/odishatv-khabar/media/media_files/2025/11/27/hongkong-2025-11-27-21-05-46.jpg)
HONGKONG Photograph: (OTV)
ଭୟଙ୍କର ନିଆଁ...ଛାତି ଥରାଇଦେଲା...ହୋସ୍ ଉଡ଼ାଇଦେଲା । ୩୫ ମହଲାର ଆପାର୍ଟମେଣ୍ଟ ଆଖି ଆଗରେ ଅଙ୍ଗାର ହୋଇଗଲା । ହଂକଂରେ ଫାୟାର୍ ହରର୍। ୭ଟି ହାଇରାଇଜ୍ ବିଲଡିଂ ଛାରଖାର୍। ୯୪ଜଣଙ୍କ ଜୀବନ ଯାଇସାରିଲାଣି, ଅନେକ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଆହତଙ୍କ ସଂଖ୍ୟା ହଜାରେରୁ ଅଧିକ । ସାରା ଦୁନିଆକୁ ଦୋହଲାଇ ଦେଇଛି ଗତକାଲି ରାତିରେ ହଂକଂ ଉତ୍ତର ତାଇପୋରେ ଘଟିଥିବା ଅଗ୍ନିକାଣ୍ଡ। ନିଆଁ ଏତେ ଭୟଙ୍କର ଥିଲା, ସାରାରାତି ଜଳୁଥିଲା ଫ୍ଲାଟ୍। ନିଆଁ ଧୂଆଁର ଲହଡ଼ିରେ ଅଣନିଶ୍ବାସୀ ହୋଇଯାଉଥିଲେ ହଜାର ହଜାର ଲୋକ। କିଏ ପୋଡ଼ିହୋଇ ପାଉଁଶ ହୋଇଯାଉଥିଲା ତ ଆଉ କିଏ ଜୀବନ ବିକଳରେ ଏଣେତେଣେ ଧାଉଁଥିଲା। କୁହାଯାଉଛି, ଆପାର୍ଟମେଣ୍ଟରେ ମରାମତି କାର୍ଯ୍ୟ ଚାଲୁଥିବା ବେଳେ ଘଟିଥିଲା ଅଗ୍ନିକାଣ୍ଡ।ପୁନଃନିର୍ମାଣ କାମ ପାଇଁ ବନ୍ଧାହୋଇଥିବା ବାଉଁଶ ମଞ୍ଚା ହିଁ କାଳ ସାଜିଲା। ଚାରିଆଡ଼େ ବାଉଁଶ ବନ୍ଧାହୋଇଥିବାରୁ ଆଖିପିଛୁଳାରେ ନିଆଁ ବ୍ୟାପିଯାଇ ଜଳିଯାଇଥିଲା ସବୁ ବିଲ୍ଡିଂ।
ହଂକଂ ନିଆଁ ଦେଖି ଛାନିଆ ଆପାର୍ଟମେଣ୍ଟବାସିନ୍ଦା। ଭୟରେ ହାଇରାଇଜ୍ ବିଲ୍ଡିରେ ରହୁଥିବା ଲୋକେ। ପୂର୍ବରୁ ଓଡ଼ିଶାର ବଡ଼ସହରରେ ଭୟଙ୍କର ନିଆଁ ଲାଗିଥିବା ନଜିର ରହିଛି । ମାର୍କେଟ୍ କମ୍ପ୍ଲେକ୍ସ ସହିତ ମଲ୍ ଏପରିକି ବିଳାସପୂର୍ଣ୍ଣ ଘର ଜଳିପୋଡ଼ି ଛାରଖାର ହୋଇଯାଇଛି । ୨୦୧୭ରେ ଜଣାଶୁଣା ବ୍ୟବସାୟୀ ତଥା ପାଲ୍ ହାଇଟ୍ସ ମାଲିକ ସତ୍ ପାଲ ସିଂଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଲକ୍ଷ୍ମୀସାଗର ଛକ ନିକଟ ଘରେ ନିଆଁ ଲାଗି ସତପାଲଙ୍କ ସାନପୁଅ ସମେତ ୫ ଜଣଙ୍କ ଜୀବନ ଦୀପ ଲିଭିଯାଇଗଲା। ୨୦୧୮ ଫେବୃଆରୀରେ କଟକର ଛାତି ଉପରେ ସାତ ଘଂଟା ଧରି ଜଳିଥିଲା ସପିଂ ମଲ୍ । ବାଦାମବାଡିରେ ଅଗ୍ନିକାଣ୍ଡ ଘଟି ପୂରା ସୋରୁମ୍ ପାଉଁଶ ହୋଇଥିଲା। ୨୦୨୨ରେ ଭୁବନେଶ୍ବର କେଶରୀ ମଲରେ ବି ଭୟଙ୍କର ନିଆଁରେ ୪-୫ଟି ସୋରୁମ ଜଳିଯାଇଥିଲା । ନଷ୍ଟ ହୋଇଯାଇଥିଲା ଲକ୍ଷଲକ୍ଷ ଟଙ୍କାର ସାମଗ୍ରୀ । ୨୦୨୩ରେ ପୁରୀ ମରିଚିକୋଟ ଛକ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଘଟିଥିବା ଅଗ୍ନିକାଣ୍ଡ ନିଦ ହଜେଇ ଦେଇଥିଲା ଫାୟାର୍ ଟିମର। ପ୍ରାୟ ଦୁଇଦିନ ଲାଗିଯାଇଥିଲା ନିଆଁକୁ ଆୟତ୍ତ କରିବାକୁ।
ତେବେ କାହିଁକି ବିଳାସପୂର୍ଣ୍ଣ ଘରେ ଲାଗିଯାଉଛି ନିଆଁ ? କୋଠାଘରେ ନିଆଁ ବ୍ୟାପିକାର କାରଣ କଣ ? ଅଗ୍ନିଶମ ଅଧିକାରୀଙ୍କ କହିବା କଥା, ନିଆଁକୁ ସୁହାଉଛି ଇଣ୍ଟେରିୟର୍। ଘରକୁ ସୁନ୍ଦର ଭାବେ ସଜାଇବା ପାଇଁ ବ୍ୟବହାର କରାଯାଉଛି ପ୍ଲାଏ, ଆର୍କିଲିକ୍ ଓ ସନମାଇକା ଭଳି ଅନେକ ସାମଗ୍ରୀ। ଏଗୁଡ଼ିକରେ ନିଆଁ ଲାଗିଲେ ଲିଭାଇବା ସହଜ ନୁହେଁ। ତାଛଡ଼ା ଘରର ଚାରିଆଡ଼େ ଇଣ୍ଟେରିୟର ହେଉଥିବାରୁ ନିଆଁ ତତକ୍ଷଣାତ୍ ବ୍ୟାପିବାରେ ସହାୟକ ହେଉଛନ୍ତି । ଏଣୁ ଘର ଡିଜାଇନ୍ କରିବା ବେଳେ ଏସବୁ ଦିଗକୁ ଧ୍ୟାନ ଦେବା ଆବଶ୍ୟକ ରହିଛି । ଅନ୍ୟପଟେ ସବୁଠି ଫାୟାର ସେପଟିକୁ ବି କଡ଼ାକଡ଼ି କରିବାକୁ ଦାବି ହୋଇଛି....
Love Over Life: ପ୍ରେମିକ ପାଇଁ ନିଜ ମା’କୁ ହତ୍ୟା କଲା ଝିଅ , ସୁନା ଚେନ୍ ଦେଲାନି ବୋଲି....

Hide-and-Seek Over: ସରିଲା ଲୁଚକାଳି ଖେଳ, ଧରାପଡ଼ିଲା ମଣିଷମରା ଅଭିଯୁକ୍ତ...ଗଞ୍ଜାମରେ ଗଡାଇଥିଲା ମୁଣ୍ଡ

Man Steals Expensive Bike: ପ୍ରେମିକା ପାଇଁ ଦାମୀ ବାଇକ୍ ଚୋରି , ଗର୍ଲଫ୍ରେଣ୍ଡକୁ ଧରି ରାଜଧାନୀ ସାରା ଚକ୍କର କାଟିଲା

NIT Rourkela Scientists: ରାଉରକେଲା NIT ତିଆରି କଲା କ୍ୟାନସର ମେଡିସିନ , ସଫଳ ହେଲା ଦୁଇ ବର୍ଷର ଗବେଷଣା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)