/odishatv-khabar/media/media_files/2026/02/22/air-strike-on-afghanistan-2026-02-22-08-19-11.jpg)
Air Strike on Afghanistan Photograph: (OTV)
ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍ କଲା ପାକିସ୍ତାନ। ଆଫଗାନିସ୍ତାନ ସୀମା ଭିତରେ ପଶି ବଡ଼ ଧରଣର ଏୟାରଷ୍ଟ୍ରାଇକ୍ କରିଛି ପାକିସ୍ତାନ ବାୟୁସେନା। ପାକିସ୍ତାନରେ ବଢୁଥିବା ଆତ୍ମଘାତୀ ବିସ୍ଫୋରଣର ପ୍ରତିଶୋଧ ନେବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି।
ଗତକାଲି ରାତିରେ ପାକିସ୍ତାନୀ ଯୁଦ୍ଧବିମାନ ଓ ଡ୍ରୋନ୍ ଆଫଗାନିସ୍ତାନ ବାରମଲ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୋମାମାଡ଼ କରିଛି। ବିଶେଷ କରି ସୀମା ନିକଟବର୍ତ୍ତୀ ଆତଙ୍କବାଦୀ ଶିବିରଗୁଡ଼ିକୁ ଆକ୍ରମଣରେ ଟାର୍ଗେଟ୍ କରାଯାଇଥିବା ଦାବି କରିଛି ପାକିସ୍ତାନ।
ଆଫଗାନିସ୍ତାନରେ ଆଶ୍ରୟ ନେଉଥିବା ତେହରିକ-ଏ-ତାଲିବାନ-ପାକିସ୍ତାନ, TTP ଓ ISKP ର ସଦସ୍ୟମାନେ ଏହି ବିସ୍ଫୋରଣ ପଛରେ ଥିବାରୁ ସେମାନଙ୍କ ଆଡ୍ଡାକୁ ଧ୍ବଂସ କରିଛି। କିନ୍ତୁ ଆଫଗାନିସ୍ତାନ କହିଛି, ଜନବସତି ଓ ମଦ୍ରାସାରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିଛି। ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୧୯ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ପାକିସ୍ତାନର ଏୟାରଷ୍ଟ୍ରାଇକ୍ ପରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆଫଗାନିସ୍ତାନର ତାଲିବାନ ଶାସନ ଏହି ଆକ୍ରମଣକୁ ଦେଶର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ ବୋଲି କହିଛି। ଏଥିସହ ଏହାର ପରିଣାମ ପାକିସ୍ତାନ ପାଇଁ ଭୟଙ୍କର ହୋଇପାରେ ବୋଲି ତାଲିବାନ ପକ୍ଷରୁ ଚେତାବନୀ ଦିଆଯାଇଛି।
Effective Yoga Practices to Control Anger: ଟିକିଏ ଟିକିଏ କଥାରେ ଆସୁଛି କି ରାଗ… କରନ୍ତୁ ଏହି ୫ ଯୋଗ, ମିଳିବ ଶାନ୍ତି

Another Low-Pressure System on the Way: ଆସୁଛି ପୁଣି ଏକ ଲଘୁଚାପ, ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

Shikhar Dhawan Finds Love Again: ଶିଖର ଧାୱନ ୪୦ ବର୍ଷ ବୟସରେ ସୋଫି ସାଇନଙ୍କୁ ବିବାହ କଲେ, ଜାଣନ୍ତୁ ସେ କିଏ?

Girls Up in Arms: ଶୈଳବାଳା କଲେଜକୁ ୟୁନିଭରସିଟି ମାନ୍ୟତା ଦାବି, ୧୧୩ ବର୍ଷର ପୁରୁଣା କଲେଜକୁ ଅଣଦେଖା ଅଭିଯୋଗ କରି ତାତିଲେ ଛାତ୍ରୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)