/odishatv-khabar/media/post_attachments/uploadimage/library/16_9/16_9_0/Horoscope_1654136926.jpg)
ମେଷ-
ଅଶ୍ୱନୀ- କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୁତି ପ୍ରଦର୍ଶନ କରିବେ । ସ୍ୱାସ୍ଥ୍ୟରେ ସୁଧାର ସାଙ୍ଗକୁ ମାନସିକ ସ୍ଥିରତା ଅକ୍ଷୁର୍ଣ୍ଣ ରହିବ । ଶିକ୍ଷା କ୍ଷେତ୍ରରେ କଠିନ ପରିଶ୍ରମ କଲେ ସଫଳତା ଅର୍ଜନ କରିବେ ।
ଦ୍ୱିଜା- ଆନୁଷ୍ଠାନିକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ । ସାମାଜିକ ସ୍ତରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅନୁତାପ କରିପାରନ୍ତି । ପିଲାମାନଙ୍କ ଉଚ୍ଚଶିକ୍ଷା ସକାଶେ ପ୍ରାଧାନ୍ୟ ଦେଇପାରନ୍ତି ।
କୃତିକା- ଦୂରଯାତ୍ରାରେ ପ୍ରିୟଜନଙ୍କ ସହ ମିଳନ ହେବା ସହ ଅଟକିଥିବା କାର୍ଯ୍ୟ ପୂରଣ ହେବ । ପୁରାତନ ରୋଗର ପ୍ରକୋପରେ ହଇରାଣ ହରକତ ହୋଇ ପାରନ୍ତି । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ-
କୃତିକା- କୈାଣସି କାରଣରୁ ମନରେ ଭୟ ଆସିପାରେ । ଆମୋଦ, ପ୍ରମୋଦରେ ଦିନ କଟିବ । ଧର୍ମ ଭାବନାରୁ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କର ସହାୟତା ଲୋଡିବେ ।
ରୋହିଣୀ- ପାରିବାରିକ ବୁଝାବଣା ବଢିବ । ଲୋକ ମାନଙ୍କ ସେବା କରିବାରେ ମନବଳାଇବେ । ବନ୍ଧୁ ସହୟତା ମିଳିବ । ରାଜନୀତିରେ ହଠାତ୍ ନିର୍ଣ୍ଣୟ ନେବାକୁ ପଡିପାରେ ।
ମୃଗଶିରା- ଶତୃଙ୍କର ସମ୍ମୁଖୀନ ହୋଇପାରନ୍ତି । ହଜି ଯାଇଥିବା ଦ୍ରବ୍ୟର ସନ୍ଧାନ ମିଳିବ । ଅଯଥା କୋର୍ଟ ମାମଲାରେ ଫସି ଯାଇ ହଇରାଣ ହୋଇପାରନ୍ତି ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ମଙ୍ଗଳାଙ୍କର ପାଠ କରନ୍ତୁ ଗାୟତ୍ରୀ ମନ୍ତ୍ର
ମିଥୁନ-
ମୃଗଶିରା- ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ । ବ୍ୟବସାୟ ପାଇଁ ଭ୍ରମଣ କରିବା ଫଳରେ ବିଶେଷ ଲାଭାନ୍ୱିତ ହେବେ । ବନ୍ଧୁ ମିତ୍ରଙ୍କର ଆର୍ଥୀକ ସହାୟତାର ନୂତନ ପନ୍ଥା ଅନୁସରଣ କରିବେ ।
ଆଦ୍ରା- ଆର୍ଥିକ କ୍ଷେତ୍ରରେ ପରିବର୍ତନ ଆସିବ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାର୍ଯ୍ୟ ଉପରେ ନିର୍ଭର କରି ପାରନ୍ତି । ସାମାଜିକ କଲ୍ୟାଣରେ ପୂର୍ଣ୍ଣ ସହଯୋଗ କରିବେ ।
ପୁନର୍ବସୁ- କର୍ମକ୍ଷେତ୍ରରେ ଅନିଚ୍ଛା ସତ୍ୱେ ପ୍ରତିକ୍ରିୟାକୁ ପ୍ରକାଶ କରନ୍ତୁ ନାହିଁ । ଜମିଜମା କ୍ଷେତ୍ରରେ ଅଶାନୂରୁପ ସଫଳତା ମିଳିବ । ମହିଳା ମାନଙ୍କ ପାଇଁ ଦିନଟି ମହତ୍ୱପୁର୍ଣ୍ଣ ରହିବ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ପୁନର୍ବସୁ- ଉଦର ବ୍ୟଥା ଭୋଗି ପାରନ୍ତି । କୈାଣସି କାର୍ଯ୍ୟରେ ସଫଳତା ହାସଲ କରିବେ । ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିବେ ।
