/odishatv-khabar/media/media_files/2026/02/24/son-kills-father-over-career-stress-2026-02-24-15-42-50.jpg)
Murder Photograph: (OTV)
ସୈତାନ ପୁଅର ଛାତିଥରା କାଣ୍ଡ । ଭଉଣୀ ସାମ୍ନାରେ ବାପାକୁ ଟିକ୍ଟିକ୍ କରି କାଟିଲା । ପୁଣି ଚର୍ଚ୍ଚାରେ ବ୍ଲୁ ଡ୍ରମ୍ । ଜଣେ ୨୧ ବର୍ଷର ପୁଅ ନିଜ ବାପାକୁ ଏମିତି ବୀଭତ୍ସ ଭାବେ ହତ୍ୟା କରିଛି, ଯାହା ଶୁଣିଲେ ଆପଣଙ୍କ ଦେହ ଶିହିରି ଉଠିବ । ପ୍ରଥମେ ବାପା ମୁଣ୍ଡକୁ ଗୁଳି କରି ମାରିଲା । ତା' ପରେ ଭଉଣୀ ଆଖି ସାମ୍ନାରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ବ୍ଲୁ ଡ୍ରମ ଭିତରେ ଲୁଚାଇଥିଲା । ଆଉ ଏହାର କାରଣ ହେଲା- ପୁଅକୁ ଡାକ୍ତର ହେବାକୁ ଚାପ ପକାଉଥିଲେ ବାପା । ଲକ୍ଷ୍ନୌ ଆସିୟାନା ସେକ୍ଟରରେ ଘଟିଛି ଏହି ନାରକୀୟ କାଣ୍ଡ । ଏ ହେଉଛି ସେହି ବ୍ଲୁ ଡ୍ରମ ଯାହା ଭିତରୁ ମିଳିଛି ବାପାର କଟା ଶରୀର ।
ମୃତ ବ୍ୟକ୍ତି ହେଲେ ମାନବେନ୍ଦ୍ର ସିଂ । ସେ ଜଣେ ଔଷଧ ଓ ମଦ ବ୍ୟବସାୟୀ । ଗତ ୨୧ ତାରିଖ ଦିନ ମାନବେନ୍ଦ୍ର ସିଂ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଛାନଭିନ୍ ଆରମ୍ଭ କଲା । ଘରକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା । ଏହି ତନାଘନା ବେଳେ ଘର ଭିତରୁ ମିଳିଥିଲା ଗୋଟିଏ ବ୍ଲୁଡ ଡ୍ରମ । ଆଉ ସେହି ଡ୍ରମ ଭିତରେ ଥିଲା ମାନବେନ୍ଦ୍ରଙ୍କ ଖଣ୍ଡ ବିଖଣ୍ଡତ ମୃତଦେହ । ଏନେଇ ପୋଲିସ ମୃତକଙ୍କ ପୁଅ ଅକ୍ଷତକୁ ପଚରାଉଚରା କରିବାରୁ ପରେ ସେ ସବୁ ସତ ଓଗାଳିଥିଲା ।
ବାପା ମନବେନ୍ଦ୍ର ଚାହୁଁଥିଲେ ପୁଅ ଡାକ୍ତର ହେଉ । ନିଟ୍ ପାସ୍ କରିବା ପାଇଁ ସେ ପୁଅକୁ ଚାପ ପକାଉଥିଲେ । ହେଲେ ପୁଅ ଅକ୍ଷତର ମେଡିକାଲ ପାଠପଢାରେ ଆଦୌ ମନ ନଥିଲା । ୟାକୁ ନେଇ ବାପ-ପୁଅଙ୍କ ଭିତରେ ଝଗଡା ଲାଗି ରହୁଥିଲା । ଏଥିରେ ବିରକ୍ତ ହୋଇ ଅକ୍ଷତ ଥରେ ଘରେ ଛାଡି ମଧ୍ୟ ପଳାଇଥିଲେ, ହେଲେ ପରେ ଫେରି ଆସିଥିଲେ ।
ଗତ ଶୁକ୍ରବାର ଅପରାହ୍ନରେ ପୁଣିଥରେ ବାପ-ପୁଅଙ୍କ ଭିତରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ । ଉତ୍ୟକ୍ତ ହୋଇ ଅକ୍ଷତ ନିଜ ବାପାଙ୍କୁ ଗୁଳି କରିଦେଇଥିଲା । ଏହାପରେ ମୃତଦେହକୁ ତୃତୀୟ ମହଲାରେ ଥିବା ଏକ ରୁମରେ ଲୁଚାଇ ରଖି ଖଣ୍ଡ ଖଣ୍ଡ କରି କାଟିଥିଲା । ତା' ଭଉଣୀ ଏ ଘଟଣାକୁ ଦେଖିଦେବାରୁ ତାକୁ ଡରାଇ ଧମକାଇ ଚୁପ୍ କରିଦେଇଥିଲା ଅକ୍ଷତ । ଏହାପରେ ବାପାର ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି କିଛି ଅଂଶକୁ ପ୍ଲାଷ୍ଟିକ୍ ବ୍ୟାଗରେ ଭର୍ତ୍ତି କରି ଫିଙ୍ଗିଥିଲା । କଟା ମୁଣ୍ଡ ଓ ଗଣ୍ଡିକୁ ଏହି ବ୍ଲୁ ଡ୍ରମ ଭିତରେ ପୂରାଇ ଘରେ ଲୁଚାଇଥିଲା । ଏ ଘଟଣା ସାମ୍ନାକୁ ଆସିବା ପରେ ହତ୍ୟାକାରୀ ପୁଅକୁ ଗିରଫ କରିଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଓଟିଭି
Low-Pressure Impact: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବ, ୫ ଜିଲ୍ଲାରେ ବର୍ଷା ନେଇ ଆଲର୍ଟ ଜାରି

Digital Push for Ratna Bhandar Audit: ରତ୍ନଭଣ୍ଡାର ଗଣତିମଣତି ପାଇଁ ୨ଟି ଟିମ୍, ହେବ ଡିଜିଟାଲାଇଜେସନ

Motion Poster Reveals Dark Horror: ୧୪ ବର୍ଷ ପରେ ଅକ୍ଷୟ-ପ୍ରିୟଦର୍ଶନ ଏକାଠି; ‘ଭୂତ ବଙ୍ଗଳା’ର ଡାର୍କ ହରର୍ ଲୁକ୍ ଭାଇରାଲ୍

Panchayat Elections on the Horizon? କେବେ ହେବ ପଞ୍ଚାୟତ ନିର୍ବାଚନ ? ବିଧାନସଭାରେ କହିଲେ ମନ୍ତ୍ରୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)