Advertisment

Violence: ବାଂଲାଦେଶରେ ଥମୁନି ନରସଂହାର, ଘରେ ପଶି ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ କଲେ

ମଣି ନିଜ ଦୋକାନରେ ବସିଥିବା ବେଳେ କିଛି ଅଜଣା ଆକ୍ରମଣକାରୀ ଆସି ତାଙ୍କୁ ଦୋକାନ ଭିତରେ ହାଣି ଦେଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ଶେଷରେ ଆଖି ବୁଜିଦେଇଥିଲେ ମଣି ।

author-image
Tapan Swain
Killing-In-Bangladesh

Killing-In-Bangladesh Photograph: (OTV)


ହିନ୍ଦୁଙ୍କୁ ହାଣିଲେ, ବିଚ୍ ରାସ୍ତାରେ ଗୁଳି ମାରିଲେ... । ମଣି ଚକ୍ରବର୍ତ୍ତୀ । ବାଂଲାଦେଶ ନରସିଙ୍ଗଦି ଜିଲ୍ଲାର ଚାରସିନ୍ଦୁର ବଜାରରେ ଗୋଟିଏ ଗ୍ରୋସରୀ ଦୋକାନ କରି ଚଳୁଥିଲେ । ଗତକାଲି ରାତି ପ୍ରାୟ ୧୦ଟା ହେବ ।  ମଣି ନିଜ ଦୋକାନରେ ବସିଥିବା ବେଳେ କିଛି ଅଜଣା ଆକ୍ରମଣକାରୀ ଆସି ତାଙ୍କୁ ଦୋକାନ ଭିତରେ ହାଣି ଦେଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ଶେଷରେ ଆଖି ବୁଜିଦେଇଥିଲେ ମଣି । ଆଉ ଏହା ଥିଲା ଗତ ୨୪ ଘଣ୍ଟାରେ ବାଂଲାଦେଶରେ ଦ୍ୱିତୀୟ ହିନ୍ଦୁ ହତ୍ୟା ଘଟଣା । 

Advertisment

ମଣିଙ୍କ ହତ୍ୟା ପୂର୍ବରୁ କାଲି ସନ୍ଧ୍ୟାରେ ରାଣା ପ୍ରତାପ ବୈରାଗୀ ନାମକ ଜଣେ ହିନ୍ଦୁ ସାମ୍ବାଦିକଙ୍କୁ ବି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ରାଣା ପ୍ରତାପ ଏକ ଖବରକାଗଜର କାର୍ଯ୍ୟକାରୀ ସମ୍ପାଦକ । ତା' ସହ ଜେଶୋର ଜିଲ୍ଲାର କୋପାଲିଆ ବଜାରରେ ତାଙ୍କର ଏକ ଆଇସ୍ ଫ୍ୟାକ୍ଟ୍ରି ରହିଛି । ସନ୍ଧ୍ୟାରେ ସେ ନିଜ ଫ୍ୟାକ୍ଟ୍ରିରେ ଥିଲେ । କିଛି ଅଜଣା ଦୁର୍ବୃତ୍ତ ସେଠି ପହଞ୍ଚି ରାଣାଙ୍କୁ ଫ୍ୟାକ୍ଟ୍ରିରୁ ଡାକି ନେ‌ଇଥିଲେ ଓ ବିଚ୍ ବଜାରରେ ତାଙ୍କୁ ମୁଣ୍ଡକୁ ଗୁଳି ମାରିଥିଲେ । ୩ ରାଉଣ୍ଡ ଗୁଳି ଚଳାଇଥିଲେ ଆକ୍ରମଣକାରୀ । ଯେଉଁଥିରେ ଘଟଣାସ୍ଥଳରେ ହିଁ ରାଣାପ୍ରତାପଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଦୃଶ୍ୟ ଭୟାନକ ଥିଲା । 

ସାଂଘାତିକ ଓ ବର୍ବର ଘଟଣା

କେବଳ ଏତିକି ନୁହେଁ, ବାଂଲାଦେଶରେ ହିନ୍ଦୁଙ୍କ ଉପରେ ନିର୍ଯାତନାର ଆହୁରି ବି ସାଂଘାତିକ ଓ ବର୍ବର ଘଟଣା ଆସିଛି ସାମ୍ନାକୁ । ଗତ ଶନିବାର ଦିନ କାଲିଗଞ୍ଜ ଅଞ୍ଚଳରେ ଜଣେ ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଦୁଇ ଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କ ଘରେ ପଶି ଗଣଦୁଷ୍କର୍ମ କରିଥିଲେ । ଏହାପରେ ତାଙ୍କୁ ଗଛରେ ବାନ୍ଧି ଚୁଟି କାଟି ଦେଇଥିଲେ ଓ ଘଟଣାର ଭିଡିଓ ରେକର୍ଡ କରି ଭାଇରାଲ କରିଥିଲେ । ଏହି ଅସହ୍ୟ ନିର୍ଯାତନାରେ ଅଚେତ୍ ହୋଇଯାଇଥିଲେ ମହିଳା ।

Advertisment

ସଂଖ୍ୟାଲଘୁ ହିନ୍ଦୁଙ୍କ ପାଇଁ ଏବେ ଯେମିତି ନର୍କ ପାଲଟିଯାଇଛି ବାଂଲାଦେଶ । ମୃତକ ଦୀପୁଚନ୍ଦ୍ର ଦାସ (ଡିସେମ୍ବର ୧୮) ମୟମନସିଂହ ଜିଲ୍ଲାର ଏକ କପଡା ଫ୍ୟାକ୍ଟ୍ରିରେ କାମ କରୁଥିଲେ । ଅମୃତମଣ୍ଡଳ (ଡିସେମ୍ବର ୨୩), ବଜେନ୍ଦ୍ର ବିଶ୍ୱାସ, ଖୋକନ ଚନ୍ଦ୍ର ଦାସ(ଜାନୁଆରୀ ୩), ରାଣା ପ୍ରତାପ, ମଣି ଚକ୍ରବର୍ତ୍ତୀ (ଗତ ୨୪ଘଣ୍ଟାରେ ହତ୍ୟା) ଏମିତି ଜଣକ ପରେ ଜଣେ ହିନ୍ଦୁଙ୍କୁ ମାରି ରକ୍ତର ହୋଲି ଖେଳୁଛନ୍ତି ହିଂସାକାରୀ ।

ମନ ଶାନ୍ତି ନହେଲେ ରାତି ଅଧରେ ହିନ୍ଦୁଙ୍କ ଘର ଜାଳିଦେଉଛନ୍ତି । ଭାରତ ବିରୋଧୀ ଛାତ୍ର ନେତା ଓସମାନ ହାଦିର ହତ୍ୟା ପରଠୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଥମିବାର ନାଁ ଧରୁନଥିବା ବେଳେ କେବଳ ଦେଖଣାହାରୀ ସାଜିଛି ୟୁନୁସ୍ ସରକାର । ଜଣା ନାହିଁ ଆଗକୁ ଆହୁରି କେତେ ହିନ୍ଦୁଙ୍କ ମୁଣ୍ଡ ଗଡାଉଛି ବାଂଲାଦେଶ... ।

Bangladesh Violence
Advertisment
Related Articles
Advertisment