Advertisment

Faith Over Fame: ମହାପ୍ରଭୁଙ୍କ ଶରଣରେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ, ଦର୍ଶନ କରି ଆଶୀର୍ବାଦ ନେଲେ

ମୋତେ ନେଇ ଯେଉଁ ବିବାଦ ଉପୁଜିଛି ତାହା ମହାପ୍ରଭୁ ବିଚାର କରିବେ। ମୁଁ ଧୈର୍ଯ୍ୟ ଧରି ଅପେକ୍ଷା କରିଛି। ଦର୍ଶକଙ୍କ ଭଲପାଇବା ଓ ଆର୍ଶୀବାଦ ରହିବ ଓ ମହାପ୍ରଭୁଙ୍କ ଆର୍ଶୀବାଦ ରହିବ, ମୁଁ ନିଶ୍ଚୟ ମଞ୍ଚ ଚଢିବି ବୋଲି ଆଶା ରଖିଛନ୍ତି ପୀୟୂଷ।

author-image
Tapan Swain
PIYUSH

PIYUSH Photograph: (OTV)

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି ଯାତ୍ରା ଜଗତର ଚର୍ଚ୍ଚିତ କଳାକାର ପୀୟୂଷ ତ୍ରିପାଠୀ। ସୂର୍ଯ୍ୟ ମନ୍ଦିର ଅନୁଷ୍ଠାନ ସହ ଚୁକ୍ତି ଖିଲାପ ଅଭିଯୋଗରେ ପୀୟୂଷଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏବେ ଅଦାଲତରେ ହେଉଛି ମାମଲାର ଶୁଣାଣି । ପୀୟୂଷ ମଧ୍ୟ ଓକିଲଙ୍କ ଜରିଆରେ ନିଜ ପକ୍ଷ ରଖିଛନ୍ତି।

Advertisment

ତେବେ ଆସନ୍ତା ଦିନରେ ଖଣ୍ଡଗିରିର ଯାତ୍ରା ମଞ୍ଚରେ ପୀୟୂଷ ଚଢି ପାରିବେ କି ନାହିଁ ସେନେଇ ଦର୍ଶକଙ୍କ ମନରେ କଳ୍ପନାଜଳ୍ପନା  ଲାଗିରହିଛି। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ  ପ୍ରତିକ୍ରିୟା ଦେଇଛନ୍ତି ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପୀୟୂଷ ତ୍ରିପାଠୀ। ମହାପ୍ରଭୁଙ୍କୁ ଦର୍ଶନ କରି ସେ ବେଶ୍ ଖୁସି ପ୍ରକଟ କରିଛନ୍ତି।

ନିଶ୍ଚୟ ମଞ୍ଚ ଚଢିବି

ମୋତେ ନେଇ ଯେଉଁ ବିବାଦ ଉପୁଜିଛି ତାହା ମହାପ୍ରଭୁ ବିଚାର କରିବେ। ମୁଁ ଧୈର୍ଯ୍ୟ ଧରି ଅପେକ୍ଷା କରିଛି। ଦର୍ଶକଙ୍କ ଭଲପାଇବା ଓ ଆର୍ଶୀବାଦ ରହିବ ଓ ମହାପ୍ରଭୁଙ୍କ ଆର୍ଶୀବାଦ ରହିବ, ମୁଁ ନିଶ୍ଚୟ ମଞ୍ଚ ଚଢିବି ବୋଲି ଆଶା ରଖିଛନ୍ତି ପୀୟୂଷ। 

Advertisment

ଯେଉଁମାନେ ମୋ ବିରୁଦ୍ଧରେ ଯାଇଛନ୍ତି  ସେମାନଙ୍କର ବହୁତ ଅହଙ୍କାର ହୋଇଛି ଓ ନିଜକୁ 'ମୁଁ' ବୋଲି ଭାବୁଛନ୍ତି। ତେଣୁ ଆଶା ଅଛି ଖଣ୍ଡଗିରି ମେଳାରେ ମୁଁ ନିଶ୍ଚିତ ଯାତ୍ରା ପରିବେଷଣ କରିବି ବୋଲି ମହାପ୍ରଭୁଙ୍କ ଦର୍ଶନ ପରେ ପୀୟୂଷ ପ୍ରତିକ୍ରିୟା ରଖିଛନ୍ତି। ସବୁର ବିଚାର କାଳିଆ ପାଖରେ ବୋଲି କହିଛନ୍ତି ପୀୟୂଷ ।

Actor Piyush Tripathy
Advertisment
Related Articles
Advertisment