/odishatv-khabar/media/media_files/2026/01/06/rain-coming-2026-01-06-19-32-42.jpg)
Rain-coming Photograph: (OTV)
ବଙ୍ଗୋପସାଗରରେ ଲଘୁଚାପ । କାଲିକୁ ହେବ ଅଧିକ ଘନୀଭୂତ । ଧାନ ଅମଳ ସମୟରେ ଆସୁଛି ବର୍ଷା । ବିଲରେ, ମଣ୍ଡିରେ ପଡ଼ିଛି ଧାନ। ଚାଷୀଙ୍କୁ ଛାନିଆ କଲାଣି ଅଦିନିଆ ବର୍ଷା ଆଶଙ୍କା । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଶୀତଦିନିଆ ଲଘୁଚାପ । ଧାନ ଅମଳ ସମୟରେ ଲଘୁଚାପ ସୃଷ୍ଟି ହେବା ଘଟଣା ଚାଷୀଙ୍କୁ ଛାନିଆ କରିଛି ।
ଭାରତୀୟ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ କାଲି ସଂଧ୍ୟା ସାଢ଼େ ୫ଟାରେ ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ତତ୍ ସଂଲଗ୍ନ ପୂର୍ବ ବିଷୁବରେଖା ଭାରତ ମହାସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତିକରି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ବିଷୁବରେଖା ଅନ୍ତର୍ଗତ ପୂର୍ବ ଭାରତ ମହାସାଗର ଆଡ଼କୁ ଯିବା ସମ୍ଭାବନା । ତେବେ ଓଡ଼ିଶା ଉପରେ ଏହା ବିଶେଷ ପ୍ରଭାବ ପକାଇ ନପାରେ ବୋଲି କୁହାଯାଉଛି ।
ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ କହିବାନୁସାରେ ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିନପାରେ । କିନ୍ତୁ ୧୦ ତାରିଖ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶା ଉପର ଦେଇ ଏକ ଟ୍ରାପ୍ ଲାଇନ୍ ଆସୁଥିବାରୁ ଏହାର ପ୍ରଭାବରେ ବର୍ଷା ହେବ । ୧୦ ତାରିଖ ଦିନ ଉପକୂଳ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।
ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ କହିବାନୁସାରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ଭୟୂରଭଂଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ସେମିତି ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼ରେ ବର୍ଷା ହୋଇପାରେ । ସାରା ରାଜ୍ୟରେ ଏବେ ଚାଷୀ ଧାନ ସଂଗ୍ରହରେ ବ୍ୟସ୍ତ ।
କେଉଁଠି ଧାନ କଟା ଚାଲିଛି ତ ଆଉ କେଉଁଠି ଅମଳ ଚାଲିଛି ଓ ଆଉ କେଉଁଠି ଧାନ ବିକିବାକୁ ମଣ୍ଡିରେ ବସିଛି ଚାଷୀ । ଏଭଳି ଅବସ୍ଥାରେ ବର୍ଷା ଚାଷୀକୂଳକୁ ଛାନିଆ କରିପକାଇଛି । ବର୍ଷା ଆସିବା ପୂର୍ବରୁ କଟା ହୋଇନଥିବା ଧାନକୁ କାଟି ପକାଇବା ଓ ସୁରକ୍ଷିତ ଭାବେ ଘୋଡ଼ାଇ ରଖିବା ସହ ମଣ୍ଡିରୁ ଧାନ ଉଠାଯିବା ଜରୁରୀ ହୋଇପଡ଼ିଛି ।
Shocking Murder: ସମ୍ପତ୍ତି ଲୋଭରେ ପୁଅର ନୃଶଂସ କାଣ୍ଡ, କୁରାଢିରେ ହାଣିଦେଲା ୩ ଜଣଙ୍କୁ

Killer Constable: ଇନ୍ସପେକ୍ଟରଙ୍କ ଆଗରେ ହାରିଗଲା କନଷ୍ଟେବଲ ବୁଦ୍ଧି, ଗଳଗଳ କରି ସତ ଓଗାଳିଲା କିଲର୍ ଦୀପକ

Violence: ବାଂଲାଦେଶରେ ଥମୁନି ନରସଂହାର, ଘରେ ପଶି ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ କଲେ

Tuskless Elephant: ବୁଲି ବୁଲି ଲୋକଙ୍କ ଘର ଭାଙ୍ଗୁଛି, କେହି ହାବୁଡରେ ପଡିଲେ ଦଳିକି ମାରିଦେଉଛି ହାତୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)