକ ସହଯୋଗ ଲାଭ କରିବେ । ନେତା ବା ଉଚ୍ଚପଦସ୍ଥ ଅଧୀକାରୀଙ୍କ ସହିତ ରହିବାର ସୁଯୋଗ ମିଳିବ । ଶରୀର ପ୍ରତି ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
ଅଶ୍ଲେଷା- ସାହାଯ୍ୟ ସହଯୋଗ ପାଇ ଆଧ୍ୟାତ୍ମିକ ଓ ବୈାଦ୍ଧିକ କ୍ଷମତା ପ୍ରାପ୍ତ କରିବେ । କୋର୍ଟ କଚେରୀ ମାମଲା ସହଜରେ ସମାଧାନ ହୋଇଯିବ । ନୂତନ ଦ୍ରବ୍ୟ କ୍ରୟବିକ୍ରୟ କରି ଆଶାତୀତ ଲାଭ ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଧଳା ରଙ୍ଗର ପୋଷାକ ପରିଧାନ କରନ୍ତୁ 

ସିଂହ-
ମଘା- ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣ ଓ ଘର ଲୋକଙ୍କ ଦାୟିତ୍ୱହୀନତାରୁ ଚିନ୍ତିତ ରହିବେ। ବନ୍ଧୁବାନ୍ଧବରେ ସମସ୍ୟା ସମାଧାନର ରାସ୍ତା ଖୋଜି ପାଇବେ।ସ୍ୱାସ୍ଥ୍ୟ ସଚେତନତାର ଅଭାବଜନିତ ପୁରାତନ ରୋଗର ପୀଡା ଅନୁଭବ ହୋଇପାରେ । 
ପୂ,ଫାଲଗୁନି- ନିର୍ମାଣାଧୀନ କାମ ଓ ଜମିଜମା ବିବାଦୀୟ ପରିସ୍ଥିତି ସ୍ଥଗିତ ରହିଯିବ । ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ କାର‌୍ୟ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ପାଖରେ ନଥିବା ଜିନିଷ ପାଇଁ ତର୍କ ଓ ବିବାଦ ବଢିପାରେ । 
ଉ,ଫାଲଗୁନି- ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ବଳିଷ୍ଠ ବ୍ୟକ୍ତିତ୍ୱ ପ୍ରଭାବରୁ କୌଣସି କାମ ଅଟକି ରହିବ ନାହିଁ । ଅର୍ଥସଂକଟ ଦୂରୀଭୂତ ପାଇଁ ବିଶେଷ କିଛି ଚିନ୍ତା କରିବାକୁ ପଡ଼ିବ ନାହିଁ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର –  ମା  ଭୂବନେଶୂରୀଙ୍କ  ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

କନ୍ୟା-
ଉ,ଫଳଗୁନି- ଜୀବନ-ସାଥି ଅତି ଉତ୍ତମ ହୋଇଥିବା କାରଣରୁ ଆପଣ ନିଜକୁ ଅତି ଭାଗ୍ୟଶାଳି ଅନୁଭବ କରିବେ । ପିଲା ଦିନର ସାଙ୍ଗଙ୍କ ସହିତ ଭେଟ ହୋଇପାରେ । ବିଦେଶରେ  କାମ କରିପାରି ଆପଣଙ୍କ ବୃତ୍ତିକୁ ଆଗକୁ ବଢାଇବେ
ହସ୍ତା- ପରିବାରରେ କୈାଣସି ଗୁରୁ ଦାୟିତ୍ୱ ତୁଲାଇବେ । ନିଜ ମାଲିକାନାରେ ଥିବା ସମ୍ପତିକୁ ହସ୍ତାନ୍ତର କରିପାରନ୍ତି । ଜୀବନସାଥୀଙ୍କ ସହିତ ବିବାଦ ଗ୍ରସ୍ତ ହୋଇପାରନ୍ତି
ଚିତ୍ରା- ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇ ସୁଚାରୁରୂପେ ଚଳେଇ ପାରିବେ । ବାଦବିବାଦ, ମାଲିମକଦ୍ଦମାରେ ବିଜୟୀ ଲାଭ କରିବେ । ରାଜନୀତିରେ ସଫଳତା ମିଳିବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସୁସମ୍ପର୍କ ରହିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -   ତ୍ରିପୁରା ସୁନ୍ଦରୀଙ୍କର  ପୂଜା, ପାଠ କରନ୍ତୁ 

