/odishatv-khabar/media/media_files/2025/11/27/bike-chori-2025-11-27-19-07-35.jpg)
BIKE-CHORI Photograph: (OTV)
କଥାରେ ଅଛି Everything is fair in love and war। ପ୍ରେମରେ ସବୁ କରିହୁଏ, ସାତ ସମୁଦ୍ର ବି ଲଂଘି ଦିଏ ପ୍ରେମିକ। ଆଉ ଏହାକୁ ସତ କରିଲା ଭଳି କିଛି ଅପରାଧିକ କାରନାମା କରି ବନ୍ଧା ହେଇଛି ପ୍ରେମିକ। ଭୁବନେଶ୍ବର ମୈତ୍ରୀ ବିହାର ଅଞ୍ଚଳରୁ ଏକ ଦାମୀ ବାଇକ୍ କୁ ଚୋରି କରିଛି ଜଣେ ଯୁବକ। ନିଜ ପ୍ରେମିକାଙ୍କୁ ଦାମୀ ବାଇକରେ ବୁଲାଇବାକୁ ଆଶା କରି ବାଇକ୍ କୁ ଛୁ’ କରିଛି। ଚୋରି କରିଥିବା ବାଇକରେ ପ୍ରେମିକାଙ୍କୁ ସହର ସାରା ବୁଲାଇଛି। ପରେ ଭୁବନେଶ୍ବର ଆଇଜି ପାର୍କରେ ବାଇକ୍ ରଖି ସମୟ ବିତାଉଥିଲା ଅଭିଯୁକ୍ତ। ହେଲେ ସେ ଜାଣିନଥିଲା କି ତା ପଛରେ ପୋଲିସ୍ ପଡ଼ିଛି। ଉଭୟ ପ୍ରେମିକ ଓ ପ୍ରେମିକା ଏକାନ୍ତ ସମୟ ବିତାଇଲା ବେଳେ ମାଡ଼ି ବସିଛି ପୋଲିସ୍। ଅଭିଯୁକ୍ତଙ୍କୁ ଗିରଫ କରି ଏବେ ତଦନ୍ତ କରୁଛି।
ପ୍ରେମ ପାଇଁ ବାଇକ୍ ଚୋରି!
ପ୍ରେମ ସଜାଇଲା ବାଇକ୍ ଚୋର
ପ୍ରେମିକା ପାଇଁ ଦାମୀ ବାଇକ୍ ଚୋରି
ଭୁବନେଶ୍ବର ମୈତ୍ରୀ ବିହାର ଅଞ୍ଚଳରୁ ବାଇକ୍ ଚୋରି ହୋଇଥିଲା
ପ୍ରେମିକାଙ୍କୁ ବୁଲାଇବାକୁ ବାଇକ୍ ଛୁ’ କରିଥିଲା ଅଭିଯୁକ୍ତ
ଗର୍ଲଫ୍ରେଣ୍ଡକୁ ଧରି ରାଜଧାନୀ ସାରା ଚକ୍କର କାଟିଥିଲା
ସହର ସାରା ବୁଲାଇ ଆଇଜି ପାର୍କରେ ସମୟ ବିତାଉଥିଲା
ପ୍ରେମିକା ସହ ପାର୍କରେ ବସିଥିବା ବେଳେ ମାଡ଼ି ବସିଲା ପୋଲିସ୍
Ways to Satisfy Goddess Lakshmi: ଧନର ଦେବୀ ମାଆ ଲକ୍ଷ୍ମୀଙ୍କ ସନ୍ତୋଷ ପାଇଁ ୮ଟି ପୂଜା ଉପାୟ

Goddess Lakshmi: କରନ୍ତୁ ଏହି ୬ଟି କାମ , ଘରେ ହେବ ଧନର ବର୍ଷା...ରହିବନି ଅଭାବ !

Margasira Gurubara Special: ଗୁରୁବାରରେ ବନାନ୍ତୁ ଟେଷ୍ଟି ଦହି ବାଇଗଣ , ହାତ ଚାଟିକି ଖାଇବେ

Taylor Swift: ଯୁଆଡେ ଗଲେ ହୁଏ ଟଙ୍କାର ବର୍ଷା , ବଦଳିଯାଏ ସହରର ଭାଗ୍ୟ...ସିଙ୍ଗର ନୁହେଁ ତ ଟଙ୍କା ଛାପିବାର ମେସିନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)