Advertisment

Emergency Forced Landing: କାହିଁକି ଫୋର୍ସ ଲ୍ୟାଣ୍ଡିଂ କଲା ବିମାନ? ପାଇଲଟ୍ କହିଥିଲେ...

ରାଉରକେଲାରେ କାହିଁକି ଫୋର୍ସ ଲ୍ୟାଣ୍ଡିଂ କଲା ବିମାନ? କାହିଁକି ଦୁର୍ଘଟଣା ଘଟିଲା, ତନାଘନା ଆରମ୍ଭ। ରାଉରକେଲା ପହଞ୍ଚି ତଦନ୍ତ କରିବ AAIB ଟିମ୍। DGCA ବି ଅଧିକ ତଦନ୍ତ କରିବ।

author-image
Chinmayee Sahoo
Plane Crash

Plane Crash Photograph: (OTV)

କେମିତି ଓ କେଉଁ ପରିସ୍ଥିତିରେ ରାଉରକେଲାରେ ଦୁର୍ଘଟଣାଗ୍ରସ୍ତ ହେଲା ଚାର୍ଟର ବିମାନ ? କାହିଁକି ଫୋର୍ସ ଲ୍ୟାଣ୍ଡିଂ କଲା ? ତ୍ରୁଟି ଥିଲା କେଉଁଠି ? ବିମାନର ଇଞ୍ଜିନରେ ତ୍ରୁଟି ଥିଲା କି ? ଯେଉଁଥିପାଇଁ ପାଇଲଟଙ୍କୁ କରିବାକୁ ପଡ଼ିଲା ଫୋର୍ସ ଲ୍ୟାଣ୍ଡିଂ ! 

Advertisment

ବିମାନ କାହିଁକି ଦୁର୍ଘଟଣା ହେଲା ତନାଘନା ଚାଲିଛି। ଅଧିକ ତଦନ୍ତ କରିବେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-DGCA ଏବଂ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ-AAIB। ଆଜି ରାଉରକେଲାରେ AAIB ଟିମ୍  ପହଞ୍ଚି ସରଜମିନ ତଦନ୍ତ କରିବ। 

ସମନ୍ବୟ ପାଇଁ ଭୁବନେଶ୍ବରରୁ ୨ ବେସାମରିକ ବିମାନ ଚଳାଚଳ କର୍ମଚାରୀ ରାଉରକେଲା ଯାଇଛନ୍ତି। ଗତକାଲି ଭୁବନେଶ୍ବରରୁ ଦିନ ୧୨ଟା ୨୭ରେ ୪ ଜଣ ଯାତ୍ରୀ ଓ ୨ ଜଣ କ୍ରିଉ ମେମ୍ବରଙ୍କୁ ନେଇ ଚାର୍ଟର ବିମାନ ରାଉରକେଲା ଅଭିମୁଖେ ଯାଇଥିଲା। 

Advertisment

ଦିନ ଗୋଟାଏ ୧୪ରେ ମେ ଡେ ମାଗିଥିଲେ ପାଇଲଟ୍। ଏହାପରେ ଗୋଟାଏ ୧୭ରେ ଏଟିସି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଫୋର୍ସ ଲ୍ୟାଣ୍ଡିଂ କରିଥିଲା ବିମାନ ଓ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ତଦନ୍ତ ପାଇଁ ଆଜି ଆସିବ AAIB ଟିମ୍ 
ରାଉରକେଲାରେ କାହିଁକି ଫୋର୍ସ ଲ୍ୟାଣ୍ଡିଂ କଲା ବିମାନ ?
କାହିଁକି ଦୁର୍ଘଟଣା ଘଟିଲା, ତନାଘନା ଆରମ୍ଭ 
ରାଉରକେଲା ପହଞ୍ଚି ତଦନ୍ତ କରିବ AAIB ଟିମ୍ 
DGCA ବି ଅଧିକ ତଦନ୍ତ କରିବ 
ଗତକାଲି ରାଉରକେଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଚାର୍ଟର୍ ପ୍ଲେନ୍ 
ମେ ଡେ' କଲ୍ ପରେ ପାଇଲଟ୍ କରିଥିଲେ ଫୋର୍ସ ଲ୍ୟାଣ୍ଡିଂ
ସୌଭାଗ୍ୟକୁ ବଞ୍ଚିଗଲେ ସମସ୍ତ ଯାତ୍ରୀ ଓ ପାଇଲଟ୍
ଦୁର୍ଘଟଣାରେ ୪ ଯାତ୍ରୀ ଓ ୨ ପାଇଲଟ୍ ଆହତ

Rourkela Plane Crash
Advertisment
Related Articles
Advertisment