/odishatv-khabar/media/media_files/2026/01/20/unit-1-market-2026-01-20-08-36-24.jpg)
Unit 1 Market Photograph: (OTV)
ଭୁବନେଶ୍ୱର ଏକ ନମ୍ବର ହାଟରେ ରାତି ଅଧରେ ବଡ଼ ଧରଣର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ୪୦ରୁ ଅଧିକ ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି। ପ୍ରଥମେ କ୍ୟାପିଟାଲ୍ ଥାନା ପାଖ ଏକ ମୂର୍ତ୍ତି ଦୋକାନରେ ନିଆଁ ଲାଗି ଥିବା କୁହାଯାଉଛି। ଏହାପରେ ନିକଟରେ ଥିବା ଏକ ସ୍କୁଟିରେ ନିଆଁ ଲାଗି ଯାଇଥିଲା।
ପରେ ପରେ ପାଖରେ ଥିବା ଗୋଟିଏ ଦୋକାନରେ ନିଆଁ ଲାଗିଥିଲା । ଦୋକାନରେ ଗ୍ୟାସ ଟାଙ୍କି ଥିବାରୁ ନିଆଁରେ ଗ୍ୟାସ୍ ଟାଙ୍କି ମଧ୍ୟ ଫାଟି ଯାଇଥିଲା। ତାସହିତ ପାଖରେ ପ୍ଲାଷ୍ଟିକ ଦୋକାନ ଥିବାରୁ ନିଆଁ ଲିଭିବାକୁ ସମୟ ଲାଗିଥିଲା। ରାତି ପ୍ରାୟ ଗୋଟାଏ ୪୫ ପାଖାପାଖି ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ଆସିଥିଲା।
ନିଆଁକୁ ଆୟତ୍ତ କରିବାକୁ ୧୩ଟି ଦମକଳ, ରବୋଟିକ ମନିଟର, ଷ୍ଟ୍ରାଇକିଂ ଫାୟାର ଫୋର୍ସ ବ୍ୟବହାର ହୋଇଥିଲା। ତାସହିତ ୭୦ଜଣ ଅଗ୍ନିଶମ କର୍ମଚାରୀ, ୧୦ଜଣ ଅଗ୍ନିଶମ ଅଧିକାରୀ ନିୟୋଜିତ ହୋଇଥିଲେ। ଦୀର୍ଘ ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା।
ନିଆଁ ଲାଗିଥିବା ଦୋକାନ ପଛ ପଟେ ପାର୍କିଂ ଥିବାରୁ ନିଆଁ ଅଧିକ ବ୍ୟାପି ନଥିଲା। ତେବେ ନିଆଁ ପ୍ରକୃତରେ କେମିତି ଲାଗିଲା ତାର ତନାଘନା ଆରମ୍ଭ ହୋଇଛି।
ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ
୭ରୁ ଅଧିକ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲେ
ଅଗ୍ନିକାଣ୍ଡରେ ୪୦ରୁ ଅଧିକ ଦୋକାନ ଘର ଧ୍ବଂସ
ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ
ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିବାରୁ ନିଆଁ ବ୍ୟାପି ଯାଇଥିଲା
Daily Horoscope 20th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 20th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Creating History: ଓଡ଼ିଶାର ପ୍ରଥମ ତୃତୀୟ ଲିଙ୍ଗୀ ପିଏଚଡି ସ୍କଲାର୍ ଦୀପ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷାରେ କରିବେ ପିଏଚଡି

Faith Over Fame: ମହାପ୍ରଭୁଙ୍କ ଶରଣରେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ, ଦର୍ଶନ କରି ଆଶୀର୍ବାଦ ନେଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)