Advertisment

Air Ambulance Crash: ଭୟଙ୍କର ବିମାନ ଦୁର୍ଘଟଣା; ରୋଗୀ ନେଇ ଯାଉଥିଲେ ମଝି ଆକାଶରୁ ଖସିପଡିଲେ...

ପୁଣି ଭୟଙ୍କର ବିମାନ ଦୁର୍ଘଟଣା । କାହାର ବି ବଞ୍ଚିଲାନି ଜୀବନ । ରୋଗୀ ନେଇଯାଉଥିଲେ, ଶବ ହୋଇଗଲେ । ସମୟ ପ୍ରାୟ ରାତି ସାଢେ ୭ଟା । ଉଡାଣ ଭରିବାର କେଇ ସେକେଣ୍ଡରେ କ୍ରାସ୍ ହୋଇଗଲା ବିମାନ ।

author-image
Namita Biswal
Jharkhand-Air-Ambulance-Crash

Jharkhand Photograph: (OTV)

ପୁଣି ଭୟଙ୍କର ବିମାନ ଦୁର୍ଘଟଣା । ବିମାନରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ । ୮ ଲକ୍ଷର ଲୋନ୍, ଭଡାରେ ଏୟାର ଆମ୍ବୁଲାନ୍ସ, ହେଲେ କେଇ ସେକେଣ୍ଡରେ ସବୁକିଛି ଛାରଖାର୍‌ । କିଏ ବାପାକୁ ହରାଇଲା ତ କାହା ମୁଣ୍ଡରୁ ଲିଭିଛି ସିନ୍ଦୂର । ନିମିଷକରେ ଉଜୁଡିଗଲା ଅନେକ ପରିବାର । ରୋଗୀ ନେଇ ଯାଉ ଯାଉ ମଝି ଆକାଶରେ ଶବ ପାଲଟିଗଲେ ସମସ୍ତେ । ଅଜିତ୍ ପାୱାରଙ୍କ ବିମାନ କ୍ରାସ ଘଟଣା ମନରୁ ନ ଲିଭୁଣୁ ଝାଡଖଣ୍ଡରେ ପୁଣି ଗୋଟିଏ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି ।  

Advertisment

ଜଣେ ରୋଗୀଙ୍କୁ ନେଇ ରାଞ୍ଚିରୁ ଦିଲ୍ଲୀ ଯାଉଥିବାବେଳେ ଗୋଟିଏ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଚତ୍ରା ଜିଲ୍ଲାରେ ଘଞ୍ଚ ଜଙ୍ଗଲ ଭିତରେ ଖସିପଡିଛି । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ବିମାନ ଭିତରେ ଥିବା ସମସ୍ତ ୭ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରୁ ଆସିଛି ହୃଦୟ ବିଦାରକ ଚିତ୍ର, ଯେଉଥିରେ ବିମାନଟି ଚୁରମାର୍ ହୋଇପଡିଥିବା ଦେଖାଯାଇଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ସଞ୍ଚୟ କୁମାର ନାମକ ଜଣେ ରୋଗୀ, ତାଙ୍କର ସଂପର୍କୀୟ, ଜଣେ ଡାକ୍ତର ଓ ବିମାନ କର୍ମଚାରୀ ।  
 
ସଞ୍ଜୟ ଝାଡଖଣ୍ଡ ଚାନ୍ଦୱା ସହରରେ ଏକ ଛୋଟିଆ ହୋଟେଲ କରି ଚଳୁଥିଲେ । ସର୍ଟ ସର୍କିଟରୁ ତାଙ୍କ ହୋଟେଲରେ ନିଆଁ ଲାଗିଯାଇଥିଲା । ନିଆଁରେ ପୋଡି ହୋଇ ସେ ଗୁରୁତର ଥିଲେ । ରାଞ୍ଚିରେ ଟ୍ରିଟମେଣ୍ଟ ପରେ ତାଙ୍କୁ ଦିଲ୍ଲୀ ରେଫର୍ କରିଥିଲେ ଡାକ୍ତର । ହେଲେ ଟଙ୍କାର ଅଭାବ ଯୋଗୁଁ ପରିବାର ଲୋକେ ୮ ଲକ୍ଷ ଟଙ୍କା ଲୋନ୍ କରି ତାଙ୍କୁ ଏୟାରଆମ୍ବୁଲାନ୍ସରେ ଦିଲ୍ଲୀ ନେଉଥିଲେ । ବିମାନରେ ସଞ୍ଜୟଙ୍କ ସହ ଥିଲେ ତାଙ୍କ ପତ୍ନୀ ଅର୍ଚ୍ଚନା, ଜଣେ ସଂପର୍କୀୟ ଧ୍ରୁବ,  ଡାକ୍ତର ବିକାଶ କୁମାର ଗୁପ୍ତା, ଜଣେ ଆଟେଣ୍ଡାଣ୍ଟଙ୍କ ସହ ଦୁଇ ବିମାନ କର୍ମଚାରୀ ।  

ସୋମବାର ସନ୍ଧ୍ୟା ୭ଟା ୧୧ରେ ରାଞ୍ଚିରୁ ଉଡାଣ ଭରିଥିଲା ବିମାନ । ୭ଟା ୩୪ ମିନିଟରେ ବିମାନଟି କୋଲକାତା ଏଟିସି ସହ ସମ୍ପର୍କ କରିଥିଲା । ପରେ ରାଡାର୍ ସହ ଏହାର ସମ୍ପର୍କ କଟି ଯାଇଥିଲା । କେଇ ସେକେଣ୍ଡରେ ରାଞ୍ଚିଠାରୁ ୧୩୦ କିଲୋମିଟର ଦୂର ଚତ୍ରା ଜିଲ୍ଲାର କରମାଟାଣ୍ଡ ଗାଁ ନିକଟ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା ବିମାନ । ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ବିମାନ କ୍ରାସ ସମୟରେ ପ୍ରବଳ ବର୍ଷା ପବନ ହେଉଥିଲା ।  

Advertisment

ମୃତକଙ୍କ ଭିତରେ ଥିବା ଡାକ୍ତର ବିକାଶ ଗୁପ୍ତା ରୋଗୀକୁ ବଞ୍ଚାଇବାକୁ ଯାଇ ନିଜେ ଆଖି ବୁଜିଛନ୍ତି । ସେ କଟକରୁ MBBS କରିବା ପରେ ରାଞ୍ଚି ସଦର ହସ୍ପିଟାଲରେ କାର୍ଯ୍ୟରତ ଥିଲେ । ତାଙ୍କର ଗୋଟିଏ ୭ ବର୍ଷର ପୁଅ ଥିବାବେଳେ ପୂରା ପରିବାର ଦୁଃଖରେ ଭାଙ୍ଗିପଡିଛି ।  

ବ୍ୟୁରୋ ରିପୋର୍ଟ, ଓଟିଭି

Jharkhand Plane Crash
Advertisment
Related Articles
Advertisment