/odishatv-khabar/media/media_files/2026/01/06/killer-constable-2026-01-06-18-00-19.jpg)
KILLER-CONSTABLE Photograph: (OTV)
ମାନିଗଲା କିଲର କନଷ୍ଟେବଲ। ଶୁଭମିତ୍ରାଙ୍କ ଭଳି ଅପର୍ଣ୍ଣାଙ୍କୁ ବି ମାରିଥିଲା । ଆଉ ଲୁଚାଇ ପାରିଲାନି । ସବୁ ପ୍ଲାନ ତାର ଫେଲ୍ ମାରିଲା । ଇନ୍ସପେକ୍ଟରଙ୍କ ଆଗରେ ହାରିଗଲା କନଷ୍ଟେବଲ ବୁଦ୍ଧି। ପୋଲିସ ଆଗରେ ଗଳ ଗଳ କରି ସତ ଓଗାଳିଦେଲା କିଲର କନଷ୍ଟେବଲ ଦୀପକ। ଦିନିକିଆ ରିମାଣ୍ଡରେ ଯାଇ ସବୁ ସତ ଓଗାଳି ଦେଇଛି କିଲର କନଷ୍ଟେବଲ ଦୀପକ ରାଉତ । ଖୁଣ୍ଟୁଣୀ ପୋଲିସ ଦୀପକକୁ ରିମାଣ୍ଡରେ ନେଇ ସବୁ କିଛି ଆଦାୟ କରିଦେଇଛି ।
ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ କିଭଳି ଛଟପଟ କରି ମାରିଥିଲା ସବୁ ସତ ମାନିଯାଇଛି ଦୀପକ । ଦ୍ବିତୀୟ ପତ୍ନୀ ଶୁଭମିତ୍ରା ସାହୁଙ୍କ ଭଳି ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କୁ ବି ହତ୍ୟା କରିଥିବା ମାନିଯାଇଛି ଦୀପକ । ଦୀପକକୁ ଝାରପଡ଼ା ଜେଲରୁ ଦିନକ ପାଇଁ ରିମାଣ୍ଡରେ ନେଇଥିଲା ଖୁଣ୍ଟୁଣୀ ପୋଲିସ । ଜେଲରୁ ଥାନାକୁ ନେଇ ସିଧା ସିଧା ପଚାରିଥିଲେ ଆଇଓ । ଆଉ ଲୁଚେଇ ପାରିବନି ଜାଣିବା ପରେ ଦୀପକ ସବୁ ସତ ମାନିଯାଇଥିବା ସୂଚନା ମିଳିଛି । ଶ୍ବଶୁର ଘରୁ ଫେରିବା ପରେ କିଭଳି ଯୋଜନାବଦ୍ଧ ଭାବେ ଅପର୍ଣ୍ଣାଙ୍କୁ ମାରିଥିଲା ସବୁ କହିଦେଇଛି ।
କାର୍ ଭିତରେ ହତ୍ୟା କରିବା ପରେ...
ଭୁବନେଶ୍ବର କମିଶନରେଟ ପୋଲିସ ମୁଖ୍ୟାଳୟରେ କନଷ୍ଟେବଲ ଚାକିରି କରୁଥିବା ଦୀପକ ଶୁଭମିତ୍ରା ମର୍ଡର କେସରେ ଧରାପଡ଼ିଥିଲେ । ଟ୍ରାଫିକ କନଷ୍ଟେବଲ ଥିବା ଶୁଭମିତ୍ରାଙ୍କ ମୃତଦେହ କେନ୍ଦୁଝରରୁ ମାଟିତଳୁ ଉଦ୍ଧାର କରିଥିଲା ପୋଲିସ । ଶୁଭମିତ୍ରାଙ୍କୁ କୋର୍ଟ ମ୍ୟାରେଜ କରି ଏକାଠି ରହୁଥିବା ଦୀପକ ଟଙ୍କା ନେଣଦେଣକୁ କେନ୍ଦ୍ରକରି କାର ଭିତରେ ହତ୍ୟା କରିବା ପରେ କେନ୍ଦୁଝର ନେଇ ସେଠାରେ ନିଜ ମାଉସୀ ପୁଅ ସହାୟତାରେ ମାଟି ତଳେ ପୋତି ଦେଇ ପଳାଇ ଆସିଥିଲା ।
