/odishatv-khabar/media/media_files/2026/01/10/ajit-doval-2026-01-10-21-20-20.jpg)
Ajit Doval Photograph: (OTV)
ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ନା କୌଣସି ମୋବାଇଲ୍ ବ୍ୟବହାର କରନ୍ତି ନା ଇଣ୍ଟରନେଟ୍ ବ୍ୟବହାର କରନ୍ତି।
ହେଲେ ନିଜର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ କେମିତି ନିର୍ବାହ କରନ୍ତି ସେ ? ତାହାର ଆଜି ଗୁମର ଖୋଲିଛନ୍ତି ଭାରତର ଜେମ୍ସ ବଣ୍ଡ। ଦିଲ୍ଲୀରେ ଆୟୋଜିତ ‘ବିକଶିତ ଭାରତ ୟଙ୍ଗ୍ ଡାଇଲଗ୍’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଅଜିତ ଡୋଭାଲ୍।
କାର୍ଯ୍ୟକ୍ରମରେ ତାଙ୍କୁ ମୋବାଇଲ୍ ଏବଂ ଇଣ୍ଟରନେଟ୍ ବ୍ୟବହାର ସଂପର୍କରେ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତର ରଖିବା ସହ ଡୋଭାଲ୍ କହିଛନ୍ତି, ସେ କୌଣସି ମୋବାଇଲ୍ କିମ୍ବା ଇଣ୍ଟରନେଟ୍ ବ୍ୟବହାର କରନ୍ତି ନାହିଁ। କେବେ କେମିତି ପାରିବାରିକ ଏବଂ ବ୍ୟକ୍ତିଗତ କାରଣ ପାଇଁ ବ୍ୟବହାର କରେ।
ତେବେ ବାହାର ରାଷ୍ଟ୍ର ସହ କଥାବାର୍ତ୍ତା ପାଇଁ ଟିକେ ଅଧେ ମୋବାଇଲକୁ ବ୍ୟବହାର କରିବାକୁ ପଡ଼େ। ଡୋଭାଲ୍ ଆହୁରି ବି କହିଛନ୍ତି ଯେ, ମୋବାଇଲ୍ ଇଣ୍ଟରନେଟ୍ ବ୍ୟବହାର ନକଲେ ମଧ୍ୟ କାମ ହୋଇଯାଏ।
ଆମେ କାହାରି ମନ୍ଦିର ଭାଙ୍ଗିନାହୁଁ
ତେବେ କମ୍ୟୁନିକେସନ ପାଇଁ ଆହୁରି ବି ସାଧନ ଅଛି। ଯାହା ସମସ୍ତଙ୍କୁ ଜଣା। ଏହା ବ୍ୟତୀତ ଆହୁରି ବି କହିଛନ୍ତି, ଆମେ କାହାରି ମନ୍ଦିର ଭାଙ୍ଗିନାହୁଁ। ଆମେ କୌଣସି ବାହାରର ଲୋକଙ୍କୁ ଆକ୍ରମଣ କରିନାହୁଁ। କିନ୍ତୁ, ଆମେ ନିଜେ ନିଜର ସୁରକ୍ଷା କଥାକୁ ଏବଂ ନିଜକୁ ନିଜେ ବୁଝିବାରେ ଅକ୍ଷମତା ଯୋଗୁ ଇତିହାସ ଆମକୁ ସବକ୍ ଶିଖାଇଲା। ଯେଉଁ ସବକ୍ ଶିଖିଲୁ, ତାକୁ ଯଦି ଆଗାମୀ ପୀଢ଼ି ଭୁଲିଯିବେ ତେବେ ଦେଶର ଏହା ସବୁଠୁ ବଡ଼ ଟ୍ରାଜେଡି ହେବ।...
