Advertisment

Student Suicide Case: କ୍ୟାମ୍ପସ୍ ସୁଇସାଇଡ ମାମଲା , କିଟ୍ ଦାଖଲ କରିବ କଂପ୍ଲାଏନ୍ସ ରିପୋର୍ଟ

ଗତ ୧୨ ତାରିଖରେ ଜଷ୍ଟିସ୍ ସଞ୍ଜିବ ପାଣିଗ୍ରାହୀଙ୍କ ଅର୍ଡରରେ କିଟ୍ ସମ୍ପର୍କରେ ପଏଣ୍ଟ ନମ୍ବର ୪ରେ ଦର୍ଶାଯାଇଛି- ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କିଟ୍ କୁ ସେପଟେମ୍ବର ୯ରେ ସୋ-କଜ୍ ନୋଟିସ ହୋଇଥିଲା। ଯେଉଁଥିରେ କିଟ୍ ରେ ୬ଟି ନିୟମର ଉଲ୍ଲଂଘନ ହୋଇଥିବା ଦର୍ଶାଯାଇଥିଲା।

author-image
OTV Bureau
KIIT

KIIT Photograph: (OTV)

କ୍ୟାଂପସ୍ ସୁଇସାଇଡ ମାମଲାରେ କିଟ୍ କୁ ହାଇକୋର୍ଟ ଝଟକା । ଏହାକୁ ରୋକିବାକୁ କଣ ନେଇଛି ପଦକ୍ଷେପ ? ରାଜ୍ୟ ସରକାରଙ୍କୁ ଦେବ ସବୁ ଟିକନିଖ୍ ତଥ୍ୟ । କାରଣ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ନୋଟିସର ଚାଲେଞ୍ଜ କରି ମାମଲା ଖାରଜ ପାଇଁ କିଟ୍ ବିଶ୍ୱବିଦ୍ୟାଳୟର ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ଉଚ୍ଚ ନ୍ୟାୟାଳୟ।

Advertisment

ଗତ ୧୨ ତାରିଖରେ ଜଷ୍ଟିସ୍ ସଞ୍ଜିବ ପାଣିଗ୍ରାହୀଙ୍କ ଅର୍ଡରରେ କିଟ୍ ସମ୍ପର୍କରେ ପଏଣ୍ଟ ନମ୍ବର ୪ରେ ଦର୍ଶାଯାଇଛି- ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କିଟ୍ କୁ ସେପଟେମ୍ବର ୯ରେ ସୋ-କଜ୍ ନୋଟିସ ହୋଇଥିଲା। ଯେଉଁଥିରେ କିଟ୍ ରେ ୬ଟି ନିୟମର ଉଲ୍ଲଂଘନ ହୋଇଥିବା ଦର୍ଶାଯାଇଥିଲା। ଯେମିତିକି କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ସମାଧାନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା,୨-ମାନସିକ ଚାପରେ ଥିବା ଛାତ୍ରଛାତ୍ରୀଙ୍କୁ କାଉନସେଲିଙ୍ଗ ପାଇଁ ସଠିକ୍ ବ୍ୟବସ୍ଥା ନଥିବା, ୩- ହଷ୍ଟେଲର ଅଭାବ, ୪- ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ସମସ୍ୟା ସଠିକ ଢଙ୍ଗରେ ପରିଚାଳନା ନହେବା, ୫- ସୁରକ୍ଷାକର୍ମୀଙ୍କ ଦ୍ୱାରା ବଳ ପ୍ରୟୋଗ କରାଯିବା ଇତ୍ୟାଦି। ଏସବୁର ଅବହେଳା ପାଇଁ କାହାକୁ ଦାୟୀ କରାଯାଇଛି ?  ପୁନରାବୃତ୍ତି ନହେବା ପାଇଁ କଣ ବ୍ୟବସ୍ଥା ହୋଇଛି ? ସେ ଉପରେ କଂପଲାଏନସ ରିପୋର୍ଟ ଦେବାକୁ ନୋଟିସରେ କୁହାଯାଇଥିଲା।

