/odishatv-khabar/media/media_files/2026/02/22/low-pressure-2026-02-22-08-36-22.jpg)
Low Pressure Photograph: (OTV)
ବଦଳିପାରେ ରାଜ୍ୟର ପାଣିପାଗ। ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଲଘୁଚାପ ସୃଷ୍ଟି ହେବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ କାଲିଠୁ ରାଜ୍ୟରେ ଦୁଇ ଦିନ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
Advertisment
କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। କାଲି ପାଇଁ ୮ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଏଥିସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
ସେହିପରି ୨୪ ତାରିଖ ପାଇଁ ଯାଜପୁର, କଟକ ଓ ମୟୂରଭଞ୍ଜ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ସତର୍କତା। ତାପରେ ରାଜ୍ୟରେ ପାଗ ଶୁଖିଲା ରହିବ। ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ।
Advertisment
Advertisment



Related Articles
Accident: ମର୍ମନ୍ତୁଦ ଦୁର୍ଘଟଣା; ୫ ପୋଲିସ କର୍ମଚାରୀ ମୃତ, ଏକାଧିକ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି
POSTED

Massive Fire Guts 50 Shops: ଜଳିଗଲା ପରିବା ମାର୍କେଟ, ପୋଡି ପାଉଁଶ ହୋଇଗଲା ୫୦ରୁ ଅଧିକ ଦୋକାନ
POSTED

Pakistan Conducts Airstrikes In Afghanistan: ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍; ଆତଙ୍କା ଆଡ୍ଡା ଉପରେ ଘନଘନ ଆକ୍ରମଣ
POSTED

Effective Yoga Practices to Control Anger: ଟିକିଏ ଟିକିଏ କଥାରେ ଆସୁଛି କି ରାଗ… କରନ୍ତୁ ଏହି ୫ ଯୋଗ, ମିଳିବ ଶାନ୍ତି
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)