ପୁଷ୍ୟା- ପ୍ରେମିକା,ପ୍ରେମିକ ମାନଙ୍କର ପୁର୍ବ ସ୍ମୃତି ଜାଗ୍ରତ ହୋଇପାରେ । ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ଶିକ୍ଷାର୍ଥୀ ମାନେ ପଢାରେ ଅନ୍ୟସମସ୍କ ରହିବେ ।
ଅଶ୍ଲେଷା- ଆପଣଙ୍କର କ୍ରୀଡା କାର୍ଯ୍ୟକଳାପକୁ ପୁନଃ ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ । ଆପଣ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି ଜ୍ଝ ଆପଣ ବୁଦ୍ଧିମାନ ଭାବରେ ବିଚାର କରିବାରେ ସକ୍ଷମ ହେବେ ଜ୍ଝ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ସିଂହ-
ମଘା- ପରିବାରରେ ଆପଣଙ୍କ ପ୍ରାଧାନ୍ୟତା ବୃଦ୍ଧି ହୋଇପାରେ । ପ୍ରେମିକା, ପ୍ରେମିକ ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ଅସହାୟ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ ।
ପୂ- ଫାଲ୍ଗୁନୀ- ଶିକ୍ଷାର୍ଥୀମାନେ ଦେଇଥିବା ପରିକ୍ଷାରେ କୃତକାର୍ଯ୍ୟ ହେବେ । ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ । ଆର୍ଥୀକ ସ୍ଥିତି ପୂର୍ବପରି ରହିବା କାରଣରୁ ମନରେ ଖୁସି ରହିବ ନାହିଁ ।
ଉ- ଫାଲ୍ଗୁନୀ- କ୍ରୋଧକୁ ଦମନ କରି ହସଖୁସିରେ ବାତାବରଣ ସୃଷ୍ଟି ହେବ । ଓକିଲାତି ଓ ପରିଚାଳନ ସହିତ ଜଡିତ ଲୋକଙ୍କୁ ବହୁତ ସମ୍ମାନ ମିଳିପାରେ । କୈାଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଭେଟ ହେବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ
କନ୍ୟା-
ଉ,ଫଳଗୁନି- ରୋଗରୁ ରକ୍ଷା ପାଇପାରିବେ । ବୃତ୍ତିରେ ଉନ୍ନତି ଆଣିବା ପାଇଁ ଅନେକ ସୁଯୋଗ ଉପଭୋଗ କରିବେ । ଆପଣଙ୍କର ପ୍ରେମ ଜୀବନ ଅଧିକ ରୋମାଞ୍ଚକର ହେବ । ସକରାତ୍ମକ ଫଳାଫଳ ଅନୁଭବ କରିବେ ।
ହସ୍ତା- ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ଆପଣ ଏକ ନୂତନ କାର୍ୟ୍ୟ ଆରମ୍ଭ କରିବେ । ଉଚ୍ଚଶିକ୍ଷାକୁ ପ୍ରାଥମିକତା ଦେବେ । ଆପଣଙ୍କର ଆୟ ବୃଦ୍ଧି କରିବାର ଅନେକ ସମ୍ଭାବନା ରହିଛି ।
ଚିତ୍ରା- ଆପଣଙ୍କ ସାଥୀଙ୍କୁ ଅଧିକ ସମର୍ଥନ କରନ୍ତୁ । ଆପଣ ସର୍ବଦା ନିଜର ଭବିଷ୍ୟତକୁ ଧ୍ୟାନରେ ରଖି କାର୍ଯ୍ୟ କରିବା ଉଚିତ । ଆପଣ ନିଜ ପାଇଁ କୌଣସି ସମ୍ପତ୍ତି ବିନିଯୋଗ କିମ୍ବା କ୍ରୟ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ
ତୁଳା-
ଚିତ୍ରା- ସମସ୍ତ ଦୁଶ୍ଚିନ୍ତା ଦୂର ହେବା ସହ ଶରୀର ସୁସ୍ଥ ରହିବ । ବ୍ୟବସାୟରେ ଅଂଶୀଦାର ମାନଙ୍କ ସହ କିଛି ଚୁକ୍ତିନାମା କରିପାରନ୍ତି । ଜୀବନସାଥୀଙ୍କ ପ୍ରତି ପ୍ରେମ ଓ ସମ୍ମାନ ବୃଦ୍ଧି ପାଇବା ସହ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।
