/odishatv-khabar/media/media_files/2025/11/27/murder-2025-11-27-18-50-06.jpg)
MURDER Photograph: (OTV)
ପ୍ରେମିକ ପାଇଁ ନିଜ ମା’କୁ ହତ୍ୟା କଲା ଝିଅ। ୪୫ ବର୍ଷୀୟା ଝିଅର ନାରକୀୟ କାଣ୍ଡ ! ସୁନା ଚେନ୍ ଦେଲାନି ବୋଲି ୭୫ ବର୍ଷୀୟା ମା’କୁ ମର୍ଡର। ପ୍ରେମିକକୁ ଟଙ୍କା ଦେବ ବୋଲି ନିଜ ମା’ର ଜୀବନ ନେଇଗଲା ଝିଅ। ଯିଏ ଦଶ ମାସ ଗର୍ଭରେ ଧରି ଜନ୍ମ ଦେଇଥିଲା ସିଏ ହେଲା ପର, ୨୯ ବର୍ଷୀୟ ପ୍ରେମିକ ହେଲା ନିଜର।
କେରଳରେ ଚାଂଚଲ୍ୟ। ସ୍ବାମୀ ପରିତ୍ୟକ୍ତା ମହିଳାଙ୍କ ବର୍ବରତା । ଝିଅ ନେଇଗଲା ନିଜ ମା’ର ଜୀବନ। ନାଁ ହେଉଛି ସଂଧ୍ୟା। ବୟସ ୪୫ ବର୍ଷ। ୭୫ ବର୍ଷୀୟା ଥଙ୍କମଣୀ ହେଉଛନ୍ତି ସଂଧ୍ୟାଙ୍କ ମାଆ । ଥଙ୍କମଣୀ ଆଉ ଏ ଦୁନିଆରେ ନାହାନ୍ତି। ସୁନା ଚେନ୍ ପାଇଁ ତାଙ୍କୁ ହତ୍ୟା କରିଛି ତାଙ୍କ ଝିଅ ସଂଧ୍ୟା । ନିଜ ଘରେ ନିଜ ଝିଅ ହିଁ ମା’କୁ ପଠେଇଦେଇଛି ଉପରକୁ।
ସଂଧ୍ୟାର ଲଭର ନିଥିନ୍। ସ୍ବାମୀ ଛାଡ଼ିଦେବା ପରେ ନିଜ ମା’ ପାଖରେ ଆସି ରହୁଥିବା ସଂଧ୍ୟା ନିଥିନ ସହ ମିଳାମିଶା କରୁଥିଲା। ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ଗଢି ଉଠିଥିଲା। ତେବେ ନିଜ ମା’କୁ କାହିଁକି ହତ୍ୟା କଲା ସଂଧ୍ୟା ? ଦର୍ଶକ ବନ୍ଧୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପ୍ରେମିକ ନିଥିନର କିଛି ଟଙ୍କା ଦରକାର ହେଲା। ସେଥିପାଇଁ ସେ ପ୍ରେମିକା ସଂଧ୍ୟାକୁ କହିଲା। ସଂଧ୍ୟା ପାଖରେ ଟଙ୍କା ନଥିଲା, ତା ନଜର ପଡିଲା ୭୫ ବର୍ଷୀୟା ମା’ ପିନ୍ଧିଥିବା ସୁନା ଚେନ୍ ଉପରେ।
ମା’ଙ୍କୁ ସଂଧ୍ୟା ଚେନ୍ ମାଗିଲା, ହେଲେ ସେ ନଦେବାରୁ ତାଙ୍କ ସହ ମାରପିଟ୍ କଲା। ଧସ୍ତାଧସ୍ତି କରି ତାଙ୍କୁ ଠେଲିଦେଲା । ଠେଲିଦେବାରୁ ତଳେ ପଡ଼ିଗଲେ ୭୫ ବର୍ଷୀୟା ଥଙ୍କମଣୀ ଆଉ ତାଙ୍କ ମୁଣ୍ଡ ଚଟାଣରେ ପିଟି ହେଇଗଲା । ଗଭୀର ଭାବେ ମୁଣ୍ଡରେ ଆଘାତ ଲାଗିବାରୁ ସେହିଠାରେ ହିଁ ଥଙ୍କମଣୀଙ୍କର ମୃତ୍ୟୁ ହୋଇଥିଲା। ମା’ର ମୃତ୍ୟୁ ପରେ ମୃତଦେହକୁ ଝିଅ କରିବ କଣ ? ଫୋନ୍ କରି ଡାକିଲା ବୟଫ୍ରେଣ୍ଡ୍ ନିଥିନକୁ। ଉଭୟେ ମିଶି ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଭରପୂର ଚେଷ୍ଟା କରିଥିଲେ ଦୁହେଁ । ସେଥିପାଇଁ ଡେଡବଡ଼ି ଛାତ ଉପରକୁ ନେଇ ତଳକୁ ଫୋପାଡି ଦେଇଥିଲେ ସଂଧ୍ୟା ଓ ନିଥିନ୍, ଆଉ ଫେରାର ମାରିଥିଲେ। ପଡ଼ୋଶୀ ଲୋକ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ।
ସମସ୍ତେ ପ୍ରଥମେ ଭାବିଥିଲେ ଯେ ଏହା ଏକ ଦୁର୍ଘଟଣା, କାରଣ ଥଙ୍କମଣୀଙ୍କ ମୁହଁରେ ଗଭୀର କ୍ଷତ ଥିଲା। ହେଲେ ମୃତଦେହ ପୋଷ୍ଟମର୍ଟମ ପରେ ପୋଲିସ ଜାଣିବାକୁ ପାଇଲା ଯେ ଏହା ଏକ ହତ୍ୟାକାଣ୍ଡ। ତେବେ ହତ୍ୟା କଲା କିଏ ? ସନ୍ଦେହ କେନ୍ଦ୍ରୀଭୂତ ହୋଇଥିଲା ଝିଅ ସଂଧ୍ୟା ଉପରେ, କାରଣ ସଂଧ୍ୟା ହିଁ ମା’ ପାଖରେ ରହୁଥିଲେ। ଗୁଡ଼େଇତୁଡେଇ ପୋଲିସ ପଚରାଉଚରା କରିବା ପରେ ଗୋଟଗୋଟି କରି ସବୁ ସତ ମାନିଯାଇଥିଲା ହତ୍ୟାକାରୀ ସଂଧ୍ୟା । କହିଥିଲା ପ୍ରେମିକକୁ ଟଙ୍କା ଦେବାକୁ ସେ ମାରିଦେଇଛି ତା ନିଜ ମା’କୁ। ମାରି ସାରି ନିଜ ଘର ଛାତ ଉପରୁ ଫୋପାଡି ଦେଇଛି, ଆଉ ଏଥିରେ ତାକୁ ସହଯୋଗ କରିଥିଲା ନିଥିନ୍।
ଦର୍ଶକ ବନ୍ଧୁ ପାପ କେବେ ଲୁଚିରୁହେନା। ଜନ୍ମ କଲା ମା’କୁ ହତ୍ୟା କରି ସଂଧ୍ୟା ଯେଉଁ ଭୁଲ୍ କରିବସିଲା ତାର ଫଳ ଏବେ ଭୋଗୁଛି ଜେଲ୍ ଭିତରେ। ପ୍ରେମିକାର ମା’କୁ ହତ୍ୟା ଅଭିଯୋଗରେ ପ୍ରେମିକ ନିଥିନ୍ ମଧ୍ୟ ଗିରଫ ହୋଇଛି । ଦିହେଁ ଏବେ ଭାବୁଥିବେ ସେମାନେ ଯାହା କଲେ ତାହା ଥିଲା ମସ୍ତବଡ଼ ଭୁଲ୍ ।
Milk Adulteration Shock: କ୍ଷୀରରେ ମିଶୁଛି ବିଷ! ଷ୍ଟେରଏଡ ଟାବଲେଟ ସାଙ୍ଗକୁ ଦିଆଯାଉଛି ଇଞ୍ଜେକ୍ସନ୍

Manabasa Gurubara 2025: ମାତା ଲକ୍ଷ୍ମୀଙ୍କ ଜନ୍ମ ହେବା ପଛରେ ରହିଛି ଋଷି ଦୁର୍ବାସାଙ୍କ କ୍ରୋଧ; ଜାଣନ୍ତୁ ପୂରା କାହାଣୀ

Ways to Satisfy Goddess Lakshmi: ଧନର ଦେବୀ ମାଆ ଲକ୍ଷ୍ମୀଙ୍କ ସନ୍ତୋଷ ପାଇଁ ୮ଟି ପୂଜା ଉପାୟ

Goddess Lakshmi: କରନ୍ତୁ ଏହି ୬ଟି କାମ , ଘରେ ହେବ ଧନର ବର୍ଷା...ରହିବନି ଅଭାବ !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)