/odishatv-khabar/media/media_files/2026/01/06/man-kills-father-2026-01-06-18-22-42.jpg)
Man-Kills-Father Photograph: (OTV)
ବାପା, ସହ ଭଉଣୀ ଓ ୧୪ ବର୍ଷର ଭାଣିଜୀକୁ ହାଣି କୂଅରେ ଫିଙ୍ଗିଲା । ସାମାନ୍ୟ ଜମି ଖଣ୍ଡିଏ ପାଇଁ ଜନ୍ମକଲା ପୁଅ ଯେ ଏମିତି ସୈତାନ ପାଲଟିପାରେ, ତାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବାପା ସାନପୁଅ ନାଁରେ କିଛି ଜମି କରିଥିଲେ । ଆଉ ଏଥିରେ ରାଗିଯାଇଥିଲା ବଡ ପୁଅ । ଘରେ ବାପାର ତଣ୍ଟି ଚିପି ମାରିଥିଲା ।
ଭଉଣୀ ଓ ଭାଣିଜୀ ଏହାକୁ ଦେଖିଦେବାରୁ କୁରାଢିରେ ସେ ଦୁଇ ଜଣଙ୍କୁ ବି ହାଣି ଦେଇଥିଲା । ଆଉ ଅନ୍ଧାର ରାତିରେ ୩ ଜଣଙ୍କ ଶବକୁ ଲୁଚାଇ ନେଇ କୂଅରେ ଫିଙ୍ଗିଦେଲା । ଏହାସହ ନିଜ ସାନ ଭାଇକୁ ବି ଗୁଳି କରିଥିଲା ଅଭିଯୁକ୍ତ ।
ଉତ୍ତରପ୍ରଦେଶ ପ୍ରୟାଗରାଜର ଗଙ୍ଗାନଗର ଅଞ୍ଚଳରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ଗତ ଶୁକ୍ରବାର ରାତିରୁ ବାପା ରାମ ସିଂ, ଭଉଣୀ ସାଧନା ଓ ଭାଣିଜୀ ଘରୁ କୁଆଡେ ନିଖୋଜ ହୋଇଯାଇଥିଲେ । ଏନେଇ ସାନଭାଇ ମୁକୁନ୍ଦ ପଟେଲ ଥାନାରେ ଅଭିଯୋଗ କରିଥିଲେ ।
କୂଅରୁ ମିଳିଥିଲା ୩ ମୃତଦେହ
ବଡଭାଇ ମୁକେଶ ପଟେଲ ହିଁ ସେମାନଙ୍କ ସହ କିଛି ଘଟାଇଥିବା ସନ୍ଦେହ କରିଥିଲେ ମୁକୁନ୍ଦ । ଅଭିଯୋଗ ପାଇ ଜୋରଦାର ଛାନଭିନ୍ ଚଳାଇଥିଲା ପୋଲିସ । ଏହାର ଦୁଇ ଦିନ ପରେ ଗାଁ ପାଖ ଗୋଟିଏ କୂଅ ଭିତରୁ ମିଳିଥିଲା ୩ ଜଣଙ୍କ ମୃତଦେହ ।
ପୋଲିସର ପଚରାଉଚରାରେ ସବୁ ସତ ଓଗାଳିଥିଲା ଅଭିଯୁକ୍ତ ମୁକେଶ । ତା' ବାପା, ସାନ ଭାଇ ନାଁରେ ୪ ବିଘା ଜମି କରିଦେଇଥିଲେ । ଏଥିରେ ରାଗି ଯାଇ ସେ ବାପାକୁ ହତ୍ୟା କରିଥିଲା । ଭଉଣୀ ଓ ଭାଣିଜୀ ଏହାକୁ ଦେଖିଦେବାରୁ ଘରେ ପଡିଥିବା ଏକ କୁରାଢୀରେ ହାଣି ସମସ୍ତଙ୍କୁ ମାରିଦେଇଥିଲା ।
ଆଉ ରାତିରେ ଘନ କୁହୁଡିର ସୁଯୋଗ ନେଇ ଘର ପାଖରେ ଥିବା ଏକ କୂଅ ଭିତରେ ୩ ଜଣଙ୍କ ମୃତଦେହ ଫିଙ୍ଗି ଘୋଡାଇ ଦେଇଥିଲା । ଏହି ଟ୍ରିପଲ ମର୍ଡର ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି ।
Killer Constable: ଇନ୍ସପେକ୍ଟରଙ୍କ ଆଗରେ ହାରିଗଲା କନଷ୍ଟେବଲ ବୁଦ୍ଧି, ଗଳଗଳ କରି ସତ ଓଗାଳିଲା କିଲର୍ ଦୀପକ

Violence: ବାଂଲାଦେଶରେ ଥମୁନି ନରସଂହାର, ଘରେ ପଶି ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ କଲେ

Tuskless Elephant: ବୁଲି ବୁଲି ଲୋକଙ୍କ ଘର ଭାଙ୍ଗୁଛି, କେହି ହାବୁଡରେ ପଡିଲେ ଦଳିକି ମାରିଦେଉଛି ହାତୀ

Bhairav Commandos: ଶତ୍ରୁ ଛାତିରେ ତାଣ୍ଡବ କରିବେ ଭୈରବ କମାଣ୍ଡୋ, ବେଶ କରିବ ଛାନିଆ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)