ଉପସ୍ଥିତ ଯୁବବର୍ଗଙ୍କୁ ପରାମର୍ଶ ଦେବା ସହ ଡୋଭାଲ୍ କହିଛନ୍ତି, ନୀରବତାର ସହ ଲକ୍ଷ୍ୟସ୍ଥଳରେ ପହଞ୍ଚ। ନୂଆ ଉଦ୍ଭାବନ କର। ନୂଆ ସାଟେଲାଇଟ୍ ତିଆରି କର। କିଛି କରି କି ବାର୍ତ୍ତା ପହଞ୍ଚଇବାକୁ ପଡ଼ିବ। ପ୍ରୋପୋଗଣ୍ଡାରେ ନୁହେଁ। ନିଜକୁ ଧୈର୍ଯ୍ୟବାନ କରିବାକୁ ହେବ। ସ୍ବର୍ଗ ଯଦି ଦେଖିବାର ଅଛି ତ ମରିବାକୁ ପଡ଼ିବ। ପବ୍ଲିସିଟି ପଛରେ ପଡ଼ ନାହିଁ ବୋଲି ଡୋଭାଲ୍ ପରାମର୍ଶ ଦେଇଛନ୍ତି। ...
ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଲେ ବଡ଼ କଥା
ଦିଲ୍ଲୀରେ ‘ବିକଶିତ ଭାରତ ୟଙ୍ଗ୍ ଡାଇଲଗ୍’ କାର୍ଯ୍ୟକ୍ରମରେ ଡୋଭାଲଙ୍କ ମନ୍ତବ୍ୟ
‘କୌଣସି ମୋବାଇଲ୍ କି ଇଣ୍ଟରନେଟ୍ ମୁଁ ବ୍ୟବହାର କରେ ନାହିଁ’’
‘କେବେ କେମିତି ପାରିବାରିକ ଓ ବ୍ୟକ୍ତିଗତ କାରଣ ପାଇଁ ବ୍ୟବହାର କରେ’
‘ଅନ୍ୟ ରାଷ୍ଟ୍ର ସହ କଥାବାର୍ତ୍ତା ପାଇଁ ଟିକେ ଅଧେ ମୋବାଇଲ ବ୍ୟବହାର କରିବାକୁ ହୁଏ’
‘ମୋବାଇଲ୍ ଇଣ୍ଟରନେଟ୍ ବ୍ୟବହାର ନକଲେ ବି କାମ ହୋଇଯାଏ’
କମ୍ୟୁନିକେସନ ପାଇଁ ଆହୁରି ବି ସାଧନ ଅଛି, ଯାହା ସମସ୍ତଙ୍କୁ ଜଣା: ଡୋଭାଲ୍
‘ଆମେ କାହାରି ମନ୍ଦିର ଭାଙ୍ଗିନାହୁଁ, ଆମେ କୌଣସି ବାହାର ଲୋକଙ୍କୁ ଆକ୍ରମଣ କରିନୁ’
‘ଆମେ ନିଜକୁ ବୁଝିବାରେ ଅକ୍ଷମତା ଯୋଗୁ ଇତିହାସ ଆମକୁ ସବକ୍ ଶିଖାଇଲା’
‘ଶିଖିଥିବା ସବକକୁ ଆମେ ଭୁଲିଗଲେ ଦେଶର ଏହା ସବୁଠୁ ବଡ଼ ଟ୍ରାଜେଡି ହେବ’
Abandoned Ration Warehouse in Kendrapada: କେନ୍ଦ୍ରାପଡାରେ ପରିତ୍ୟକ୍ତ ରାସନ ଗୋଦାମ, ଜନଅସନ୍ତୋଷ

Fraud Ring Exposed: ଲୋଭ ଦେଖାଇ ଫେକ ବ୍ୟାଙ୍କ ଆକାଉଣ୍ଟ କରୁଥିଲେ, ଗ୍ୟାଙ୍ଗକୁ ଧରିଲା ପୋଲିସ

Big Relief for Homebuyers: ଆହୁରି ସରଳ ହେଲା ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍, କମନ୍ ଏରିଆ ରେଜିଷ୍ଟ୍ରେସନ୍ ପାଇଁ ମାତ୍ର ୫୦ ହଜାର ଟଙ୍କା ଷ୍ଟାମ୍ପ ଡ୍ୟୁଟି

Charter Plane Crashes: ମଝି ଆକାଶରୁ ଖସିପଡ଼ିଲା ଚାର୍ଟର୍ ପ୍ଲେନ୍; ବଞ୍ଚିଗଲେ ସମସ୍ତ ଯାତ୍ରୀ ଓ ପାଇଲଟ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)