Advertisment

Tuskless Elephant: ବୁଲି ବୁଲି ଲୋକଙ୍କ ଘର ଭାଙ୍ଗୁଛି, କେହି ହାବୁଡରେ ପଡିଲେ ଦଳିକି ମାରିଦେଉଛି ହାତୀ

ସଞ୍ଜ ନଇଁଲେ ଜଙ୍ଗଲ ଛାଡି ଜନବସତିରେ ଏମିତି ଆତଙ୍କ ଖେଳାଇଛି ନୀଳଗିରି କୁଳଡିହାର ଏକ ମାଖନା ହାତୀ  । କେତେବେଳେ ଅନ୍ଧାର ରାତିରେ ପେଟ୍ରୋଲ ପମ୍ପରେ ପଶି ରାଜୁତି ଚଳାଉଛି ତ କେତେବେଳେ ଆଖପାଖ ଗାଁକୁ ମାଡିଆସୁଛି ।

author-image
Tapan Swain
Nilagiri-Elephant-Terror

Nilagiri-Elephant-Terror Photograph: (OTV)

ମାଖନା ହାତୀର ଦାଦାଗିରିରେ ତ୍ରାହି ତ୍ରାହି ଡାକିଲେଣି ଲୋକେ । ରାତିରେ ବୁଲି ବୁଲି ଲୋକଙ୍କ ଘର ଭାଙ୍ଗୁଛି, କେହି ହାବୁଡରେ ପଡିଲେ ଦଳିକି ମାରିଦେଉଛି । ଖଟ ତଳେ ପଶି, ପାଟିରେ କପଡା ମାଡି ନିଜ ଜୀବନ ବଞ୍ଚାଉଛନ୍ତି ଲୋକେ । ଗାଁରେ ପଶି ସାଂଘାତିକ ଅବସ୍ଥା କରିଛି ହାତୀ... ଘରଦ୍ୱାର, ଗାଡିମୋଟର ସବୁ ଛିନଛତ୍ର କରିପକାଇଛି । 

Advertisment

ସଞ୍ଜ ନଇଁଲେ ଜଙ୍ଗଲ ଛାଡି ଜନବସତିରେ ଏମିତି ଆତଙ୍କ ଖେଳାଇଛି ନୀଳଗିରି କୁଳଡିହାର ଏକ ମାଖନା ହାତୀ  । କେତେବେଳେ ଅନ୍ଧାର ରାତିରେ ପେଟ୍ରୋଲ ପମ୍ପରେ ପଶି ରାଜୁତି ଚଳାଉଛି ତ କେତେବେଳେ ଆଖପାଖ ଗାଁକୁ ମାଡିଆସୁଛି ।

ଆଉ ଯଦି କିଏ ଜଙ୍ଗଲକୁ ଛେଳି ଚରାଇବାକୁ ଯାଉଛି, ଜୀବନ ନେବାକୁ ପଛାଉନାହିଁ । ସପ୍ତାହେ ଭିତରେ ଜଣଙ୍କ ଜୀବନ ନେବା ସହ ଗୋଟିଏ ରାତିରେ ପାଞ୍ଚ ପାଞ୍ଚଟି ଘର ଭାଙ୍ଗିସାରିଲାଣି ଏହି ମାଖନା ହାତୀଟି । ଖୁମକୁଟ ଡ୍ୟାମ ନିକଟରେ ବୈରାଗୀ ଦେହୁରି ନାମକ ଜଣେ ବ୍ୟକ୍ତିଙ୍କୁ ଦଳି ମାରିଥିବା ଘଟଣା ଆସିଛି ସାମ୍ନାକୁ ।

 ନୀଳଗିରି କୁଳଡିହା ଅଭୟାରଣ୍ୟ ପାଦଦେଶରେ ବାଉଁଶବଣିଆ ପଞ୍ଚୟତ ଅନ୍ତର୍ଗତ ଛୋଟକାନପୁର ଗ୍ରାମ । କାହାର ପକ୍କା କାନ୍ଥ ଭାଙ୍ଗିଛି ତ କେଉଁଠି ଗାଡି, ସାଇକେଲ ସହ ଭାତ ହାଣ୍ଡି ଡେକଚି ଚେପା ହୋଇଯାଇଛି । ଏହା ହେଉଛି ହାତୀ ଯିବା ପରର ଅବସ୍ଥା ।  ଲୋକେ ଶୋଇଥିବା ବେଳେ କାନ୍ଥ ଭାଙ୍ଗିପଡିଛି ଖଟ ଉପରେ । ସତେ ଯେମିତି ମୃତ୍ୟୁ ମୁହଁରୁ ଅଳ୍ପକେ ବଞ୍ଚିଯାଇଛି ଜୀବନ । ଘର ବାହାରେ ହାତୀର ପିଙ୍କାର ଶୁଣି ଘର ଭିତରେ କାନ୍ଦୁଥିବା ପିଲାଙ୍କ ପାଟିରେ ଶାଢ଼ି କାନିକୁ ବିଣ୍ଡା କରି ପୂରାଇ ଜୀବନ ବଞ୍ଚାଇଛନ୍ତି ଲୋକେ ।

ହାତୀଟି ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ ଦୈନନ୍ଦିନ ବ୍ୟାପକ କ୍ଷୟକ୍ଷତି ଘଟାଉଛି  । ଏହାକୁ ଦୃଷ୍ଟିରେ ରଖି ହାତୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଉପରସ୍ଥ ଅଧିକାରୀଙ୍କୁ ଜଣାଯିବ ବୋଲି କହିଛନ୍ତି ରେଞ୍ଜର ।

Advertisment

Elephant Nilgiri
Advertisment
Related Articles
Advertisment