ସ୍ୱାତୀ- ରାଜନୈତିକ କ୍ଷେତ୍ରରେ ଦୃଢ ସଂକଳ୍ପ ଓ ଆତ୍ମବିଶ୍ୱାସ ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ପାଇବ । ସମ୍ପତି ସମ୍ବନ୍ଧୀୟ ମାମଲାରେ ଲଢିପାରନ୍ତି । କଳା, ଚଳଚିତ୍ର କ୍ଷେତ୍ରରେ ଆଗେଇବେ ।
ବିଶାଖା- ଆକସ୍ମିକ ଭାବେ ନିକଟ ସମ୍ପର୍କୀୟ ମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ରାଜନୈତିକ ନେତା ମିଥ୍ୟା ଗୁଜବରେ ବିଚଳିତ ହେବେ । ବିବାଦୀୟ ପରିସ୍ଥିତିକୁ ମନବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭଗବାନ ଶ୍ରୀ ରାମଙ୍କ ଫଟୋକୁ ପୁଜା କରନ୍ତୁ ।
ବିଛା-
ବିଶାଖା- ପେଟରେ କଷ୍ଟ ଅନୁଭବ କରିବେ । ଭାଇ-ଭଉଣୀଙ୍କ ଖୁସି ପାଇଁ ପାରିବାରରେ ଶାନ୍ତି କେତେଂକାଶରେ ଦେଖାଦେବ । ପତ୍ନୀଙ୍କ ସହ ମନମାଳିନ୍ୟ ଯୋଗୁଁ ଆପଣ ଅଶାନ୍ତି ଭୋଗ କରିବେ ।
ଅନୁରାଧା- ଉପଯୁକ୍ତ ସମୟରେ ଆଶା କରୁଥିବା ଦିଗରୁ ଅର୍ଥଲାଭ ହୋଇପାରେ । କର୍ମକ୍ଷେତ୍ରରେ ବାକି ପଡିଥିବା ପଇସା ପାଇବା ପାଇଁ ଚାପ ପ୍ରୟୋଗ କରିବେ । ଛାତ୍ରଛାତ୍ରି ମାନେ ସଫଳତା ହାସଲ କରିବେ ।
ଜ୍ୟେଷ୍ଠା- କୃତିକା-ଚାକିରି କ୍ଷେତ୍ରରେ ମହିଳା ମାନେ ମନୋନିତ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରନ୍ତି । ରାଜନୀତିରେ ନୂତନ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ ଓ ଲୋକ ମାନଙ୍କ ପାଖରେ ପ୍ରିୟ ହୋଇପାରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ
ଧନୁ-
ମୂଳା- ବ୍ୟବସାୟରେ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟ ହାସଲ କରିବେ । ପତ୍ନୀଙ୍କ ସହିତ ମତ ପାର୍ଥକ୍ୟ ଦେଖାଦେଇ ପାରେ । ଶାରୀରିକ ଚିନ୍ତା ଦୂର ହେବ । ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ ।
ପୂ, ଷାଢା- ଅନେକ ସୁଯୋଗ ହାତ ପାହାନ୍ତାରେ ପାଇବା ଫଳରେ ମନରେ ଉତ୍ସାହ ରହିବ । ଜାଗା, ଜମି, ବାହନ ଆଦି କ୍ରୟ କରିବେ । ଉଚ୍ଚ ଶିକ୍ଷା ପ୍ରାପ୍ତ ହେବାର ସମ୍ବାବନା ରହିଛି ।
ଉ, ଷାଢା- ଶିକ୍ଷା ଦୃଷ୍ଟିରୁ ପିଲା ମାନଙ୍କୁ ବହୁତ ଭଲ ଫଳ ମିଳିବ । ମହିଳା ମାନଙ୍କର ଭାଗ୍ୟ ଉଦ୍ୟୟ ହୋଇପାରେ । ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଅପରାହ୍ନ ସମୟ ଟେନସନ୍ କିଛି ମାତ୍ରରେ କମିଯିବ
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଓଁ ହ୍ରୀଂ ସ୍ରୀଂ ହୁଁ ଫଟ ମନ୍ତ୍ରକୁ ପାଠ କରନ୍ତୁ
ମକର-
ଉ,ଷାଢା- ଶରୀରରେ ଆଘାତ ପାଇ ପାରନ୍ତି । ଆପଣଙ୍କର ବନ୍ଧୁ ସଂଖ୍ୟା ବଢିପାରନ୍ତି । ଗୃହ କାର୍ଯ୍ୟରେ ଆଗ୍ରହ ବଢିବ । ବ୍ୟବସାୟରେ ଅଭିବୃଦ୍ଧି ଘଟିପାରେ ।