ଶୁଭମିତ୍ରା ମର୍ଡର କେସରେ ସଂପୃକ୍ତି ଜାଣିବା ପରେ ଦୀପକଙ୍କ ଉପରେ ସନ୍ଦେହ କରିଥିଲେ ପ୍ରଥମ ପତ୍ନୀ ଅପଣ୍ଣାଙ୍କ ପରିବାର ଲୋକ। ତାଙ୍କ ଭଉଣୀକୁ ଦୀପକ ମାରିଦେଇ ଦୁର୍ଘଟଣା ରୂପ ଦେଉଥିବା ସନ୍ଦେହ କରି ଖୁଣ୍ଟୁଣୀ ଥାନାରେ ପୁଣି ଥରେ ଏତଲା କରିଥିଲେ ଅପର୍ଣ୍ଣାଙ୍କ ଦୁଇ ଭଉଣୀ ରୋଜାଲିନ ଓ ରୁପାଲିନ୍ ।୨୦୨୨ରେ ମୃତ୍ୟୁବରଣ କରିଥିବା ଅପର୍ଣ୍ଣା ୨୦୧୮ରେ ଦୀପକଙ୍କୁ ବିବାହ କରିଥିଲେ ।
ମାର୍ଚ୍ଚ ୧୭ ତାରିଖ ୨୦୨୨ ମସିହାରେ ଅପର୍ଣ୍ଣାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଢେଙ୍କାନାଳରୁ ଫେରିବା ବେଳେ ରାସ୍ତାରେ କାର ପଙ୍କଚର ହେବାରୁ ଚକା ବଦଳାଇବା ବେଳେ ଦୁର୍ଘଟଣାରେ ଅପର୍ଣ୍ଣାଙ୍କ ମୃତ୍ୟୁ ଘଟିଥିବା କହିଥିଲେ ଦୀପକ । ସେ ଚକା ବଦଳାଉଥିବା ବେଳେ ଅପର୍ଣ୍ଣା ଟର୍ଚ୍ଚ ଦେଖାଉଥିଲେ ।
ସେତିକି ବେଳେ ରାସ୍ତାରେ ଯାଉଥିବା ଏକ ଟ୍ରକରୁ ଢେଲାଟିଏ ଛିଟିକି ଅପର୍ଣ୍ଣାଙ୍କ ମୁଣ୍ଡରେ ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ଦୀପକ । ସେତେବେଳେ ଦୀପକଙ୍କ କଥାକୁ ସତ ମାନି ଚୁପ୍ ରହିଯାଇଥିଲେ ଅପର୍ଣ୍ଣାଙ୍କ ପରିବାର । କିନ୍ତୁ ଶୁଭମିତ୍ରା ମାମଲାରେ ଦୀପକଙ୍କ ସଂପୃକ୍ତ ଜାଣିବା ପରେ ପରିବାର ଏତଲା କଲେ ଏବଂ ଏବେ ସତକଥା ସବୁ ସାମ୍ନାକୁ ଆସିଗଲା ।
ଶୁଭମିତ୍ରାଙ୍କ ଭଳି ଅପର୍ଣ୍ଣାଙ୍କୁ ବି ବୀମା ଟଙ୍କା ପାଇଁ ମାରିଥିଲେ କିଲର ଦୀପକ । ଅପର୍ଣ୍ଣାଙ୍କ ନାଁରେ ଥିବା ୧ କୋଟିର ଟର୍ମ ଇନସୁରାନ୍ସ ଟଙ୍କା ହଡ଼ପ କରିବାକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା । ଏବେ ରିମାଣ୍ଡରେ ନେଇ ଦୀପକ ଠାରୁ ସବୁ ସତ ଓଗାଳିବା ପରେ ପୋଲିସ ମାମଲାର ଚାର୍ଜସିଟ୍ କରିବାକୁ ପ୍ରସ୍ତୁତ ହେଉଛି ।
Violence: ବାଂଲାଦେଶରେ ଥମୁନି ନରସଂହାର, ଘରେ ପଶି ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ କଲେ

Tuskless Elephant: ବୁଲି ବୁଲି ଲୋକଙ୍କ ଘର ଭାଙ୍ଗୁଛି, କେହି ହାବୁଡରେ ପଡିଲେ ଦଳିକି ମାରିଦେଉଛି ହାତୀ

Bhairav Commandos: ଶତ୍ରୁ ଛାତିରେ ତାଣ୍ଡବ କରିବେ ଭୈରବ କମାଣ୍ଡୋ, ବେଶ କରିବ ଛାନିଆ

Sathya Sai Baba Devotee: ସତ୍ୟସାଇ ବାବାଙ୍କ ଅନୁଗାମୀ ଥିଲେ ଭେନେଜୁଏଲା ରାଷ୍ଟ୍ରପତି, ଜେଲ୍ ଯିବା ପୂର୍ବରୁ କରିଥିଲେ ସ୍ମରଣ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)