Advertisment

T20 World Cup: ସାରା ଦେଶରୁ ଛୁଟୁଛି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ସାରା ଦେଶରୁ ଟିମ୍ ଇଣ୍ଡିଆକୁ ଛୁଟୁଛି ଶୁଭେଛ୍ଛାର ସୁଅ। ରାଷ୍ଟ୍ରପତିଙ୍କଠୁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତେ ଖେଳାଳିଙ୍କ ପ୍ରତିଭାକୁ ସମସ୍ତେ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି।

author-image
Niharika Rout
T20 World Cup

T20 World Cup Photograph: (OTV)

ସାରା ଦେଶରୁ ଟିମ୍ ଇଣ୍ଡିଆକୁ ଛୁଟୁଛି ଶୁଭେଛ୍ଛାର ସୁଅ। ରାଷ୍ଟ୍ରପତିଙ୍କଠୁ ପ୍ରଧାନମନ୍ତ୍ରୀ, ମନ୍ତ୍ରୀଙ୍କଠୁ ସାଂସଦ ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇବା ସହ ଯୁବ ଖେଳାଳିଙ୍କ ପ୍ରତିଭାକୁ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି। ଚାମ୍ପିଅନ୍ ଟିମ୍ କୁ ଶୁଭେଛ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଦ୍ଭୁତପୂର୍ବ ପ୍ରଦର୍ଶନ ଓ ଉଲ୍ଲେଖନୀୟ ଖେଳ ପାଇଁ ଟିମ୍ ଇଣ୍ଡିଆର ପ୍ରତିଟି ଖେଳାଳିଙ୍କୁ ଶୁଭେଛ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ବିଶ୍ବକପ୍ ର ଏଇ ଧମାକେଦାର୍ ମ୍ୟାଚ୍ କୁ ଉପଭୋଗ କରିଛନ୍ତି। ଫାଇନାଲ୍ ରେ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା ଟିମ୍ ଇଣ୍ଡିଆକୁ ବିଜୟର ଶୁଭେଚ୍ଛା ଜଣାଇବା ସହ ଅଲ୍ ରାଉଣ୍ଡ ପ୍ରଦର୍ଶନ ପାଇଁ ପ୍ରତିଟି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉଲ୍ଲେଖ କରିଛନ୍ତି, ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ଜିତି ଇତିହାସର ଅନେକ ଶିଖର ଛୁଇଁଥିବା ଟିମ୍ ଇଣ୍ଡିଆକୁ  ଅଭିନନ୍ଦନ ଜଣାଉଛି। ଭାରତ ତିନି ଥର କପ୍ ଜିତିବା ଏକମାତ୍ର ଦେଶ ହେବାର ଗର୍ବ ଅନୁଭବ କରୁଛି।  ଏହା ଆମର କ୍ରିକେଟ୍ ପ୍ରେମୀ ଲୋକଙ୍କ ପାଇଁ ଅପାର ଆନନ୍ଦ ଏବଂ ଗର୍ବ ଆଣିଦେଇଛି।  ଏହି ସାମୂହିକ ବିଜୟ ପାଇଁ ପ୍ରତ୍ୟେକ ଖେଳାଳି, ସମ୍ପୂର୍ଣ୍ଣ ପରିଚାଳନା ଏବଂ ସହାୟକ କର୍ମଚାରୀ ସର୍ବୋଚ୍ଚ ପ୍ରଶଂସା ପାଇବାର ଯୋଗ୍ୟ। ଆମର କ୍ରିକେଟ୍ ଦଳ ଭବିଷ୍ୟତରେ ଗୌରବ ବଜାୟ ରଖୁ ଏହା ହିଁ କାମନା କରୁଛି।  

ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ‘ଏକ୍ସ’ରେ କହିଛନ୍ତି, ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ଜିତିବା ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଉଛି। ଏହି ଉଲ୍ଲେଖନୀୟ ବିଜୟ ଅସାଧାରଣ ଦକ୍ଷତା, ଦୃଢ଼ ପ୍ରତିବଦ୍ଧତା ଏବଂ ଦଳଗତ କାର୍ଯ୍ୟକୁ ପ୍ରତିଫଳିତ କରୁଛି। ସେମାନେ ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ଦୃଢ଼ତା ଦେଖାଇଛନ୍ତି। ଏହି ବିଜୟ ପ୍ରତ୍ୟେକ ଭାରତୀୟ ହୃଦୟକୁ ଗର୍ବ ଏବଂ ଆନନ୍ଦରେ ଭରି ଦେଇଛି। 

Advertisment

ଏଥର ବିଶ୍ବବିଜେତା ଟିମ୍ ଇଣ୍ଡିଆ ରଚିଛି ଇତିହାସ, ଲେଖିଛି ସ୍ବର୍ଣ୍ଣିମ ଅଧ୍ୟାୟ। ୨୦୦୭, ୨୦୨୪ ଏବଂ ୨୦୨୬। ଗୋଟିଏ ଟିମ୍ ତିନି ତିନିଟି ଟି୨୦ ବିଶ୍ବକପ୍ ଟ୍ରଫି। କ୍ରିକେଟ୍ ଇତିହାସରେ ଐତିହାସିକ ଦିନ। ଗତକାଲି ଅହମ୍ମଦାବାଦରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ ରେ ଭାରତ ଏକତରଫା ଭାବେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ଟିମ୍ କୁ ୯୬ ରନର ବିଶାଳ ସ୍କୋରରେ ପରାସ୍ତ କରିଛି।...ଆଉ ୟେ ସେଇ ମୁହୂର୍ତ୍ତ। ଯେତେବେଳେ ସୂର୍ଯକୁମାର ଆଣ୍ଡ କୋ ସେଲିବ୍ରେଟ୍ କରିଛନ୍ତି ବିଜୟକୁ। ଆଉ ଏବେ ସାରା ଦେଶରେ  ସତେ ଯେମିତି ଦୀପାବଳି ଆଉ ହୋଲି ଏକାଠି ପାଳନ କରିଛନ୍ତି ସମସ୍ତେ।   

T20 World Cup Sports India Vs Newzealand Cricket
Advertisment
Related Articles
Advertisment