ଶ୍ରବଣା- କର୍ମକ୍ଷେତ୍ରରେ ଯେଉଁଭଳି ପରିସ୍ଥିତି ଆସିଲେ ମଧ୍ୟ ଆପଣ ସମ୍ଭାଳି ନେବେ । ରାଜନୀତିରେ ଭଲ ସୁଯୋଗର ଉପଯୋଗ କରିବେ । ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ ।
ଧନିଷ୍ଠା- ଧନାଦିରେ ଅଭିବୃଦ୍ଧି ଘଟିପାରେ । ଶିକ୍ଷାକ୍ଷେତ୍ରରେ ବିଶୃଖଂଳା ଉପୁଜିପାରେ । କୋର୍ଟର ନିଷ୍ପତି ବଦଳି ଯାଇପାରେ । ମହିଳା ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ବିରଜାଙ୍କର ଆରଧନା କରନ୍ତୁ
କୁମ୍ଭ
ଧନିଷ୍ଠା- ଶାରିରୀକ ଉନ୍ନତି ଆସିବ । କର୍ମ କ୍ଷେତ୍ରରେ ଉତରତର ଉନ୍ନତି କରିବେ । ସାଂସାରିକ କ୍ଷେତ୍ରରେ ସୁଖ ସମୃ୍ଦ୍ଧି ଫେରିଆସିବ ଓ ସମ୍ପର୍କରେ ଉନ୍ନତି ଆସିବ ବ୍ୟବସାୟରେ । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ ।
ଶତଭିଷା- ପ୍ରେମ କ୍ଷେତ୍ରରେ ସମୟ ଗୁଡିକ ହସ ଖୁସିରେ ବିତିବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ଧାତୁ ପଦାର୍ଥ ବିକ୍ରୟ କରୁଥିବା ବ୍ୟବସାୟୀ ମାନେ ଲାଭବାନ୍ ହେବେ
ପୂ, ଭାଦ୍ରପଦ- ଜମିଜମାକୁ ନେଇ ନିଜ ଲୋକମାନେ ବିଶ୍ୱାସ ଘାତ କରିପାରନ୍ତି । ମହିଳା ମାନେ ଆମୋଦ ପ୍ରମୋଦରେ ସମୟ କଟାଇବେ । ଯାନ ବାହନ କିଣିବା ଲାଗି ଆଗ୍ରହ ପ୍ରକାଶ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ
ମୀନ-
ପୂ,ଭାଦ୍ରପଦ- ଉଦବେଗରୁ ମୁକ୍ତି ମିଳିବ । ପରିବାରରେ ଯେତେ ଅସୁବିଧା ଆସିଲେ ମଧ୍ୟ ସବୁକୁ ଏଡାଇ ଆଗକୁ ଯିବେ । ଜୀବନ ସାଥୀଙ୍କ ସହିତ ଦୂର ଯାତ୍ରାରେ ଆନନ୍ଦ ପାଇବେ ।
ଉ,ଭାଦ୍ରପଦ- କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିପାରେ । ରାଜନୀତି କରିବାରେ ଆଗ୍ରହ ପ୍ରକାଶ ପାଇବ । ଶତୃଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି ।
ରେବତୀ- ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଭଲ ସଫଳତା ପାଇବେ । ପିତୃ ପୁରୁଷ ସମ୍ପତି ପାଇଁ ଖୁସି ଅନୁଭବ କରିବେ । ମହିଳା ମାନେ ନୂଆ କାର୍ଯ୍ୟର ଅନୁସନ୍ଧାନ କରିବେ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ରାମଙ୍କର ପୂଜାପାଠ କରନ୍ତୁ
Today Panchang 13th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Agniveers Showcase Elite Tactics: କୋଣାର୍କରେ ମନମୋହିଲା ଅଗ୍ନିବୀରଙ୍କ ରଣକୌଶଳ, ୧୨ କୋଟି ବ୍ୟୟରେ ହୋଇଛି ଅତ୍ୟାଧୁନିକ ଟ୍ରେନିଂ ପ୍ରତିଷ୍ଠାନ

Court Steps In: କୋର୍ଟଙ୍କ ହସ୍ତକ୍ଷେପ ପରେ ଦୃଷ୍ଟିବାଧିତଙ୍କୁ ପ୍ରାପ୍ୟ, ଭିନ୍ନକ୍ଷମଙ୍କ ପାଇଁ ପ୍ରଶାସନର ଉତ୍ତର ଦାୟିତ୍ବକୁ ନେଇ ପ୍ରଶ୍ନ

Intense Winter Across the State: ସାରା ରାଜ୍ୟରେ ଭୟଙ୍କର ଶୀତ, ବାଲିଗୁଡ଼ାରେ ବରଫ ପାଲଟିଲା କାକର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)