ଉଚ୍ଚ ଶିକ୍ଷା ବିଭାଗର ସେ ନୋଟିସ କୁ ଚାଲେଞ୍ଜ କରି କିଟ୍ ଯାଇଥିଲା ହାଇକୋର୍ଟ। କିନ୍ତୁ କ୍ୟାଂପସରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ଏକ ଗମ୍ଭୀର ପ୍ରସଙ୍ଗ ହୋଇଥିବାରୁ ଉଭୟ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ-ସମସ୍ତେ ଏଦିଗରେ କଂପ୍ଲାଏନସ ରିପୋର୍ଟ ଦେବାକୁ କୁହାଯାଇଛି। ତେବେ ବିଭାଗର ନୋଟିସ ଅନୁପାଳନ ହୋଇଥିବା ନେଇ କିଟ୍ କଂପଲାଏନସ ରିପୋର୍ଟ ଦାଖଲ କରିସାରିଥିବାରୁ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କୋର୍ଟ କହିଛନ୍ତି। ପୁରା ପ୍ରସଙ୍ଗରେ କିଟ୍ ପ୍ରତିକ୍ରିୟା ମିଳିନଥିବାବେଳେ ଆଇନଜୀବୀ କହିଛନ୍ତି- ଯେହେତୁ କିଟ୍ ଭଳି ସଂସ୍ଥାରେ ଦେଶ ଓ ବିଦେଶର ଛାତ୍ରଛାତ୍ରୀ ପଢୁଛନ୍ତି ତେଣୁ ସେ ମଧ୍ୟ କଂପ୍ଲାଏନସ ରିପୋର୍ଟ ଦାଖଲ କରିବାକୁ ବାଧ୍ୟ। 

ନିୟମ ରହିଛି- ଯେଉଁ ବିଶ୍ବବିଦ୍ୟାଳୟରେ କ୍ୟାଂପସ ହଷ୍ଟେଲରେ ରହି ଛାତ୍ରଛାତ୍ରୀମାନେ ପଢୁଛନ୍ତି-ସେମାନଙ୍କ ମେଣ୍ଟାଲ ଓ ଫିଜିକାଲ ହେଲଥ ଉପରେ ଦୃଷ୍ଟି ଦେବା ସଂପୃକ୍ତ ଶିକ୍ଷାନୁଷ୍ଠାନର ଦାୟିତ୍ବ। ଖାଲି ବଡ଼ ବଡ଼ କୋଠା ନିର୍ମାଣ କି ପ୍ରଚାର ସର୍ବସ୍ବ ହେଲେ ଚଳିବନି। ହେଲେ ସବୁଠି ସେଥିରେ ବ୍ୟତିକ୍ରମ ପରିଲକ୍ଷିତ ହେଉଥିବା ଦର୍ଶାଇଛନ୍ତି ଶିକ୍ଷାବିତ୍। ଏ ଦିଗରେ ଅନୁଷ୍ଠାନମାନଙ୍କ ଦାୟିତ୍ବ ଯେତିକି ଜରୁରୀ, ତାର ଅନୁପାଳନ ହେଉଛି କି ନାହିଁ ତାହା ଜଗିବା ସରକାରଙ୍କ ଗୁରୁ ଦାୟିତ୍ବ। ଏଥିରେ ବ୍ୟତିକ୍ରମ କରୁଥିବା ଶିକ୍ଷାନୁଷ୍ଠାନଙ୍କ ବିରୋଧରେ ଆକ୍ସନ ହେବା ଜରୁରୀ।

ବର୍ଷକ ଭିତରେ ତିନି ତିନି ଜଣ ଛାତ୍ରଛାତ୍ରୀ ଜୀବନ ହାରିଥିବା କିଟ୍ ବିଶ୍ବବିଦ୍ୟାଳୟ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ସରକାରଙ୍କୁ କି ପ୍ରକାର କଂପ୍ଲାଏନସ୍ ରିପୋର୍ଟ ଦେଉଛି, ଏବେ ତା ଉପରେ ନଜର।

Advertisment
Advertisment
Related Articles
Advertisment