Advertisment

Retired Assam Rifles Jawan: ୨୩ ବର୍ଷ ଦେଶସେବା ପରେ ଗାଁକୁ ଫେରିଲେ ବୀର ଯବାନ, ଭବ୍ୟ ସ୍ୱାଗତ

ଦୀର୍ଘ ୨୩ ବର୍ଷ ଭାରତ ମାତାର ସେବା କରି ଗାଁକୁ ଫେରିଥିବା ଜଣେ ଯବାନଙ୍କୁ ମିଳିଛି ଭବ୍ୟ ସ୍ୱାଗତ। ଗାଁ ଲୋକେ ଏକାଠି ହୋଇ ନାଚଗୀତ ଆସର ଜମାଇ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଜାମପାଲି ଗାଁ ମୁଣ୍ଡରୁ ଘର ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ବୀର ଯବାନଙ୍କୁ ପାଛୋଟି ନେଇଥିଲେ।

author-image
Pramod Behera
Retired Assam Rifles Jawan

୨୩ ବର୍ଷ ଦେଶସେବା ପରେ ଗାଁକୁ ଫେରିଲେ ବୀର ଯବାନ Photograph: (OTV)

ଦୀର୍ଘ ୨୩ ବର୍ଷ ଭାରତ ମାତାର ସେବା କରି ଗାଁକୁ ଫେରିଥିବା ଜଣେ ଯବାନଙ୍କୁ ମିଳିଛି ଭବ୍ୟ ସ୍ୱାଗତ। ଗାଁ ଲୋକେ ଏକାଠି ହୋଇ ନାଚଗୀତ ଆସର ଜମାଇ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଜାମପାଲି ଗାଁ ମୁଣ୍ଡରୁ ଘର ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ବୀର ଯବାନଙ୍କୁ ପାଛୋଟି ନେଇଥିଲେ। ଗାଁ ଲୋକଙ୍କ ଏଭଳି ଭଳ ପାଇବା ଦେଖି ଭାବ ବିହ୍ୱଳ ହୋଇଥିଲେ ଆସାମ ରାଇଫଲ୍ ଯବାନ ହରପ୍ରସାଦ କର୍ମୀ।

Advertisment

ବାଜାରେ ଦୁଲୁକୁ ଥିଲା ଗାଁ ଦାଣ୍ଡ। କୌଣସି ନେତାମନ୍ତ୍ରୀଙ୍କ ପାଇଁ ନୁହେଁ କି ବାହାଘର, ବ୍ରତଘରର କାର୍ଯ୍ୟକ୍ରମ ପାଇଁ ନୁହେଁ। ବରଂ ଜଣେ ଅବସରପ୍ରାପ୍ତ ଯବାନଙ୍କ ପାଇଁ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂଘିଯୁବା ପଚାଂୟତ ଜାମପାଲି ଗାଁକୁ ଫେରି ଆସିଛି ଗାଁର ଯୋଗ୍ୟ ସନ୍ତାନ। ତେଣୁ ଗାଁ ଲୋକେ ଦେଉଛନ୍ତି ଭବ୍ୟ ସ୍ୱାଗତ। ଗର୍ବରେ ଫାଟି ପଡୁଛି ଛାତି।

 ଆସାମ ରାଇଫଲ୍‌ର ବୀର ଯବାନ ଥିବା ହରପ୍ରସାଦ କର୍ମୀ ଅବସର ନେବା ପରେ ଗାଁକୁ ଫେରିଛନ୍ତି। ଗାଁ ଲୋକେ ତାଙ୍କୁ ବିପୁଳ ସ୍ୱାଗତ ଜଣାଉଛନ୍ତି। କିଏ ପାଦ ଧୋଇ ଦେଉଛି ତ କିଏ ମଥାରେ ଚନ୍ଦନ ସିନ୍ଦୁର ଲଗାଇ ଦେଉଛି, ଆଉ କିଏ ବେକରେ ଫୁଳମାଲ ଓ କାନ୍ଧରେ ଗାମୁଛା ପକାଇ ଦେଉଛି। 

Advertisment

ଗାଁ ପରିକ୍ରମା କରି ଏକ ସ୍ୱତନ୍ତ୍ର ସଭାରେ ନାଚଗୀତର ଆସର ଜମିବା ପରେ ତାକୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଗାଁର ଯୁବକମାନଙ୍କୁ ସେନାରେ ଯୋଗଦେଇ ଭାରତ ମାତାର ସେବା କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ତେବେ ଏଇ ବୀର ଯବାନ ହରପ୍ରସାଦ କର୍ମୀଙ୍କ ସ୍ତ୍ରୀ ଜ୍ୟୋସ୍ନା ପଧାନ ମଧ୍ୟ ଓଡିଶା ପୋଲିସ କନେଷ୍ଟବଲରେ କାର୍ଯ୍ୟରତ। 

ହରପ୍ରସାଦ କର୍ମୀ ବିନିକା ବ୍ଲକ ଜାମପାଲି ଗାଁରେ ପାଠ ପଢି ୩୦। ୦୬ ।୨୦୦୧ ମସିହାରେ ଦୀମାପୁର ନାଗାଲାଣ୍ଡ ଆସାମ ରାଇଫଲ୍ ମେନ୍ ଭାବେ ଚାକିରିରେ ଯୋଗଦେଇଥିଲେ। ମେଘାଳୟର ସିଲଂରେ ୯ ମାସ ଗୁର୍‌ଖା ରେଜିମେଟଂ ପ୍ରଶିକ୍ଷଣ ପରେ ନାଗାଲାଣ୍ଡ ଟୁଏନ୍‌ସାଂରେ କାର୍ଯ୍ୟାରମ୍ଭ କରିଥିଲେ। ପରେ ସେଠାରୁ ଫେରି ମଣିପୁର, ମିଜୋରାମ, ଆସାମ, ତ୍ରୀପୁରାରେ ଆସାମ ରାଇଫଲ୍ ହାବିଲଦାର ଭାବେ କାର୍ଯ୍ୟ କରିଥିଲେ। ମୋଟ ୨୩ ବର୍ଷ ସେନା ପାଇଁ କାମ କରିବା ପରେ ଚାକିରିରୁ ଅବସର ନେଇଛନ୍ତି।

Inspirational Stories Assam Rifles Odisha Army Jawan
Advertisment
Advertisment