/odishatv-khabar/media/media_files/2026/03/09/t2o-world-cup-2026-03-09-08-44-56.jpg)
Photograph: (OTV)
ସାନଦାର...ଜାନଦାର୍...ଧମାକେଦାର। କମାଲ କରିଛି ଟିମ୍ ଇଣ୍ଡିଆର ୟଙ୍ଗ ବ୍ରିଗେଡ୍। ଏଥର ନା ଥିଲେ ରୋହିତ ନା ଥିଲେ ବିରାଟ ନା ଥିଲେ କେହି ବଡ଼ ନାଁ। ସୁପର-୮କୁ ଆସିବାକୁ ସଂଘର୍ଷ କରିଥିବା ଟିମ୍ କ୍ବାଟର ଫାଇନାଲ, ସେମୀ ଓ ପରେ ଫାଇନାଲରେ ମ୍ୟାଜିକ୍ କରିଛି। ଆଉ ଏସବୁ ଭିତରେ ସାମ୍ନାକୁ ଆସିଛନ୍ତି ଏଇ ସିରିଜ୍ ର ହିରୋ ଓଣ୍ଡରଡଗ୍ ସଞ୍ଜୁ ସାମସନ୍।
ବିଶ୍ବବିଜେତା ଟିମ୍ ଇଣ୍ଡିଆ। ରଚିଛି ଇତିହାସ, ଲେଖିଛି ସ୍ବର୍ଣ୍ଣିମ ଅଧ୍ୟାୟ। ୨୦୦୭, ୨୦୨୪ ଏବଂ ୨୦୨୬। ଗୋଟିଏ ଟିମ୍ ତିନି ତିନିଟି ଟି୨୦ ବିଶ୍ବକପ୍ ଟ୍ରଫି। କ୍ରିକେଟ୍ ଇତିହାସରେ ଐତିହାସିକ ଦିନ। ଗତକାଲି ଅହମ୍ମଦାବାଦରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ ରେ ଭାରତ ଏକତରଫା ଭାବେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ଟିମ୍ କୁ ୯୬ ରନର ବିଶାଳ ସ୍କୋରରେ ପରାସ୍ତ କରିଛି।...ଆଉ ୟେ ସେଇ ମୁହୂର୍ତ୍ତ। ଯେତେବେଳେ ସୂର୍ଯକୁମାର ଆଣ୍ଡ କୋ ସେଲିବ୍ରେଟ୍ କରିଛନ୍ତି ବିଜୟକୁ। ଆଉ ଏବେ ସାରା ଦେଶରେ ସତେ ଯେମିତି ଦୀପାବଳି ଆଉ ହୋଲି ଏକାଠି ପାଳନ କରିଛନ୍ତି ସମସ୍ତେ।
ସପ୍ତାହେ ତଳେ ପ୍ଲେଇଂ ଇଲେଭେନ୍ ରେ ନଥିବା ଖେଳାଳି ସଞ୍ଜୁ ସାମସନ୍ ଯେ ମ୍ୟାନ୍ ଅଫ୍ ଦ୍ ସିରିଜ୍ ହେବେ ନା କେହି କେବେ ଭାବିଥିଲା ନା କେହି କଳନା ବି କରିଥିଲା। ସୁପର୍ ୮ରେ ସୁପର୍ ହିଟ, ସେମିରେ ମ୍ୟାଚ୍ ୱିନର୍ ଆଉ ଫାଇନାଲରେ ତ୍ ସିଧା ହାଇସ୍କୋରର।...ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବୁମ୍ ବୁମ୍ ବୁମରା ତ୍ ଯେମିତି ଘାଇଲା କରିଥିଲେ ବିପକ୍ଷ ଟିମକୁ। ଗୋଟେ ପରେ ଗୋଟି ୪ ୱିକେଟ, ପାୱାର୍ ଫ୍ଲେରେ ହିଁ ନ୍ୟୁଜିଲାଣ୍ଡକୁ ଧରାଶାୟୀ କରିଥିଲା। ତିନିଟି ବିଶ୍ବକପ୍ ଜିତିବାରେ, ଟି୨୦ ବିଶ୍ବକପ୍ ଇତିହାସରେ ୨୫୫ ଭଳି ବିଶାଳ ସ୍କୋର କରିବାରେ ଏବଂ ୯୬ ରନ୍ ର ବ୍ୟବଧାନରେ ଜିତି ନୂଆ ଇତିହାସ କରିଛି ଟିମ୍ ଇଣ୍ଡିଆ।
Controversy Over President Murmu’s Visit: ସୀମା ସରହଦ ଭୁଲିଗଲେ ଦିଦି; ବଙ୍ଗରେ ଖୋଦ୍ ରାଷ୍ଟ୍ରପତିଙ୍କୁ ଅପମାନ

Subhadra Yojana Fund Distribution: କୋଟିଏରୁ ଅଧିକ ଆକାଉଣ୍ଟକୁ ଆସିଲା ଟଙ୍କା; ସୁଭଦ୍ରା ଯୋଜନାକୁ ନବୀନଙ୍କ ଟାର୍ଗେଟ୍

Rajya Sabha Fourth Seat Election: ବିରୋଧୀଙ୍କୁ ଘାରିଛି କି ରାଜ୍ୟସଭା କ୍ରସ୍ ଭୋଟିଂ ଭୟ; ସିଧା ଦିଲୀପଙ୍କୁ ନିଶାନା କଲା ବିଜେଡି

Iran-Israel War Escalates Across Middle East: ଆମେରିକା ଆଗରେ ମୁଣ୍ଡ ନୁଆଉଁନି ଇରାନ୍; ମହାବିନାଶ ତାଣ୍ଡବ, ମିସାଇଲ୍ ବର୍ଷା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)