ତୁଳା-
ଚିତ୍ରା- ସ୍ବାସ୍ଥ୍ୟ ଭଲ ରହିବ ଓ ଅର୍ଥ, ସମ୍ମାନ ପାଇବେ । ଅନ୍ୟମାନେ ଫାଇଦା ହାସଲ ପାଇଁ ସମ୍ମୁଖରେ ପ୍ରଲୋଭନଯୁକ୍ତ କଥା କହି ପାରନ୍ତି । କର୍ମକ୍ଷେତ୍ରରେ କେତେକ ବିବାଦୀୟ ଚିନ୍ତାଧାରା ମନକୁ ବ୍ୟସ୍ତବିବ୍ରତ କରିପାରେ।
ସ୍ୱାତୀ- କର୍ମକ୍ଷେତ୍ରରେ ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କଠାରୁ ଲାଭବାନ୍ ହେବେ । ରାଜନୀତିରେ ପଛକଥାକୁ ଚିନ୍ତା କରି ବିରକ୍ତି ପ୍ରକାଶ କଲେ ଅନିଷ୍ଟକର ପରିସ୍ଥିତି ସୃଷ୍ଟି ହେବ । ଆନୁଷ୍ଠାନିକ କାମରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି ।  
ବିଶାଖା- ଆଇନ ଅଦାଲତ ଥିବା ଦୁଶ୍ଚିନ୍ତା ଦୂର ହୋଇପାରେ । ଛାତ୍ରଛାତ୍ରୀମାନଙ୍କର ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ । ମହିଳା ମାନଙ୍କର ପାରିବାରିକ ଜୀବନ ଆନନ୍ଦରେ କଟିବ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଲକ୍ଷ୍ମୀଙ୍କ ଅଷ୍ଟକ ପାଠ କରନ୍ତୁ 

ବିଛା-
ବିଶାଖା- ଜୀବନସାଥୀ ଆପଣଙ୍କୁ ପ୍ରେମର ଅନୁଭବ ଦେବାକୁ ଚାହୁଁଛନ୍ତି।  ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ । ଚଳଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଂଶସା ପାଇବେ ।
ଅନୁରାଧା- ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ । ଜୀବନରେ ନୂଆ ସଂକେତ ମିଳିପାରେ । ବନ୍ଧୁ, ବର୍ଗଙ୍କ ସହିତ ସଂପର୍କ ମଜବୁତ୍ ରହିବ । ରାଜନୀତିରେ ବିରୋଧିଙ୍କ ପ୍ରତି ସାବଧାନ ରୁହନ୍ତୁ ।
ଜ୍ୟେଷ୍ଠା- ନୂତନ ଜମି କ୍ରୟ କରିବାର ସୁଯୋଗ ଆସିବ । ରାଜନୀତିରେ ସାହାସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ । ନୂତନ ଭାବେ ଆରମ୍ଭ କରୁଥିବା କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଂଶସିତ ହେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ

ଧନୁ-
ମୂଳା- ଦାମ୍ପତ୍ୟ ସୁଖରେ ଆସାଜନକ ଫଳପ୍ରାପ୍ତି ହେବ । ବ୍ୟବସାୟ କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦର ସମାଧାନ ହେବ । ଉନ୍ନତ ଜ୍ଞାନ କୈାଶଳରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ପାଇଁ ବିଶେଷ ଶୁଭ ହେବ ।
ପୂ,ଷାଢା- କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ପୂରସ୍କୃତ ହେବେ । ରାଜନୀତିରେ ନିଜର ଭାବମୂର୍ତି ରକ୍ଷା କରିବା ପାଇଁ ଚେଷ୍ଟା କରିବେ । ଓକିଲ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ ।
ଉ,ଷାଢା- ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ସଜ୍ଜନମାନଙ୍କ ସଙ୍ଗ ଲାଭ କରି ସାମୟିକ ଖୁସୀ ରହିବେ । ନୂତନ ଯୋଜନାରେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ପିଲାମାନଙ୍କ ପଢ଼ାସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଗୁରୁଙ୍କର ଗାୟତ୍ରୀ ପାଠ କରନ୍ତୁ 

ମକର-
ଉ,ଷାଢା- ପୁରୁଣା ରୋଗ ଭଲ ହୋଇଯିବ । ନିଜର ଦକ୍ଷତା ପଦର୍ଶନ କରିବା ପାଇଁ ସୁଯୋଗ ପାଇବେ । ବୈବାହିକ ଜୀବନ ପାଇଁ ଏକ ଅନୁକୂଳ ସମୟ ଭାବରେ ପରିଗଣିତ ହେବ । ଆପଣଙ୍କର ସମ୍ପର୍କରେ ମଧୁରତା ଆସିପାରେ ।
ଶ୍ରବଣା- ସନ୍ତାନ ମାନଙ୍କ ସାଫଲ୍ୟ ମନରେ ଖୁସି ଆଣିଦେବ । ରାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି । ବାଣିଜ୍ୟ ବ୍ୟବସାୟରେ ସି୍ଥର ଅବସ୍ଥା ଲାଗି ରହିବ । ନିଜର ମୂଲ୍ୟବାନ ଵାସ୍ତୁମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ । 
ଧନିଷ୍ଠା- ହଠାତ୍ ଉପୁଜୁଥିବା କ୍ରୋଧକୁ ଆୟତରେ ରଖନ୍ତୁ । ବିଶିଷ୍ଠ ଓକିଲଙ୍କ ସହ ବୈଠକ କରିବାରେ ଅବସର ପାଇବେ । ଭାବିଥିବା କୈାଣସି ଜରୁରୀ କାମ ସଂପୂର୍ଣ୍ଣ ହେବ । ଜୀବନରେ ନୂଆ ସଂକେତ ମିଳିପାରେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ

କୁମ୍ଭ-
ଧନିଷ୍ଠା- ବାଣିଜ୍ୟ ଓ ବ୍ୟବସାୟ, ପରିବହନ ତଥା ଲେଖାପଢ଼ା ଓ କ୍ଷେତ୍ରରେ ଶୁଭଫଳ ପାଇବେ । ବନ୍ଧୁ ମାନଙ୍କ ସହଯୋଗୀ ମନୋଭାବ ପ୍ରତି ପ୍ରେମାନୁରାଗୀ ହୋଇପାରନ୍ତି।
ଶତଭିଷା-ଅତି ନିକଟର ବନ୍ଧୁବାନ୍ଧବଙ୍କ ସହ ଅତି ପ୍ରିୟତା ସୃଷ୍ଟି ହେବ । ସମାଜ ସେବାରେ ବେଶ୍ ଆନନ୍ଦ ଅନୁଭବ କରିବେ । ବାଣିଜ୍ୟ, ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ । 
ପୂ,ଭାଦ୍ରପଦ- ଜମିଜମା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର –  ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ 

ମୀନ-
ପୂ,ଭାଦ୍ରପଦ- ଦୁର୍ବଳତା ଯୋଗୁ କାମ କରିବାରେ ଆଗ୍ରହ ପ୍ରକାଶ କରିବେ ନାହିଁ । ଧର୍ମ ଓ ସାଂସୃତିକ କାର୍ଯ୍ୟରେ  ଯୋଗଦାନ କରିବେ । ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ । ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ ।
ଉ,ଭାଦ୍ରପଦ- କରଜ ପରିଶୋଧ କରିବାରେ ସକ୍ଷମ ହେବେ । ଆପଣ ଅଧ୍ୟୟନ କରିବାକୁ ବହୁତ ଆଗ୍ରହୀ ହେବେ । କଳା କ୍ଷେତ୍ରରେ ଥିବା ଲୋକ ମାନେ ଭଲ ପ୍ରଦର୍ଶନ କରିବେ । ରାଜନୀତିରେ ଆଗକୁ ଯିବେ ।
ରେବତୀ- ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି । ରାଜନିତିରେ ଆଲୋଚନାରେ ନିଜକୁ ସାମିଲ କରିବେ । ପଇସା ଦେବା ନେବା ବେଳେ ସାବଧନତା ଅବଲମ୍ବନ କରନ୍ତୁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବିଷ୍ଣୁଙ୍କ ପୂଜା, ପାଠ କରନ୍ତୁ

Horoscope
Advertisment
Related Articles
Advertisment